ଆମ ଦେଶ ଭାରତରେ ବିଭିନ୍ନ ପାଣିପାଗ ସହିତ ଅନେକ ପ୍ରକାର ଉନ୍ନତ ମୃତ୍ତିକା ଦୃଶ୍ୟମାନ ହୋଇଥାଏ l ସେଥିପାଇଁ ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରିଥାନ୍ତି l ଆମ ଚାଷ କାର୍ଯ୍ୟ କରିବା ଶୈଳୀ ଆଜି ଅନ୍ୟ ଦେଶରେ ମଧ୍ୟ ପରିଚୟ ପାଇଛି l ଅନ୍ୟ ଦେଶ ଗୁଡ଼ିକ ଆମ ଚାଷ ଶୈଳୀକୁ ଆପଣେଇଛନ୍ତି l ଆମେ ମଧ୍ୟ ଚାଷରେ ଅନ୍ୟ ଦେଶର ଶୈଳୀ ଆପଣାଉଛୁ l ଯାହା ଚାଷୀଙ୍କୁ ଲାଭ ମଧ୍ୟ ଦେଉଛି l ଯୁବପିଢ଼ି ମଧ୍ୟ ଏବେ ନିଜକୁ ଚାଷକାମରେ ନିୟୋଜିତ କଲେଣି l ଲକ୍ଷାଧିକ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି l ଆଜ ଆମେ ଏହି ଆର୍ଟିକଲରେ ଓଟ ର ଭୂମିକା କଣ ରହିଛି ଚାଷ କାର୍ଯ୍ୟରେ ସେ ବିଷୟରେ ଆଲୋକପାତ କରିବା l
ରାଜା ଓ ମହାରାଜାଙ୍କ ସମୟରେ ଓଟଗୁଡ଼ିକ କେବଳ ଯୁଦ୍ଧ ପାଇଁ ବ୍ୟବହୃତ ହେଉଥିଲା l ପରେ ଧୀରେ ଧୀରେ ସେମାନେ ଭାର, କୃଷି କାର୍ଯ୍ୟ କିମ୍ବା ଦୁଗ୍ଧ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଲାଗିଲେ l ଏକ ସମୟ ଆସିଲା ଯେତେବେଳେ ଗାଈ, ବଳଦ, ଛେଳି ପରି ପଶୁମାନଙ୍କୁ ପଶୁପାଳନ ବ୍ୟବସାୟରେ ଅଧିକ ଗୁରୁତ୍ୱ ଦିଆଯିବା ଆରମ୍ଭ ହୋଇଗଲା l ଯେଉଁଥିପାଇଁ ଓଟ ସଂଖ୍ୟା କମିବା ଆରମ୍ଭ କଲା l ତେବେ ଏ ସମସ୍ତ ସମସ୍ୟାକୁ ନଜରରେ ରଖି ସରକାର ମଧ୍ୟ ଓଟ ଙ୍କ ପାଇଁ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ଆରମ୍ଭ କଲେ l ଯାହା ଆଜି ଓଟ ଚାଷୀଙ୍କୁ ଉତ୍ସାହିତ କରିଛି l ପୁଣି ଥରେ ଚାଷୀଙ୍କ ମଧ୍ୟରେ ଓଟ ପାଳନର ଲୋକପ୍ରିୟତା ବୃଦ୍ଧି ପାଉଛି l ଏପରିକି ଅନେକ ରାଜ୍ୟରେ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଟ ପାଳିବା ପାଇଁ ଆର୍ଥିକ ସହାୟତା ଯୋଗାଇ ମଧ୍ୟ ଦିଆଯାଉଛି । ତେଣୁ, ଏବେ ଚାଷୀଙ୍କ ପାଇଁ ଓଟ ପାଳନ କରିବା ଏକ ଲାଭଜନକ ବ୍ୟବସାୟ ହୋଇଛି l ଚାଷୀମାନେ ବର୍ତ୍ତମାନ ଓଟ ପାଳନ କରି ସହଜରେ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି।
ଓଟ ପାଳନ ଦ୍ୱାରା କଣ ରହିଛି ଲାଭ:-
ମାଈ ଓଟ କ୍ଷୀରରୁ ଅନେକ ଉତ୍ପାଦ ପ୍ରସ୍ତୁତ କରାଯାଇପାରେ l ଯାହାକୁ ବିକ୍ରି କରାଯାଇପାରିବ ଏବଂ ଏହି ଉତ୍ପାଦର ବଜାରରେ ଅଧିକ ଚାହିଦା ମଧ୍ୟ ରହିଛି l ଓଟ କ୍ଷୀର ମଧ୍ୟ ବିକ୍ରି କରାଯାଇପାରେ l ଦୁଗ୍ଧ ବିକ୍ରୟ ବ୍ୟତୀତ ଓଟ କ୍ଷୀରରୁ ବିଭିନ୍ନ ସାମଗ୍ରୀ ତିଆରି କରାଯାଇପାରେ l ବଟରମିଲ୍କ, ଦହି, ସ୍ବାଦଯୁକ୍ତ ଓଟ କ୍ଷୀର ରାବିଡି, ଘିଅ, ଲସି, ପନିର, ମିଠା ତଥା ଗୁଲାବ ଜାମୁନ୍, ବର୍ଫି, ଚକୋଲେଟ୍, ଚକୋଲେଟ୍ ବର୍ଫି, ପେଡା, ରସଗୁଲା, କ୍ରିମ୍, କ୍ଷୀର ପାଉଡର, କୁଲଫି, କଫି, ଆଇସ୍କ୍ରିମ୍ ଇତ୍ୟାଦି l ଏହା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ l କିଛି କିଛି ସ୍ଥାନରେ ଓଟ କ୍ଷୀରରେ ଚା' ପ୍ରସ୍ତୁତ କରି କିଛି ଲୋକ ବିକ୍ରି କରୁଥିବାର ଦେଖିବାକୁ ମିଳେ l
ଦେଶରେ ଓଟଙ୍କ ସଂଖ୍ୟା ଗାଈ ବଳଦ ତୁଳନାରେ କମ୍ l ଯଦିଓ ସମଗ୍ର ବିଶ୍ୱରେ ଏହାର କ୍ଷୀରର ଚାହିଦା ଅଧିକ l ମାଈ ଓଟ କ୍ଷୀର ୨,୦୦୦ ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି l ଓଟ କ୍ଷୀର ମଧ୍ୟ ମହଙ୍ଗା କାରଣ ଏହାର ଯତ୍ନ ନେବା ଏବଂ ଖାଇବାକୁ ଦେବା ପାଇଁ ବହୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ l ଗାଈ ଦିନକୁ ପ୍ରାୟ ୫୦ ଲିଟର କ୍ଷୀର ଦେଉଥିବାବେଳେ ଓଟ ଦିନରେ ମାତ୍ର ୭ ରୁ ୮ଲିଟର କ୍ଷୀର ଦେଇଥାଏ l ଓଟ କ୍ଷୀରର ଉତ୍ପାଦନ ବହୁତ କମ୍ ଏବଂ ଚାହିଦା ବହୁତ ଅଧିକ l ସେଥିପାଇଁ ଏହାର କ୍ଷୀର ମଧ୍ୟ ମହଙ୍ଗା ଅଟେ l
କୃଷକମାନଙ୍କ ମଧ୍ୟରେ ଓଟ ପାଳିବା ବିଷୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାର ମଧ୍ୟ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ଓଟ ପାଳିବା ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି ଚାଷୀଙ୍କୁ । ଏଥି ସହିତ, ଓଟ କ୍ଷୀରର ସମ୍ପୂର୍ଣ୍ଣ ସଂଗ୍ରହ ସରକାରୀ ଦୁଗ୍ଧ ଆରସିଡିଏଫ୍ (RCDF) ଦ୍ୱାରା କରାଯାଉଛି। ଆରସିଡିଏଫ୍ ଯୋଗୁଁ ଚାଷୀଙ୍କୁ ଓଟ କ୍ଷୀର ବିକ୍ରୟ କରିବା ପାଇଁ କୌଣସି ସଂଘର୍ଷ କରିବାକୁ ପଡ଼ୁନାହିଁ l ବିଭିନ୍ନ ରାଜ୍ୟ ସରକାର ଚାଷୀଙ୍କୁ ଓଟ ପାଳିବା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି ।
କୃଷି କ୍ଷେତ୍ରରେ ଓଟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଏକ ବହୁମୁଖୀ ପ୍ରାଣୀ ଯାହା ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରିବ l
କୂଅରୁ ଜଳ ନିଷ୍କାସନ: ଓଟଗୁଡ଼ିକ ସାହାଯ୍ୟରେ ଚାଷୀ କୂଅରୁ ପାଣି ଟାଣି ପାରିବେ l
ଜଳସେଚନ କ୍ଷେତ୍ର: ଓଟଗୁଡିକ କ୍ଷେତକୁ ଜଳସେଚନ ପାଇଁ ବ୍ୟବହାର କରାଯାଇଥାଏ l
ପରିବହନ: ସାମଗ୍ରୀ ଏବଂ ଲୋକଙ୍କୁ ପରିବହନ ପାଇଁ ଓଟଙ୍କୁ ବ୍ୟବହାର କରାଯାଇପାରିବ l
ଭୂମି ସମତଳ: ଚାଷରେ ଭୂମି ସମତଳ କରିବା ପାଇଁ ଓଟ ବ୍ୟବହାର କରାଯାଇପାରିବ l
ତୃଣକ: ଚାଷରେ କ୍ଷତି କରୁଥିବା ତୃଣକ ପାଇଁ ଓଟ ବ୍ୟବହାର କରାଯାଇପାରିବ l
ଦୁଗ୍ଧ, ଫାଇବର, ସାର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଇବା ଅନେକ ପରିବାର ପାଇଁ ଓଟ ମଧ୍ୟ ଆୟର ଉତ୍ସ l ଓଟ କ୍ଷୀରରେ ଭିଟାମିନ୍ ଏ, ସି, ବି 2, ଏବଂ ଇ, ଏବଂ ଜିଙ୍କ ଏବଂ ମ୍ୟାଗ୍ନେସିୟମ୍ ଅଧିକ ଥାଏ l ଓଟ କ୍ଷୀରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିମାଇକ୍ରୋବାୟଲ୍ ଏବଂ ACE ପ୍ରତିବନ୍ଧକ ଗୁଣ ଥିବା ପ୍ରୋଟିନ୍ ମଧ୍ୟ ଥାଏ l ଯେଉଁଥିପାଇଁ ଓଟ କ୍ଷୀରର ଚାହିଦା ଅଧିକ l ମିଳିତ ଜାତିସଂଘ ୨୦୨୪ କୁ ଅନ୍ତଃରାଷ୍ଟ୍ରୀୟ ଓଟ ବର୍ଷ (International Year of Camelids) ବୋଲି ଘୋଷଣା କରିଛି (IYC 2024) l ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଓଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଚିହ୍ନିବା ପାଇଁ ବର୍ଷ ଆରମ୍ଭ କରିଥିଲା l ଜୀବିକା, ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିକର ଖାଦ୍ୟରେ କିପରି ଓଟ ଯୋଡ଼ି ହୋଇ ରହିଛି ସେ ବିଷୟରେ ପ୍ରଚାର ପ୍ରସାର କରାଯାଇଥିଲା l
IYC 2024 ୯୦ ରୁ ଅଧିକ ଦେଶରେ ଲକ୍ଷ ଲକ୍ଷ ପରିବାର ପାଇଁ ଓଟମାନଙ୍କର ମହତ୍ତ୍ୱକୁ ଆଲୋକିତ କରିବାକୁ ଚେଷ୍ଟା କରାଯାଇଛି l
ଅଧିକ ପଢ଼ନ୍ତୁ
Share your comments