1. ମତ୍ସ୍ୟ ଓ ପଶୁ ପାଳନ

ଭାରତରେ ଗୋପାଳନ, କିଛି ଜାଣିବା କଥା !!

ଭାରତ ଏକ କୃଷିପ୍ରଧାନ ଦେଶ ଅଟେ । କୃଷି ଏବଂ ପଶୁ ପାଳନ ଭାରତର ଗ୍ରାମର ପ୍ରକୃତ ପରିଚୟ ଅଟେ । କିଛି ଲୋକମାନଙ୍କୁ ଲାଗେ ଯେ ଭାରତର ପ୍ରକୃତ ଅର୍ଥ ବ୍ୟବସ୍ଥାର ଅଗ୍ରଗତି ସହରରେ ଥିବା ଫ୍ଯାକ୍ଟରି ଏବଂ କମ୍ପାନୀମାନଙ୍କ ଦ୍ଵାରା ହୋଇଥାଏ, କିନ୍ତୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୂଚାରୁରୂପରେ ଚଳାଇବା ପାଇଁ କୃଷି ଏବଂ ପଶୁପାଳନର ମୁଖ୍ୟ ଯୋଗଦାନ ରହିଛି ।

Sugyan Kumar Nayak
Sugyan Kumar Nayak
Cow

Cow

ଭାରତ ଏକ କୃଷିପ୍ରଧାନ ଦେଶ ଅଟେ । କୃଷି ଏବଂ ପଶୁ ପାଳନ ଭାରତର ଗ୍ରାମର ପ୍ରକୃତ ପରିଚୟ ଅଟେ । କିଛି ଲୋକମାନଙ୍କୁ ଲାଗେ ଯେ ଭାରତର ପ୍ରକୃତ ଅର୍ଥ ବ୍ୟବସ୍ଥାର ଅଗ୍ରଗତି ସହରରେ ଥିବା ଫ୍ଯାକ୍ଟରି ଏବଂ କମ୍ପାନୀମାନଙ୍କ ଦ୍ଵାରା ହୋଇଥାଏ, କିନ୍ତୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୂଚାରୁରୂପରେ ଚଳାଇବା ପାଇଁ କୃଷି ଏବଂ ପଶୁପାଳନର ମୁଖ୍ୟ ଯୋଗଦାନ ରହିଛି । ପଶୁପାଳନ ପାଇ ଅଧିକ ଜରୁରୀ ଅଟେ ପଶୁମାନଙ୍କର ଯତ୍ନ ନେବା, ସେମାନଙ୍କର ଧ୍ୟାନ ସଦାବେଳେ ରଖିବା ଉଚିତ ବିଶେଷ କରି ବର୍ଷା ଦିନମାନଙ୍କରେ, କାରଣ ସେହି ଦିନମାନଙ୍କରେ ପଶୁମାନେ ଅଧିକ ରୋଗରେ ପଡନ୍ତି, ତେଣୁ ପଶୁମାନଙ୍କର ଯତ୍ନ ସମ୍ବନ୍ଧରେ କିଛିଟା ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ବିଶ୍ଵରେ ସର୍ବାଧିକ ପଶୁଧନ ଭାରତରେ ଅଛନ୍ତି l କୃଷି ଏବଂ ପଶୁପାଳନ ବିନା ଭାରତୀୟ ଅର୍ଥ ବ୍ୟବସ୍ଥାର ପରିକଳ୍ପନା କରି ହେବନି । ଆମେରିକା ଦିତୀୟ ସ୍ଥାନରେ ରହିଛି । ସମସ୍ତ ବିଶ୍ଵରେ ମୋଟ 19% ପଶୁଧନ ଭାରତରେ ଅଛି, କୃଷି କ୍ଷେତ୍ରରେ ପଶୁପାଳନର ଯୋଗଦାନ 30% ଅଟେ, ସର୍ବ ମୋଟ 10% ରାଷ୍ଟ୍ରର ଆୟ ପଶୁଧନରୁ ହିଁ ପ୍ରାପ୍ତ ହୋଇଥାଏ , ଏବଂ ଏଥି ପାଇଁ ଭାରତ ହିଁ ଦୁଗ୍ଧ ଉତ୍ପାଦନରେ ବିଶ୍ଵର  ପ୍ରଥମ ସ୍ଥାନରେ ଅଛି

ବିହାରର ପଶୁ ସଂଶାଧନ ବିଭାଗ ନିଜର ଟ୍ୱିଟର ଆକାଉଣ୍ଟରେ ରାଜ୍ୟର ସମସ୍ତ ପଶୁପାଳକମାନଙ୍କ ପାଇଁ ଏକ କ୍ୟାଲେଣ୍ଡର ଜାରି କରିଛନ୍ତି ଯେଉଁଥିରେ ଅନେକ ନିର୍ଦେଶ ଜାରି କରାଯାଇଛି । ସେଗୁଡ଼ିକ ହେଉଛି –

  • ପଶୁମାନଙ୍କୁ ଖରାରୁ ରକ୍ଷା କରିବା ପାଇଁ ଅନେକଗୁଡ଼ିଏ ଉପାୟ ଦର୍ଶାଇ ଦିଆଯାଇଛି ।

  • ଯେତେବେଳେ ପଶୁମାନଙ୍କୁ ଖୁରା ଏବଂ ମୁହଁ ରୋଗ ହୁଏ ସେତେବେଳେ ସେମାନଙ୍କର ଉପଚାରର ବ୍ୟବସ୍ଥା କରିବା ଏବଂ ଯେତେବେଳେ ପର୍ଯ୍ୟନ୍ତ ସେମାନେ ଉପଚାର ହେଉଥିବେ ସେମାନଙ୍କୁ ଅଲଗା ରଖି ସେମାନଙ୍କ ଖାଦ୍ୟର ବ୍ୟବସ୍ଥା କରିବା ବିଷୟରେ ଏଥିରେ କୁହା ଯାଇଛି ।

  • ଖୁରା ଏବଂ ମୁହଁ ରୋଗରେ ପୀଡିତ ପଶୁମାନଙ୍କ କ୍ଷୀର ସେମାନଙ୍କ ବାଛୁରୀକୁ ପିଇବାକୁ ନ ଦେବା ଉଚିତ, ଯଦି ପିଇଦିଅନ୍ତି ତେବେ ତୁରନ୍ତ ଚିକିତ୍ସକଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

  • ପଶୁମାନଙ୍କୁ ସ୍ଵସ୍ଥ ରଖିବାକୁ ହେଲେ ସେମାନଙ୍କୁ ସମୟ ସମୟରେ ଖଣିଜ ମିଶ୍ରଣ ଦେବା ଉଚିତ, ଯାହା ଦ୍ଵାରା ପଶୁମାନେ ଅଧିକ ମାତ୍ରାରେ କ୍ଷୀର ଦେଇ ପାରିବେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments