1. ମତ୍ସ୍ୟ ଓ ପଶୁ ପାଳନ

ଜାଲିକାଟ୍ଟୁର ଷଣ୍ଢ

ତାମିଲନାଡ଼ୁର ମୁଖ୍ୟ କୃଷିଭିତ୍ତିକ ପର୍ବ ହେଉଛି ପୋଙ୍ଗଲ l ଏହି ରାଜ୍ୟର ବିଭିନ୍ନ ସ୍ଥାନରେ ପାରମ୍ପରିକ ଢଙ୍ଗରେ ପୋଙ୍ଗଲର ପାଳନ କରାଯାଏ l ପୋଙ୍ଗଲର ଅବିଛେଦ୍ୟ ଅଙ୍ଗ ହେଉଛି 'ଜାଲିକାଟ୍ଟୁ' ଖେଳ ବା ଷଣ୍ଢକୁ ନିୟନ୍ତ୍ରଣ କରିବାର କ୍ରୀଡ଼ା l ଜାଲିକାଟ୍ଟୁ ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରାଯାଏ l କେତେକ ସ୍ଥାନରେ ଏହି ଜାଲିକାଟ୍ଟୁ ପ୍ରତିଯୋଗିତାରେ କାର୍, ବାଇକ୍, ସୁନା ମୋହର ପ୍ରଭୃତି ବାଜି ଲାଗୁଛି l ବର୍ଷ ବର୍ଷ ଧରି ଏହି କ୍ରୀଡ଼ା ଉପରେ ବାଦ ବିବାଦ ଲାଗିରହିଛି, ଏପରିକି କଥା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଛି l ଏହି ଜାଲିକାଟ୍ଟୁ ଖେଳର ମୁଖ୍ୟ ଆକର୍ଷଣଗୁଡ଼ିକ ହେଲେ ଏଥିରେ ଭାଗ ନେଉଥିବା ଷଣ୍ଢଗୁଡ଼ିକ l ଜାଲିକାଟ୍ଟୁରେ ଅଂଶ ଗ୍ରହଣ କରିବା ନିମନ୍ତେ ଷଣ୍ଢଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ତାଲିମ ପ୍ରଦାନ କରାଯାଇଥାଏ, ଯେପରି କି ଷଣ୍ଢଟି ସମସ୍ତ ବାଧାକୁ ପାର କରି ବିଜୟ ଲାଭ କରିପାରିବ l ଜାଲିକାଟ୍ଟୁ ସମ୍ପର୍କରେ ଆସନ୍ତୁ ଆଜି କିଛି ରୋଚକ ତଥ୍ୟ ଏଠାରେ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Bull of Jallikattu

ଷଣ୍ଢର କ୍ଷମତା ଏବଂ ମାଂସପେଶୀକୁ ସୁଦୃଢ଼ କରିବା ନିମନ୍ତେ ପ୍ରତିଦିନ ୫ ରୁ ୬ କି.ମି. ପର୍ଯ୍ୟନ୍ତ ଚଳାଇବାକୁ ହୋଇଥାଏ l ଏହା ଦ୍ୱାରା ଷଣ୍ଢର ପେଟ ଏବଂ ପଛ ଗୋଡ଼ ଅଧିକ ମଜବୁତ ହୋଇଥାଏ ବୋଲି ଅନୁଭୂତିସମ୍ପର୍ଣ୍ଣ ଷଣ୍ଢପାଳକମାନେ ମତ ଦିଅନ୍ତି l ଏହି ସମୟରେ ଷଣ୍ଢକୁ ସପ୍ତାହରେ ଦୁଇଥର ପାଣିରେ ପହଁରାଇବାକୁ ନିଆଯାଏ l ଏହା ଦ୍ୱାରା ଷଣ୍ଢର ସମ୍ପୂର୍ଣ୍ଣ ଶରୀର ମଜବୁତ ହୋଇଯାଏ l ଷଣ୍ଢକୁ ଅଧିକ ଆକ୍ରମକ କରିବା ନିମନ୍ତେ ମାଟିର ଗଦା ନିକଟକୁ ନିଆଯାଏ ଏବଂ ନିଜ ଶିଙ୍ଗରେ ଷଣ୍ଢ ସେଠାରୁ ମାଟି ତାଡ଼ିଥାଏ l ଏହି ସମସ୍ତ ପ୍ରାକ-ପ୍ରସ୍ତୁତି ଜାଲିକାଟ୍ଟୁର ୩ ମାସ ପୂର୍ବରୁ ଆରମ୍ଭ କରାଯାଇ ଥାଏ l ଷଣ୍ଢ ମାନଙ୍କୁ ଅଧିକ ଆକ୍ରମକ ଏବଂ ହିଂସ୍ର କରିବା ନିମନ୍ତେ ଅସ୍ଥାୟୀ ଆଖଡ଼ା କ୍ଷେତ୍ର ମଧ୍ୟ ନିର୍ମାଣ କରାଯାଏ l 

ତାଲିମ ପ୍ରଦାନ କରିବା ସମୟରେ ଷଣ୍ଢର ଆହାର ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଏ l ପ୍ରତିଦିନ ଖାଦ୍ୟରେ ତେଲ ପିଡ଼ିଆ, କପା ମଞ୍ଜି, ଗହମ କୁଣ୍ଡା, କଞ୍ଚା ଚାଉଳ, ହରଡ଼ ଡାଲି, ମକା ଇତ୍ୟାଦି ଖାଦ୍ୟ ଦିଆଯାଏ l ଏହି ସମୟରେ ପ୍ରତିଦିନ ପାଖାପାଖି ୧୫୦ ଟଙ୍କା ଷଣ୍ଢର ଆହାର ବାବଦରେ ଖର୍ଚ୍ଚ କରାଯାଏ l କେତେକ କ୍ଷେତ୍ରରେ ଲୋକମାନେ ଷଣ୍ଢକୁ ଆଲମଣ୍ଡ, ଖଜୁରୀ, ଏବଂ ଅଟା ଖୁଆଇବାର ନଜିର ମଧ୍ୟ ରହିଛି l

ଗୋଟିଏ ଷଣ୍ଢକୁ କିଣିବାର ଦୁଇରୁ ତିନି ବର୍ଷ ପରେ ଏହା ଜାଲିକାଟ୍ଟୁରେ ଅଂଶ ଗ୍ରହଣ କରିବାକୁ ଉପଯୁକ୍ତ ହୋଇଯାଏ l ୬ ମାସର ବାଛୁରୀକୁ ପ୍ରାଥମିକ ଭାବରେ ଜାଲିକାଟ୍ଟୁର ଷଣ୍ଢ ଭାବରେ କିଣାଯାଏ l ଗୋଟିଏ ଗାଈର ପ୍ରଥମ କିମ୍ବା ଦ୍ଵିତୀୟ ବାଛୁରୀକୁ ଷଣ୍ଢ ଭାବରେ କିଣିବାକୁ କ୍ରେତା ଅଧିକ ଗୁରୁତ୍ୱ ଦେଇଥାନ୍ତି l ଛୋଟ ଲାଞ୍ଜ, ସିଧା ଶିଙ୍ଗ, ଓସାରିଆ ଆଖିବିଶିଷ୍ଟ ବାଛୁରୀ ହିଁ କ୍ରେତାଙ୍କର ପ୍ରଥମ ପସନ୍ଦ ହୋଇଥାଏ l ଷଣ୍ଢ ଶୁଦ୍ଧ ପ୍ରଜାତିର ହେବା ଦରକାର l ମୁଖ୍ୟତଃ ପଟ୍ଟିମାଡୁ, ପୁଲିକୁଲମ,ଥେନି ମଲାଈମାଡୁ, ୱାଟ୍ରାପ ମଲାଈମାଡୁ ଏବଂ କାଙ୍ଗୟମ ପ୍ରଜାତିର ଷଣ୍ଢଗୁଡ଼ିକୁ ଜାଲିକାଟ୍ଟୁ ପ୍ରତିଯୋଗିତା ନିମନ୍ତେ କିଣାଯାଇଥାଏ l

କଥିତ ଅଛି ଯେ, ତାମିଲନାଡ଼ୁରେ ଚୋଳ ଶାସନ କାଳରୁ ଏହି ଜାଲିକାଟ୍ଟୁର ପ୍ରଚଳନ ହୋଇଆସିଛି l ଯଦିଓ ଏହି କୃଷିଭିତ୍ତିକ କ୍ରୀଡ଼ା ଯଦିଓ ଆଜି କିଛି ମାତ୍ରାରେ ତାମିଲନାଡ଼ୁରେ ଚାଲିଛି ତେବେ ଏହା ସପକ୍ଷରେ ଏବଂ ବିରୁଦ୍ଧରେ ବହୁତ ତର୍କ ବିତର୍କ ଲାଗିରହିଛି  l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments