1. ମତ୍ସ୍ୟ ଓ ପଶୁ ପାଳନ

କଅଁଳା ବାଛୁରୀର ଯତ୍ନ ବିଷୟରେ କିଛି କଥା !!

ଛନଛନିଆ କଅଁଳା ବାଛୁରୀ ଦାଣ୍ଡରେ ବାଡ଼ିରେ ଦୌଡ଼ୁଥିଲେ ମନ ଆପେ ଆପେ ତା ଆଡ଼େ ଚାଲିଯାଏ l ଗାଈଟି ନବଜାତ ଛୁଆଟିଏ ଜନ୍ମ ଦେବା ପରେ ପରେ ଛୁଆଟିର ଅନେକ ଯତ୍ନ ନେବାକୁ ହୋଇଥାଏ l ଠିକ୍ ମଣିଷ ଶିଶୁ ପରି l ଆମେ ପାରମ୍ପରିକ ରୀତିରେ ଯାହା କିଛି କରିଥାଉ କିନ୍ତୁ ସେତିକି ଯଥେଷ୍ଟ ନୁହେଁ l ଅଶୁଭ ଦୃଷ୍ଟି ନ ପଡ଼ିବା ପାଇଁ ବାଛୁରୀ ବେକରେ କେବେ ଘଣ୍ଟି ଘାଗୁଡ଼ି ତ କେବେ କଉଡ଼ି ମାଳ ଲଗାଉ l ଯଦିଓ ଆମେ ବାଛୁରୀର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରି ନଥାଉ ଆମେ ସେ ବିଷୟରେ ବହୁତ ଅଜ୍ଞ ଥାଉ l

Sugyan Kumar Nayak
Sugyan Kumar Nayak
Calf care Tips

Calf care Tips

ଛନଛନିଆ କଅଁଳା ବାଛୁରୀ ଦାଣ୍ଡରେ ବାଡ଼ିରେ ଦୌଡ଼ୁଥିଲେ ମନ ଆପେ ଆପେ ତା ଆଡ଼େ ଚାଲିଯାଏ l ଗାଈଟି ନବଜାତ ଛୁଆଟିଏ ଜନ୍ମ ଦେବା ପରେ ପରେ ଛୁଆଟିର ଅନେକ ଯତ୍ନ ନେବାକୁ ହୋଇଥାଏ l ଠିକ୍ ମଣିଷ ଶିଶୁ ପରି l ଆମେ ପାରମ୍ପରିକ ରୀତିରେ ଯାହା କିଛି କରିଥାଉ କିନ୍ତୁ ସେତିକି ଯଥେଷ୍ଟ ନୁହେଁ l ଅଶୁଭ ଦୃଷ୍ଟି ନ ପଡ଼ିବା ପାଇଁ ବାଛୁରୀ ବେକରେ କେବେ ଘଣ୍ଟି ଘାଗୁଡ଼ି ତ କେବେ କଉଡ଼ି ମାଳ ଲଗାଉ l  ଯଦିଓ ଆମେ ବାଛୁରୀର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରି ନଥାଉ ଆମେ ସେ ବିଷୟରେ ବହୁତ ଅଜ୍ଞ ଥାଉ l

ଏହି କାରଣରୁ ଗ୍ରାମାଞ୍ଚଳରେ ବାଛୁରୀ ମୃତ୍ୟୁ ହାର ଅଧିକ ହୁଏ ଏବଂ ଗୋପାଳକ କ୍ଷତି ସହିଥାଆନ୍ତି l ଜନ୍ମ ହେବାର ପ୍ରଥମ କେଇ ମାସ ବାଛୁରୀମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ l ଏହି ସଙ୍କଟ ସମୟରେ ଆମେ ବାଛୁରୀର ଖାଇବା ପିଇବା, ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଭାବରେ ନିଘା ରଖିବା ଦରକାର l କାରଣ ଆଜିର ବାଛୁରୀ କାଲିର ଗାଈ l ବାଛୁରୀର ସ୍ୱାସ୍ଥ୍ୟ ଯଦି ଠିକ ରୁହେ ତେବେ ଭବିଷ୍ୟତରେ ଗୋପାଳକଙ୍କ ନିମନ୍ତେ ଏହା ଏକ ସମ୍ପଦ ଭାବରେ ପ୍ରମାଣିତ ହୋଇପାରିବ l ପ୍ରାଣୀ ବିଶେଷଜ୍ଞମାନଙ୍କ ମତ ଅନୁସାରେ, ବାଛୁରୀ ପାଳନ ସମ୍ପର୍କରେ ଆସନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦେବା l

୧.  ବାଛୁରୀ ଜନ୍ମ ହେବା ପରେ ପରେ ଏହାର ମା ବାଛୁରୀଟିକୁ ଚାଟି ଚାଟି ସଫା କରିଦିଏ l ଯଦି ଏପରି କରେ ନାହିଁ ତେବେ ବାଛୁରୀ ଉପରେ କିଛି ଲୁଣ ସିଞ୍ଚନ କରିଦିଅନ୍ତୁ, ଏହା ପରେ ଗାଈଟି ବାଛୁରୀଟିକୁ ଚାଟି ଚାଟି ସଫା କରିବ l ଆପଣ ଗୋଟିଏ କୋମଳ କପଡ଼ାରେ ବାଛୁରୀ ନାକରେ, କାନରେ ଲାଗିଥିବା ମଇଳାକୁ ମଧ୍ୟ ସଫା କରିପାରିବେ l

୨. କଅଁଳା ବାଛୁରୀର ନାଭି ନାଡ଼କୁ ୫ ରୁ ୬ ଇଞ୍ଚ ଲମ୍ବା ରଖି ନୂଆ ବ୍ଲେଡରେ କାଟି ଦିଅନ୍ତୁ l ନାଭି ନାଡ଼ର ୫ ରୁ ୬ ସେ.ମି. ଉପରକୁ  କପଡ଼ାର ପଟି ଲଗାଇ ଟିଙ୍କଚର ଆୟୋଡିନ ଦ୍ରବଣ ଲଗାଇ ଦେବା ଉଚିତ l

୩. କଅଁଳା ବାଛୁରୀକୁ ସଫା ସୁତରା ହୋଇଥିବା, ଭଲ ଭାବରେ ଆଲୁଅ ପଡ଼ୁଥିବା ଏବଂ ଉପଯୁକ୍ତ ପବନ ଚଳାଚଳ କରୁଥିବା ସ୍ଥାନରେ ରଖିବା ଉଚିତ l

୪. କଅଁଳା ବାଛୁରୀକୁ ଅତ୍ୟଧିକ ଥଣ୍ଡା କିମ୍ବା ଅତ୍ୟଧିକ ଗରମ ପରିବେଶରୁ ସୁରକ୍ଷା ଦେବା ଉଚିତ l ବାଛୁରୀ ରହିବ ସ୍ଥାନରେ ପାଳ ବିଛାଇ ଦିଅନ୍ତୁ l

୫. ଜନ୍ମ ହେବା ପରେ ପରେ ବାଛୁରୀକୁ ଗାଈର କଷ କ୍ଷୀର ନିଶ୍ଚିତ ପିଇବାକୁ ଦିଅନ୍ତୁ l ଜନ୍ମ ହେବାର ଦୁଇ ରୁ ତିନି ଘଣ୍ଟା ମଧ୍ୟରେ ବାଛୁରୀକୁ କଷ କ୍ଷୀର ପିଆଇବା ଲାଭଦାୟକ ହୋଇଥାଏ l

୬. ବାଛୁରୀ ଜନ୍ମ ହେବାର ୧୮-୨୦ ଦିନ ପରେ ଧୀରେ ଧୀରେ ସବୁଜ ଘାସ ଦେବା ଆରମ୍ଭ କରନ୍ତୁ, ଏହା ଦ୍ୱାରା ବାଛୁରୀର ଘାସ ଖାଇବା ଅଭ୍ୟାସରେ ପରିଣତ ହୋଇଯିବ l

୭. ବାଛୁରୀକି ଯେପରି କୌଣସି ଭୁତାଣୁ ଜନିତ ରୋଗ ଆକ୍ରମଣ ନ କରେ ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ l

୮. ବାଛୁରୀକୁ ପନ୍ଦର ଦିନ, ଏକ ମାସ, ୩ ମାସ ଏବଂ ୬ ମାସ ଅବଧିରେ କୃମିନାଶକ ଔଷଧ ଦିଅନ୍ତୁ l

ଏହି ସମସ୍ତ ଉପାୟଗୁଡ଼ିକୁ ଆପଣାଇଲେ ନିଶ୍ଚିତ ଭାବରେ ଗୋପାଳକମାନେ ଲାଭବାନ ହୋଇପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments