ବଢିବ ଦୁଗ୍ଧ ଉତ୍ପାଦ
ଚକଲେଟ ପିଲା ଠାରୁ ବୁଢା ସମସ୍ତଙ୍କ ପ୍ରିୟ ହେଲେ ଗୃହପାଳିତ ପଶୁ ଙ୍କ ଲାଗି ଚକଲେଟ !ଏହା ହୁଏତ ଆପଣ ପ୍ରଥମ ଥର ଶୁଣିଥିବେ |ଏହି ଚକଲେଟ ର ନାମ ମୋଲସେସ ମିନେରାଲ ବ୍ଲକ |ଭାରତୀୟ ପ୍ରାଣୀ ଗବେଷଣା କେନ୍ଦ୍ର (ଏଇ.ବି.ଆର.ଆଇ)ର ଗବେଷକ ଙ୍କ ଅନୁଯାୟୀ ଏହି ଚକଲେଟ କୁ ପ୍ରସ୍ତୁତ କରିବାକୁ ୪ ବର୍ଷ କାଳ ଲାଗିଥିଲା |ଏହି ବ୍ଲକ ପ୍ରାଣୀ ର ସ୍ୱାସ୍ଥ୍ୟ ଲାଗି ଯେତିକି ଉପଯୋଗୀ ସେତିକି ସ୍ୱାସ୍ଥ୍ୟକର ମଧ୍ୟ ,ତେଣୁ ଏହା ଗାଈ ର ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ ବୋଲି କହିଛନ୍ତି ଗବେଷକ ଦଳ |
ଚାଷୀ ମାନେ କିପରି ପ୍ରସ୍ତୁତ କରିବେ ଏହି ଚକଲେଟ ?
ସୂଚନା ଅନୁଯାୟୀ ଏହି ଚକଲେଟ ର ପ୍ରସ୍ତୁତି ଲାଗି ଏକ ବିଶେଷ ମେସିନ ରହିଛି |ତେବେ ଏହାର ପ୍ରସ୍ତୁତ ଲାଗି ଆଇ.ଭି.ଆର.ଆଇ ପ୍ରଶିକ୍ଷଣ ଦେବାର ଯୋଜନା ରହିଛି |ଏହା ସହ ଗୋପାଳନ କରୁଥିବା ଚାଷୀ ମାନେ ଘରେ ବସି ନିଯୁକ୍ତି ପାଇପାରିବେ |
କିପରି ଉପଯୋଗୀ ଏହି ଚକଲେଟ ?
ଏହି ଚକଲେଟ ଖୁଆଇଲେ ଆପଣଙ୍କ ଗୋସମ୍ପଦ ଅଧିକ ରୋଗାକ୍ରାନ୍ତ ହେବେ ନାହିଁ |
ମୁଖ୍ୟତ ଏହି ପ୍ରାଣୀ ମାନେ ଅତିରିକ୍ତ ଅଲଗା ଅହିତକାରୀ ଚାଟିବାରୁ ସେମାନେ ରୋଗାଗ୍ରସ୍ତ ହୋଇଥାନ୍ତି ଏବଂ ସେହି ତୁଳନାରେ ଏହି ଚକଲେଟ କୁ ଚାଟିବା ସ୍ୱାସ୍ଥ୍ୟକର ଅଟେ |
ଏହା ସହ ସବୁଜ ଖାଦ୍ୟ ଅଭାବ କୁ ପୁରଣ କରି ହେବ ଏବଂ ଦୁଗ୍ଧ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବା |
ଏହା ସହ ଗାଈ ମାନଙ୍କର ହଜମ ଶକ୍ତି ର ବୃଦ୍ଧି ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା |
ଏହି ଡାର୍କ ଚକଲେଟ,ଏହାର ଲଡୁ ତଥା ମହୁ ବାଜାଜରେ ବହୁ ଅଧିକ ଦ୍ୱାରା ଧାର୍ଯ୍ୟ କରିଥାନ୍ତି |
ଅନୁଷ୍ଠାନ ର ଗବେଷକ ମାନଙ୍କ ଅନୁଯାୟୀ ଏହା ଗାଈ ର ଦୁଗ୍ଧ ପାଳନ ର କ୍ଷମତା ୫୦୦ ମି.ଲି ରୁ ୧ ଲିଟର ପର୍ଯ୍ୟନ୍ତ ବୃଦ୍ଧି କରିଥାଏ |ତେଣୁ ଚାଷୀମାନେ ମନେ ରଖିବା ଆବଶ୍ୟକ ଯେ ଏହାର ଉଚିତ ମାତ୍ରା ଗାଈ ର କିସମ ଏବଂ ଦୁଗ୍ଧ ଉତ୍ପାଦନ କ୍ଷମତା ଉପରେ ନିର୍ଭରଶୀଳ |
ଏହାର ଦର?
ମାତ୍ରା ୨୦ ତାଙ୍କ ପ୍ରତି କି.ଗ୍ରା ଦର ରେ ଚାଷୀ ଏହାକୁ କିଣିପାରିବେ |ଏଥିରେ ଗହମ ଧାନ ,ମୁଗ ଡାଲି,ଅନ୍ୟାନ୍ୟ ମିନେରାଲ କୁ ମିଶାଇ ଏହି ଚକଲେଟ ର ପ୍ରସ୍ତୁତି କରାଯାଇଛି |ଏହାକୁ ଏକ ବୟସ୍କ ଗାଈ ୫୦୦ ରୁ ୬୦୦ ଗ୍ରାମ ଖାଇପାରିବ |
Share your comments