1. ମତ୍ସ୍ୟ ଓ ପଶୁ ପାଳନ

ଗାଈ ଦୁଗ୍ଧ ବଦଳରେ ଗଧ ଦୁଗ୍ଧ ର ଉପଯୋଗ ..

ଗାଈ ଦୁଗ୍ଧ ବଦଳରେ ଗଧ ଦୁଗ୍ଧ ର ଉପଯୋଗ ..

KJ Staff
KJ Staff

ଆସନ୍ତା ଜାନୁଆରୀ ୧ ୨୦୨୦ ରୁ ସମସ୍ତ ଗୋପାଳକ ମାନଙ୍କୁ ଏଫ.ଏସ.ଏସ.ଅନୁଯାୟୀ ଦୁଗ୍ଧ ର ସମସ୍ତ ପ୍ରକାର ଟେଷ୍ଟ କରାଇବାକୁ ପଡିବ |ଏଥିରେ କେତେ ମାତ୍ରା ରେ ଅହିତକାରୀ ସାର ବା ସେହିପରି ଟକ୍ସିନ ରହିଛୁ ,ଏସବୁ ର ସମ୍ପୂର୍ଣ ଯାଞ୍ଚ କରାଇବାକୁ ପଡିବ |ହାରାହାରି ୨୬୦୭ ଦୁଗ୍ଧ ସାମ୍ପଲ ରୁ ହୋଇଥିବା ଯାଞ୍ଚ ରୁ ଜଣାପଡିଛି ଯେ ୧୦.୪% ସାମ୍ପଲ ଖାଦ୍ୟ ଯୋଗ୍ୟ ନୁହେଁ |ସେହିପରି ୩୭.୭ % ର ଦୁଗ୍ଧ ସାମ୍ପଲ ର ମାନ ସମୀକ୍ଷା ପରେ ଏହା ମଧ୍ୟ ଖାଦ୍ୟ ଅନୁପଯୋଗୀ ବୋଲି ଜଣାପଡିଥିଲା |

ଏହି ସମସ୍ତ କାରଣ କୁ ଲକ୍ଷ କରି ଗାଈ ଦୁଗ୍ଧ ପରିବର୍ତେ ଗଧ ଦୁଗ୍ଧ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି|ଏଥିରେ ଆଣ୍ଟି-ଅକ୍ସୀଡାଣ୍ଟ ର ମାତ୍ରା ମଧ୍ୟ ବହୁତ ଅଧିକ ରହିଥାଏ |ବହୁ ପ୍ରକାର କସମେଟିକ ,ମେଡ଼ିସିନ ଇତ୍ୟାଦି ରେ ବେଶ କାମରେ ଲାଗିଥାଏ |ଏଥିରେ ଫ୍ୟାଟ ର ମାତ୍ରା ମଧ୍ୟ ଖୁବ କମ ରହିଥିବାରୁ ଏହାକୁ ହଜମ କରିବା ସହଜ ଏବଂ ସବୁଠାରୁ ବଡ କଥା ହେଲା ଯେଉଁମାନଙ୍କୁ ଗାଈ କ୍ଷୀର ରୁ ଅଃଲ୍ଳେର୍ଜି ହେଉଛି ସେମାନେ ଗଧ କ୍ଷୀର କୁ ଖୁବ ସହଜରେ ହଜମ କରିପାରିବେ |ଗାଈ ଦୁଗ୍ଧ ଠାରୁ ବେଶ ଅଧିକ ମିନେରାଲ ଓଭିଟାମିନ ଗଧ ଦୁଗ୍ଧ ରେ ଦେଖିବାକୁ ମିଳିଛି |

ଏଠି ସହ ଓଟ କ୍ଷୀର ର ମଧ୍ୟ ବେଶ ଅଧିକ ଚାହିଦା ବଜାରରେ ଦେଖିବାକୁ ମିଳୁଛି |ଓଟ ପାଳନ ଏବଂ ଓଟ ଦୁଗ୍ଧ ର ବିକ୍ରି ମଧ୍ୟ ଆପଣଙ୍କୁ ଲାଭଦାୟକ ହେବ |ତେବେ ଏହି ସବୁ ଅନ୍ୟତ୍ର ଦୁଗ୍ଧ ଉତ୍ପାଦକ ପଶୁ ପାଳନ ଏବଂ ତାଙ୍କ କ୍ଷୀର ର ଉପଯୋଗ କୁ ଧୀରେ ଧୀରେ ସରକାର ଙ୍କ ସାମର୍ଥ୍ୟ ମିଳିବାରେ ଲାଗିଛି ଏବଂ ଏଥି ସହ ଏହାର ପାଳନ ରେ ମଧ୍ୟ ଆପଣ ବେଶ ଲାଭବାନ ହୋଇପାରିବେ |

ମନେ ରଖନ୍ତୁ ଭାରତ ଦୁଗ୍ଧ ଉତ୍ପାଦନ ରେ ବିଶ୍ୱ ରେ ସର୍ବପ୍ରଥମ ସ୍ଥାନ ରେ ରହିଥିବାରୁ ଏହି ସବୁ ପଶୁ ଙ୍କ କ୍ଷୀର ର ବ୍ୟବହାର ଆପଣଙ୍କ ଶରୀର ଲାଗି ଯେତିକି ଉପଯୋଗୀ ସେତିକି ଏହାର ପାଳନ ମଧ୍ୟ ଆପଣଙ୍କ ଲାଗି ଲାଭଦାୟକ |
ଓଟ କ୍ଷୀର ଲାଗି ଅଧିକ ଜାଣିବାକୁ ଚାହୁଁଥିଲେ ଏଠାରେ କ୍ଲିକ କରନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments