1. ମତ୍ସ୍ୟ ଓ ପଶୁ ପାଳନ

ଗୋପାଳନ :କେତେକ ଜରୁରୀ ତଥ୍ୟ !

ଗୋପାଳନ :କେତେକ ଜରୁରୀ ତଥ୍ୟ !

KJ Staff
KJ Staff

ଅଧିକ ଲାଭବାନ ହେବାଲାଗି ଟିପ୍ସ

ଭାରତ ଦୁଗ୍ଧ ଉତ୍ପାଦନ ରେ ବିଶ୍ୱ ରେ ସବୁଠାରୁ ଆଗୁଆ ଥିଲା ବେଳେ ଓଡିଶା ରେ ଚାଷୀ ମାନେ ବିଭିନ୍ନ କାରଣ ରୁ ଲାଭବାନ ହେଇପାରୁନାହାନ୍ତି|ତେବେ ଏହି ଦିଗରେ କେତେକ ବିଶେଷ ବିଷୟ ଉପରେ ଧ୍ୟାନ ଦେବା ଉଚିତ :

)ଏକ ନିର୍ଦ୍ଧିଷ୍ଟ ଯୋଜନା ତିଆରି କରନ୍ତୁ :

ଗୋପାଳନ କରୁଥିବା ଚାଷୀ କୁ ଗାଈ ପାଳନ ,ତାଙ୍କର ଯତ୍ନ ଏବଂ ତାର ଆବଶ୍ୟକତା ବିଷୟରେ ପ୍ରକୃଷ୍ଟ ଜ୍ଞାନ ରହିବ ଆବଶ୍ୟକ |ଗାଈ ଗର୍ଭଧାରଣ ସମୟ ,ବାଛୁରୀ ଯତ୍ନ ,ଦୁଗ୍ଧ ସଂଗ୍ରହ କରିବା ପ୍ରକ୍ରିୟା ଇତ୍ୟାଦି ସହ ସେହି ପ୍ରାଣୀ ସେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ |

ଏହା ବ୍ୟତୀତ ସେମାନଙ୍କୁ ଉତ୍ତମ ମାନର ଖାଦ୍ୟ ଯୋଗାଇବା ଏବଂ ଋତୁ ପରିବର୍ତନ ଅନୁସାରେ ଖାଦ୍ୟ ପରିମାଣ ଏବଂ ସେଥିରେ ଗାଈ ମାନଙ୍କର ରୁଚି ପରିବର୍ତନ ହୁଏ ବୋଲି ମଧ୍ୟ ଜାଣି ରଖିବା ଆବଶ୍ୟକ |

ଏହା ସହ ଫାର୍ମ ଲାଗି ଖର୍ଚ ହେଉଥିବା ଟଙ୍କା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ |ଖାଦ୍ୟ ସହ ଉପଯୁକ୍ତ ଭିଟାମିନ ,ମିନେରାଲ ଏବଂ ସମୟ ସମୟରେ ଟୀକାକରଣ ଆବଶ୍ୟକ |ରୋଗ ବ୍ୟାଧି ଚିକିତ୍ସା ଲାଗି ଔଷଧ ଇତ୍ୟାଦି ଫାର୍ମ ଲାଗି ବ୍ୟବହୃତ ରାଶି ଉପରେ ନିର୍ଭର କରେ |ତେଣୁ ଗୋପାଳନ ପୂର୍ବରୁ ପ୍ରଥମେ ମୂଳ ରାଶି ଏବଂ ତାର ବିଭିନ୍ନ କ୍ଷେତ୍ର ରେ ବିଭାଜନ ଉପରେ ଗୁରୁତ୍ୱ ଦେଇ ,ସେଥି ଲାଗି ଆକଳନ କରନ୍ତୁ |

ଉଧାରଣ ସ୍ୱରୂପ :ଭାରତ ରେ ପ୍ରାୟତଃ ସମସ୍ତ ରାଜ୍ୟରେ ଦୁଗ୍ଧ ଲିଟର ପ୍ରତି 40 ଟଙ୍କା |ଆପଣ ଯଦି ଫାର୍ମ ରେ ଉନ୍ନତ ପ୍ରଜାତି ଗୋପାଳନ କରୁଛନ୍ତି ତେବେ ଆପଣ  ଦିନକୁ ପ୍ରତି ଗାଈ ଠାରୁ ୨୦-୨୫ ଲିଟର ଦୁଗ୍ଧ ସଂଗ୍ରହ କରିପାରିବେ |ଏଣୁ ଦିନକୁ ହାରାହାରି ୧୫୦ ଲିଟର ଦୁଗ୍ଧ ସଂଗ୍ରହ ହେଲେ ,ପ୍ରାୟେ ୬୦୦୦ ଟଙ୍କା ଦିନକୁ ଲାଭ କରିପାରିବେ |ଫାର୍ମ ଲାଗି ଅନ୍ୟାନ୍ୟ ଖର୍ଚ କୁ ଫେଡ଼ିଲେ ମାସକୁ ହାରାହାରି ୧ଲକ୍ଷ ଟଙ୍କା ଲାଭ ହୋଇପାରିବ |

