1. ମତ୍ସ୍ୟ ଓ ପଶୁ ପାଳନ

ଚିକେନ ଖାଇଲେ ହେଇପାରେ ଏହି ରୋଗ !

ଚିକେନ ଖାଇଲେ ହେଇପାରେ ଏହି ରୋଗ !

KJ Staff
KJ Staff

ବାର୍ଡ଼ ଫ୍ଲୁ ର ଆତଙ୍କ ରେ ସାରା ଓଡିଶା
ମରା ଗଲା ସହସ୍ର କୁକୁଡ଼ା

ରାଜଧାନୀ ରେ ଆରମ୍ଭ ହୋଇଛି ବାର୍ଡ଼ ଫ୍ଲୁ ର ଆତଙ୍କ |ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ସ୍ତିତ କୁକୁଡ଼ା ଫାର୍ମ ରେ ଦେଖିବାକୁ ମିଳିଥିଲା କେତେକ କୁକୁଡ଼ା ଙ୍କର ଏହି ପରି ଅଦ୍ଭୁତ ବ୍ୟବହାର |ଏହା ପରି ଏହି ମୃତ କୁକୁଡ଼ା ଙ୍କର ରକ୍ତ ନମୁନା କୁ ନିଷାଦ ,ଭୋପାଲ ପରୀକ୍ଷା ଲାଗି ପଠା ଯାଇଥିଲା ଯାହା ପରେ କୁକୁଡ଼ା କୁ ବାର୍ଡ଼ ଫ୍ଲୁ ବା ଏଚ୫ଏନ୧ ଭାଇରସ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲା |
ଏହା ପରେ ୨୮ ତାରିଖ ରୁ ବିଶ୍ୱବିଦ୍ୟାଳୟ ନିକଟରେ ସ୍ଥିତ ସମସ୍ତ କୁକୁଡ଼ା ଦୋକାନ କୁ ବନ୍ଦ କରାଗଲା ଏବଂ କୁକୁଡ଼ା ମାନଙ୍କୁ ହତ୍ୟା କରାଯାଇଥିଲା |ଏହାର କ୍ଷତି ପୂରଣ ସରକାରୀ ସ୍ଥର ରୁ ମିଳିବ ବୋଲି ବିଶ୍ୱବିଦ୍ୟାଳୟ କତୃପକ୍ଷ ମତ ଉପସ୍ଥାପନା କରିଛନ୍ତି |

ଏହା ପରେ ସରକାରୀ ସ୍ଥର ରେ ବିଶ୍ୱବିଦ୍ୟାଳୟ ରୁ ୧ କି.ମି ମଧ୍ୟରେ ଥିବା ସ୍ଥାନ ରେ ବାର୍ଡ଼ ଫ୍ଲୁ ସଂକ୍ରମଣ ଆଶଙ୍କା ହେତୁ ସମସ୍ତ କୁକୁଡ଼ା ଦୋକାନ କୁ ବନ୍ଦ କରାଯାଇଛି |ସେହିପରି ଭୁବନେଶ୍ୱର ନିକଟସ୍ଥ ଅଂଚଳରେ ମଧ୍ୟ ଏନେଇ ତନାଘନା ଜାରି ରହିଛି |ଏଥି ଲାଗି ୧୨ ଟି ସ୍ୱତନ୍ତ୍ର ଟିମ ସହ ପଶୁ ଚିକିତ୍ସକ ମାନେ ମଧ୍ୟ ନିଯୁକ୍ତ ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ପ୍ରମୁଖ ପଶୁ ଚିକିତ୍ସକ ମନୋରଞ୍ଜନ ମହାନ୍ତି କହିଛନ୍ତି |
ଏହା ବ୍ୟତୀତ ଚିଲିକା କୁ ଆସିଥିବା ଅନ୍ୟ ଦେଶ ର ଚଢେଇ ଏବଂ ଭିତରକନିକା ରେଥିବା ଚଢେଇ ମାନଙ୍କର ମଧ୍ୟ ରକ୍ତ ଓ ମଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି |
ଏପର୍ଯ୍ୟନ୍ତ ୧୫୦୦୦ ରୁଅଧିକ କୁକୁଡ଼ା ଏବଂ ୩୦୦୦୦ ରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି |
ଏହି ରୋଗ ଟି ଯଦି ମଣିଷ କୁ ଆକ୍ରାନ୍ତ କରୁଥିବା ଇନଫ୍ଲୁଏଞ୍ଜା ଭାଇରସ ସହ ମିଶି ଯାଏ ତେବେ ଏହା ବ୍ୟୟାଭୟ ପରିସ୍ଥିତି ସୃଷ୍ଟି କରିବ ତେଣୁ ଆପଣଙ୍କୁ ମଧ୍ୟ ଚିକେନ ଠାରୁ ବର୍ତମାନ ଦୁରେଇ ରହିବାକୁ ପଡିବ |ଏହା ମଣିଷ ମାନଙ୍କୁ ମଧ୍ୟ ବହୁ ମାତ୍ରା ରେ ଆକ୍ରମଣ କରିପାରେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments