ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା କରାଯାଉଛି l ଯାହାଦ୍ୱାରା ରାଜ୍ୟର ଚାଷୀ ନିଜ ଚାଷ କମ୍ରେ ସରକାରୀ ଆର୍ଥିକ ସହାୟତା ପାଇ ପାରୁଛନ୍ତି l ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଦୁଗ୍ଧ ଚାଷୀଙ୍କ ପାଇଁ ନେବାକୁ ଯାଉଛନ୍ତି ଏକ ବଡ ନିଷ୍ପତ୍ତି l ଦୁଗ୍ଧ ଚାଷୀଙ୍କ ପାଇଁ ଓଡ଼ିଶାରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା । ରାଜ୍ୟରେ ଅଧିକ ରୁ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସରକାର ଏହି ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶାରେ ପଶୁ ସମ୍ପଦ ସହିତ ଦୁଗ୍ଧ ଉତ୍ପାଦନ ଏହାଦ୍ୱାରା ଆଉ ଏକ ପାଦ ଆଗେଇ ନେବା ପାଇଁ ସରକାରଙ୍କ ପ୍ରୟାସ l ଏହି ଯୋଜନା ପାଇଁ ୧୪୨୪ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ରାଜ୍ୟ ପଶୁ ସମ୍ପଦ ବିକାଶ କ୍ଷେତ୍ରରେ ଏହା ନୂଆ ଅଧ୍ୟାୟ ସୃଷ୍ଟି କରିବ ।
ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ମୌସୁମୀ ବୈଠକର ମୁଖ୍ୟ ଲକ୍ଷ୍ୟ ରହିଥିଲା ଦୁଗ୍ଧ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବେ ବୃଦ୍ଧି କରିବା । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓମ୍ଫେଡ ଦୁଗ୍ଧ ପ୍ୟାକେଟ ‘ଗୋଲ୍ଡ ପ୍ଲସ’ ଶୁଭାରମ୍ଭ କରିଛନ୍ତି । ଏହାସହ A- Help ଟ୍ରେନିଂ ପ୍ରୋଗ୍ରାମ ଶୁଭାରମ୍ଭ ଓଡ଼ିଶାରୁ ଆରମ୍ଭ କରାଯାଇଛି । National Diary Development Bord(NDDB) ଏବଂ Omfed ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରାଯାଇଛି । ଏହି ଚୁକ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ l
ଓମଫେଡ ଭେଣ୍ଡିଂ ମେସିନ ଶୁଭାରମ୍ଭ କରାଯାଇଛି । ଖୁବ ଶୀଘ୍ର ଏହି ଓମଫେଡ ଭେଣ୍ଡିଂ ମେସିନକୁ ରାଜ୍ୟରେ ଆରମ୍ଭ କରାଯିବ । ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଓମଫେଡର ସମସ୍ତ ସାମଗ୍ରୀ ଏଠାରେ ଉପଲବ୍ଧ ହେବ ଯାହା ଗ୍ରାହକଙ୍କ ପାଇଁ ସୁବିଧା ହେବ । ଜନପଥରେ ଏହି ଭେଣ୍ଡିଂ ମେସିନ ବସେଇବାକୁ ଓମ୍ପଫେଡ ଯୋଜନା କରିଛି । ଏନେଇ ବିଏମସି ସହ ଆଲୋଚନା ମଧ୍ୟ କରାଯାଇଛି । ସଠିକ ସ୍ଥାନ ଏବଂ ଇଲେକ୍ଟ୍ରି ଭଳି ସୁବିଧାକୁ ଦୃଷ୍ଟିରେ ରଖି ଏହାର ଶୁଭାରମ୍ଭ କରାଯିବ ।
ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦ଟି ଭେଣ୍ଡିଂ ମେସିନ ସ୍ଥାପନ କରାଯିବ l ଓମଫେଡର ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତା କୁଲାଙ୍ଗେ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ତେବେ ରାଜ୍ୟର ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ଡେମୋ ପ୍ରଦର୍ଶିତ ହୋଇଥିଲା ମୌସୁମୀ ବୈଠକରେ l
ଅଧିକ ପଢ଼ନ୍ତୁ
Share your comments