ତେବେ ପ୍ରଥମ ଥର ଲାଗି ଗୋପାଳନ କରୁଥିଲେ ନିମ୍ନଲିଖିତ ବିଷୟ ଉପରେ ଗୁରୁତ୍ୱ ଦିଅନ୍ତୁ :

)ଖାଦ୍ୟ ଯୋଗାଣ :

ଗାଈ ମାନେ ବିଶେଷ କରି ଘାସ ଖାଇବାକୁ ଭଲ ପାଆନ୍ତି ମାତ୍ର ବର୍ତମାନ ହ୍ରାସ ପାଉଥିବା ଉତ୍ପାଦନ ହେତୁ ସେମାନେ ପ୍ରାୟତ କୁତ୍ରିମ ଖାଦ୍ୟ ଯୋଗାଣ ଉପରେ ନିର୍ଭରଶୀଳ ହୋଇଗଲେଣି |ଅଧିକ ଦୁଗ୍ଧ ଉତ୍ପାଦନ ଲାଗି ପ୍ରୋଟିନ  ଯୁକ୍ତ ଘାସ ଯଥା ଆଲଫା  ଆଲଫା ଏବଂ ପ୍ରୋଟିନ ସପ୍ଲିମେଣ୍ଟ ବ୍ୟବସ୍ତା କରନ୍ତୁ|

ଆଲଫା  ଆଲଫା ଦର ଅଧିକ ହୋଇଥିଲା ବେଳେ ଏହା ବଦଳରେ ଗହମ ବା ଓ଼ଟ ନଡା ଖାଇବାକୁ ଦିଅନ୍ତୁ |

ଏହା ସହ ମଞ୍ଜି ବା ଗ୍ରେନ ଖାଇବାକୁ ଦିଅନ୍ତୁ |ଏହା ସବୁଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ |

 

)ଗାଈ ମାନଙ୍କର ସ୍ୱାସ୍ଥ୍ୟ :

ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ |ଯଥା ସମ୍ଭବ ଗାଈ ମାନଙ୍କ ଯତ୍ନ ନିୟନ୍ତୁ ,ନିୟମିତ ଗୁହାଳ ସଫା କରନ୍ତୁ ,ପ୍ରତ୍ୟେକ ମାସ କୁ ଥରେ ତାଙ୍କର ଓଜନ ସମୀକ୍ଷା କରନ୍ତୁ |ଶରୀର ଉଚିତ ଫ୍ୟାଟ ମଧ୍ୟ ରହିବ ଆବଶ୍ୟକ |

 

)ସକାଳ ବ୍ୟାୟାମ :

ସକାଳୁ ଗାଈ ମାନଙ୍କୁ ଉଚିତ ପରିମାଣ ରେ ଖାଦ୍ୟ ଯୋଗାଇ ତାଙ୍କୁ ଚରିବାକୁ ଏକ ପଡିଆ ବା ଖାଲି ସ୍ଥାନ କୁ ନିଅନ୍ତୁ |ସର୍ବଦା ବସି ରହିଲେ ତାଙ୍କର ହାଡ ଦୁର୍ବଳ ହୋଇଯାଏ |ତେଣୁ ଚରିବାକୁ ନେଲେ ତାଙ୍କୁ ମୁକ୍ତ ଆକାଶରେ ଉନ୍ମୁକ୍ତ ବାତାବରଣ ରେନିଶ୍ୱାସ ନେବାର ସୁଯୋଗ ମିଳିଥାଏ |

)ଭଲ ଘର:

 ଗାଈ ମାନେ ବାସ କରୁଥିବା ଗୁହାଳ କୁ ସର୍ବଦା ସଫା ରଖନ୍ତୁ ଏବଂ ସେଠାରେ ଉପଯୁକ୍ତ ତାପମାତ୍ରା ଯେପରି ସଂରକ୍ଷଣ କରି ହେବ ସେଥି ପ୍ରତି ଧ୍ୟାନ ଦିଅନ୍ତୁ |ସାଧାରଣତଃ ଲୋକେ ଏକ ବଡ  ଗୁହାଳ ରେ ଏକ ସହ ୧୨ ରୁ ୧୫ ଟି ଗାଈ ରଖିଥାନ୍ତି ମାତ୍ର ସମସ୍ତ ଗାଈ କୁ ଯେପରି ଉଚିତ ସ୍ଥାନ ମିଳୁ ସେଥି ପ୍ରତି ଧ୍ୟାନ ଦେବା ଉଚିତ |ପ୍ରସବ କରୁଥିବା ମା ଏବଂ ଜନ୍ମ ହୋଇଥିବା ବାଛୁରୀ ମାନଙ୍କ ଲାଗି ସ୍ୱତନ୍ତ୍ର ସ୍ଥାନ ଆବଶ୍ୟକ |

 

)ଗାଈ ସ୍ତନ :

ଗାଈ ଦୁଇଁବା  ପରେ ସ୍ତନ କୁ ସଫା ରଖିବା ଅତି ଆବଶ୍ୟକ |ଏହା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଏବଂ ସଂକ୍ରମଣ ରୁ ରକ୍ଷା ମିଳିଥାଏ |ଏହିପରି ସଂକ୍ରମଣ ଦ୍ୱାରା ଦୁଗ୍ଧ ମାନ ହ୍ରାସ ହୋଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments