![](https://ocdn.krishijagran.com/media/2568/product-500x500.jpg)
ଓ଼ଟ ଦୁଗ୍ଧ ବ୍ୟବସାୟ ରେ ଏବେ ପ୍ରଚୁର ଟଙ୍କା
ବିଦେଶ ରେ ଏବେ ଓ଼ଟ କ୍ଷୀର ର ବଢିଛି ଚାହିଦା ..
ଓ଼ଟ କ୍ଷୀର ଏବଂ ତାର ଅନ୍ୟାନ୍ୟ ଉତ୍ପାଦନ ର ହୁଏତ ଅଧିକ ସ୍ୱାଦ ନାହିଁ ହେଲେ ଏହା ଭାରତ ଠାରୁ ମଧ୍ୟ ବିଦେଶ ରେ ଅଧିକ ଲୋକପ୍ରିୟ ହୋଇପାରିଛି |ଅତ୍ୟଧିକ ଔଷଧୀୟ ଗୁଣ ରହିଥିବାରୁ ଏହାର ମୂଲ୍ୟ ମଧ୍ୟ ସମୟାନୁକ୍ରମେ ଲୋକେ ବୁଝିବାରେ ଲାଗିଛନ୍ତି |ଏବେ ଏନେଇ ବିଦେଶ କୁ ଏହି ଉତ୍ପାଦ ରଫ୍ତାନି କରି ରାଜେଶଥାନ ଏବଂ ସୁରଟ ର ଓ଼ଟ ବ୍ୟବସାୟୀ ମାନେ ମୋଟା ଅଙ୍କ ରେ ରୋଜଗାର କରୁଛନ୍ତି |
![](https://ocdn.krishijagran.com/media/2567/gregerger.png)
ହିତେଶ ରଥି ଫୁଡ ଆଣ୍ଡ ପ୍ରଡକ୍ଟ ନାମକ ଏକ ଘରୋଇ କମ୍ପାନୀ ଅନଲାଇନ ମଧ୍ୟମାନରେ ଓ଼ଟ କ୍ଷୀର ବିକିବା ବ୍ୟବସାୟ ଆରମ୍ଭ କରି ୨ ବର୍ଷ ମଧ୍ୟରେ ୧୫୦ ଟି ଓ଼ଟ ଚାଷୀ ମାନଙ୍କ ଠାରୁ ଏବେ କ୍ଷୀର ସଂଗ୍ରହ କରି ବେଶ ଲାଭବାନ ହୋଇଛନ୍ତି |
ଓ଼ଟ ଦୁଗ୍ଧ ର ବିଶେଷତ୍ୱ :
ଓ଼ଟ ଦୁଗ୍ଧ ର ବଜାର ର ଚଢା ଦର ବ୍ୟତୀତ ଏଥିରେ ଭରି ରହିଛି ବହୁ ଔଷଧୀୟ ଗୁଣ |ଏହା ଅଟିଶିମ ପରି ମାନସିକ ରୋଗ ର ଉପଚାର କରିବା ସାଙ୍ଗରେ ମଧୁମେହ ,ଗଣ୍ଠି ବିନ୍ଧା ପରି କେତେକ ଭୟଙ୍କର ରୋଗ ରୁ ମଧ୍ୟ ମୁକ୍ତି ଦେଇଥାଏ |ଏକ ପରୀକ୍ଷଣ ରୁ ଜଣା ପଡିଛି ଯେ ଓ଼ଟ ଦୁଗ୍ଧ ରେ ଇନ୍ସୁଲିନ ପରି ରାସାୟନିକ ଦ୍ରବ୍ୟ ଥିବାରୁ ଏହା ମଧୁମେହ ରେ ପୀଡିତ ବ୍ୟକ୍ତିଙ୍କ ନିୟମିତ ଇନ୍ସୁଲିନ ଇଞ୍ଜେକ୍ସନ ବା ଟାବଲେଟ ବ୍ୟବହାର କରିବାର ଆବଶ୍ୟକତା କୁ ହ୍ରାସ କରିଥାଏ |
![](https://ocdn.krishijagran.com/media/2566/imagesg9jc905p.jpg)
କିପରି ହୁଏ ଏହାର ପ୍ରକ୍ରିୟାକରଣ ?
ଓ଼ଟ ର କଞ୍ଚା କ୍ଷୀର କୁ ୨୦୦ ରୁ ୨୫୦ ଟଙ୍କା ପ୍ରତି ଲିଟର ରେ କିଣି କମ୍ପାନୀ ମାନେ ଏହାକୁ ଅଧିକ ପ୍ରକ୍ରିୟାକରଣ କରି ହାରା ହାରି ୫୦୦ ଟଙ୍କା ପ୍ରତି ଲିଟର ମୂଲ୍ୟ ରେ ବିକ୍ରି କରିଥାନ୍ତି |ଏଥିରେ ମିଲକ ପାଉଡର ମଧ୍ୟ ତିଆରି ହୋଇଥାଏ |
Share your comments