
ଚାନ୍ଦବାଲି ରୁ ଧରାହେଇଛି "ବ୍ଲାକ ଡ଼ାଈମଣ୍ଡ "
ଅଦ୍ଭୁତ୍ତ ମାଛ ର ନିଆରା ଦୃଶ୍ୟ
ଆଖି ସହ ରହିଛି ପର
ମାଛ ର ନାମ ବ୍ଲାକ ଡ଼ାଈମଣ୍ଡ |ତେବେ ସାଧାରଣ ମାଛ ର ଆପଣ ସମସ୍ତେ ଦେଖିଥିବେ ହେଲେ ଏହି ବ୍ଲାକ ଡ଼ାଈମଣ୍ଡ ର ଦୃଶ୍ୟ ନିଆରା |ପାଣି ରୁ ବାହାରିଲେ ଅଣନିଶ୍ୱାସୀ ହୋଇ ଛଟପଟ ହୁଅନ୍ତି ମାଛ ,କିନ୍ତୁ ସମସ୍ତ ମାଛ ମାନଙ୍କ ଠାରୁ ଏହା ବିରଳ |
ପାଣି ରେ ବାହାରିଲା ପରେ ମଧ୍ୟ ନିଜ ପର ସାହାଯ୍ୟ ରେ ଠିଆ ହୋଇ ପାରୁଥିଲା ଏହି ମାଛ |ଚାନ୍ଦବାଲି ର ମତ୍ସ୍ୟଜୀବୀ ମାନଙ୍କ ସୌଭାଗ୍ୟ ରେ ଏହି ମାଛ ଥିଲା ସତ ମାତ୍ର ଏହି ଖାଇବା ଯୋଗ୍ୟ ନୁହେଁ ବୋଲି ସେମାନେ ମତ ଦେଇଥିଲେ |
ମୁଣ୍ଡ ବଡ ସହ ଏହାର ୪ ଟି ଆଖି ଥିଲା ଏବଂ ଏହା ସହ ପିଠି ,ଲାଞ୍ଜ ର ଚମଡା ଅଧିକ ଟାଣ ଏବଂ କୁମ୍ଭୀର ଚମଡା ସଦୃଶ ଥିଲା |ଏହାର ରୂପ ମତ୍ସ୍ୟଜୀବୀଙ୍କ ଲାଗି ବେଶ ରୋମାଞ୍ଚକ ଥିବା ସହ ଏହା ସ୍ଥାନୀୟ ଲୋକଙ୍କ ଆକର୍ଷଣ ମଧ୍ୟ ବୃଦ୍ଧି କରିଥିଲା |
ଏହାର ରୂପ ଓ ରଙ୍ଗ ର ବର୍ଣନା କରିବା ଲାଗି ସ୍ଥାନୀୟ ଲୋକେ ଏହାକୁ "ବ୍ଲାକ ଡ଼ାଈମଣ୍ଡ " ର ନାମ ଦେଇଥିଲେ |ଏହା ବହୁ ମାତ୍ର ରେ ସାଧାରଣ ମାଛ ପରି ଦେଖିବାକୁ ଥିଲା ନିଶ୍ଚିନ୍ତ ହେଲେ ସେହି ପରି ବହୁ କାରଣରୁ ଏହା ବିଶିଷ୍ଟ ମଧ୍ୟ ଥିଲା |
ଏହାକୁ ଚାନ୍ଦବାଲି ର ସ୍ଥାନୀୟ କ୍ରିଷ୍ଟିଆନ୍ରୁ ପୋଖରୀ ରୁ ଧରା ଯାଇଥିଲା |ଧରା ଯିବା ପରେ ଏହାର ଓଜନ ୨ କି.ଗ୍ରା ବୋଲି ଜଣାପଡିଥିଲା |
ଏହା ପର ସାହାଯ୍ୟରେ ଠିଆ ହେବ ସହ ବିଭିନ୍ନ ଶବ୍ଦ ମଧ୍ୟ କରୁଥିଲା |ସମ୍ଭବତଃ ମେରୁଦଣ୍ଡ ଧରି ପ୍ରାଣୀ ମାନଙ୍କ ବିକାଶ କ୍ଷେତ୍ର ରେ ଏହା ସବୁଠାରୁ ନିମ୍ନ ଅର୍ଥାତ ମାଛ ର ରୂପ ସହ ,ମାଛ ଠାରୁ ଅଧିକ ବିକଶିତ କୁମ୍ଭୀର ଏବଂ ତା ଠାରୁ ମଧ୍ୟ ଅଧିକ ବିକଶିତ ଚଢେଇ ର କେତେଟା ଗୁଣ ମଧ୍ୟ ଧାରଣ କରିଛି |
ଏହି ବିରଳ ମାଛ କୁ ସ୍ଥାନୀୟ ଲୋକେ ଅଳଙ୍କାରିକ ନାମ "ବ୍ଲାକ ଡ଼ାଈମଣ୍ଡ " ର ନାମ ଦେଇଛନ୍ତି |
Share your comments