1. ମତ୍ସ୍ୟ ଓ ପଶୁ ପାଳନ

ବୀଟଲ ପ୍ରଜାତିର ଛେଳି ପାଳନ କରନ୍ତୁ, ଅଧିକ ରୋଜଗାର କରନ୍ତୁ !!

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୃଷି ସହ ସହାୟକ ବ୍ୟବସାୟକୁ ପ୍ରୋତ୍ସାହନ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ଯାହାର ଲାଭ ଉଠାଇ ଚାଷୀଭାଇମାନେ ନିଜର ରୋଜଗାର ବୃଦ୍ଧି କରିପାରିବେ । ସେହି ବ୍ୟବସାୟମାନଙ୍କ ମଧ୍ୟରେ ଛେଳି ପାଳନ ଅନ୍ୟତମ ଅଟେ ।

Sugyan Kumar Nayak
Sugyan Kumar Nayak
Goat Farming

Goat Farming

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୃଷି ସହ ସହାୟକ ବ୍ୟବସାୟକୁ ପ୍ରୋତ୍ସାହନ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ଯାହାର ଲାଭ ଉଠାଇ ଚାଷୀଭାଇମାନେ ନିଜର ରୋଜଗାର ବୃଦ୍ଧି କରିପାରିବେ । ସେହି ବ୍ୟବସାୟମାନଙ୍କ ମଧ୍ୟରେ ଛେଳି ପାଳନ ଅନ୍ୟତମ ଅଟେ । ସାଧାରଣତଃ ଛେଳି ପାଳନ ଭାରତର ପ୍ରତ୍ୟେକ ସ୍ଥାନରେ କରାଯାଏ, କିନ୍ତୁ ଛେଳିମାନଙ୍କର ଏମିତି କିଛି ଅଲଗା ପ୍ରଜାତି ଅଛନ୍ତି ଯାହା କି ଦେଶର କିଛି କିଛି ସ୍ଥାନମାନଙ୍କରେ ପାଳନ କରାଯାଏ l ସେହି ପ୍ରଜାତିମାନଙ୍କ ମଧ୍ୟରେ ବୀଟଲ ଛେଳି ଏକ ପ୍ରଜାତିର ଅଟନ୍ତି, ତେଣୁ ଆସନ୍ତୁ ଜାଣିବା ବୀଟଲ ପ୍ରଜାତି ଛେଳିମାନଙ୍କ ବିଷୟରେ ।

ବୀଟଲ ପ୍ରଜାତିର ଛେଳି

ବୀଟଲ ପ୍ରଜାତିର ଛେଳି ସାଧାରଣତଃ ପଞ୍ଜାବର ଗୁରଦାସପୁର ଜିଲ୍ଲାର ବଟାଲ ଅଞ୍ଚଳରେ ଦେଖିବାକୁ ମିଳେ । ଛେଳି ମାନଙ୍କର ଏହି ପ୍ରଜାତି ବିଶ୍ଵ ପ୍ରସିଦ୍ଧ ଅଟେ l ପଞ୍ଜାବକୁ ଲାଗି ପାକିସ୍ତାନରେ ମଧ୍ୟ ଏହି ପ୍ରଜାତିର ଛେଳି ଉପଲବ୍ଧ ହୁଅନ୍ତି l ଏମାନଙ୍କ ଶରୀର ରଙ୍ଗ ପାଉଁସିଆ ରଙ୍ଗ ଉପରେ  ଧଳାର ଛପା କିମ୍ବା କଳା ରଙ୍ଗ ଉପରେ ଧଳା ର ଛପା ରହିଥାଏ । ଏମାନେ ଦେଖିବାକୁ ଯମୁନାପୁରି ଛେଳି ପରି ଲାଗନ୍ତି, କିନ୍ତୁ ଉଚ୍ଚତା ଏବଂ ଓଜନ ତୁଳନାରେ ଯମୁନାପୁରି ଛେଳି ଠାରୁ ଛୋଟ ହେଇଥାନ୍ତି ।

ବୀଟଲ ପ୍ରଜାତିର ଛେଳିମାନଙ୍କୁ କିପରି ଚିହ୍ନିବେ

ବୀଟଲ ପ୍ରଜାତିର ଛେଳିମାନଙ୍କ କାନ ଲମ୍ବା, ମଥା ଚଉଡା଼ ଓ ଫୁଲିଲା ପରି ହେଇଥାଏ । ଆଉ ନାକ ଫୁଲିଲା ପରି ରହିଥାଏ, କାନର ଲମ୍ବ ଏବଂ ନାକର ଫୁଲା ଯମୁନାପୁରି ପ୍ରଜାତି ତୁଳନାରେ କମ ଅଟେ । ଶିଙ୍ଗ ବାହାର ଆଡକୁ ଏବଂ ପଛ ଆଡକୁ ମୋଡି ହୋଇ ରହିଥାଏ ।

ବୀଟଲ ପ୍ରଜାତିର ଛେଳିମାନଙ୍କ ଠାରୁ କିପରି ଲାଭ ପାଇପାରିବା

ବୀଟଲ ପ୍ରଜାତିର ବୟସ୍କ ଅଣ୍ଡିରା ଛେଳିମାନଙ୍କ ଓଜନ ପାଖା ପାଖି ୫୫-୬୫ କିଲୋଗ୍ରାମ ହେଇଥାଏ ତଥା ବୀଟଲ ପ୍ରଜାତିର ମାଇ ଛେଳିଙ୍କ ଓଜନ ୪୫-୫୫ କିଲୋଗ୍ରାମ ହେଇଥାଏ । ଏମାନଙ୍କ ପିଲାମାନଙ୍କ ଜନ୍ମ ସମୟରେ ଓଜନ ୨.୫-୩.୦ କିଲୋଗ୍ରାମ ହେଇଥାଏ। ଏମାନଙ୍କ ଶରୀର ଶକ୍ତ ହେଇଥାଏ । ଜଙ୍ଘର ପଛ ଭାଗରେ ଅଳ୍ପ ଭାଗରେ ଚୁଳ ରହିଥାଏ। ଏହି ପ୍ରଜାତିର ଛେଳି ହାରାହାରି ୧.୨୫ - ୨.୦ କିଲୋଗ୍ରାମ କ୍ଷୀର ପ୍ରତି ଦିନ ଦେଇଥାଏ । ଏହି ପ୍ରଜାତିର ଛେଳି ପ୍ରତି ବର୍ଷ ପିଲା ଜନ୍ମ କରିଥାନ୍ତି ଓ ୬୦% ଛେଳି ବର୍ଷକୁ ଗୋଟିଏ ଛୁଆ ଜନ୍ମ କରିଥାନ୍ତି ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments