1. ମତ୍ସ୍ୟ ଓ ପଶୁ ପାଳନ

ବାୟୋଫ୍ଲକ୍ ମାଛ ଚାଷ କରନ୍ତୁ, ଲାଭବାନ୍ ହୁଅନ୍ତୁ

ଏଗ୍ରିକଲ୍ଚର ଡେଭେଲପମେଣ୍ଟ ଟ୍ରଷ୍ଟ, ବାରାମତୀ, ପୁନାର କୃଷି ବିଜ୍ଞାନ କେନ୍ଦ୍ର ବାୟୋଫ୍ଲକ୍ ପ୍ରୋଦ୍ୟୋଗିକକୁ ଆଗକୁ ବଢାଇବାକୁ ଆରମ୍ଭ କରିଛି l ଟ୍ରଷ୍ଟର ଚେୟାରମ୍ୟାନ ରାଜେନ୍ଦ୍ରଜି ପବାରଜୀଙ୍କର ମାର୍ଗଦର୍ଶନ ଅନୁଯାୟୀ କୃଷକମାନଙ୍କ ପାଇଁ ସଙ୍ଘର ଆୟୋଜନ କରାଯାଇଛି।

Sugyan Kumar Nayak
Sugyan Kumar Nayak
Fish Farming

Fish Farming

ଏଗ୍ରିକଲ୍ଚର ଡେଭେଲପମେଣ୍ଟ ଟ୍ରଷ୍ଟ, ବାରାମତୀ, ପୁନାର କୃଷି ବିଜ୍ଞାନ କେନ୍ଦ୍ର ବାୟୋଫ୍ଲକ୍ ପ୍ରୋଦ୍ୟୋଗିକକୁ ଆଗକୁ ବଢାଇବାକୁ ଆରମ୍ଭ କରିଛି l ଟ୍ରଷ୍ଟର ଚେୟାରମ୍ୟାନ ରାଜେନ୍ଦ୍ରଜି ପବାରଜୀଙ୍କର ମାର୍ଗଦର୍ଶନ ଅନୁଯାୟୀ କୃଷକମାନଙ୍କ ପାଇଁ ସଙ୍ଘର ଆୟୋଜନ କରାଯାଇଛି।

ବାୟୋଫ୍ଲକ୍ ପ୍ରଣାଳୀରେ ଅଧିକ ଘନତ୍ଵ ଏବଂ ଅଳ୍ପ ପାଣି ଆଉ ପାଣିକୁ ନ ବଦଳାଇ ଅଧିକ ମାଛ ଗୋଟିଏ ସ୍ଥାନରେ ସଂଗ୍ରହ କରି ପାଳିପାରିବା, ଆଉ ଏହି ପ୍ରଣାଳୀ ଭବିଷ୍ୟତ ପାଇଁ ଲାଭଦାୟକ ହୋଇ ପାରିବ । ସଂରକ୍ଷଣ ସମୟରେ ପାଣିର ଗୁଣବତ୍ତା ଯଥା (ଆମୋନିଆ, ନାଇଟ୍ରାଇଡ) ର ସମସ୍ୟା ଉତ୍ପନ୍ନ ହୋଇଥାଏ, ଉତ୍ପାଦନ କ୍ଷେତ୍ରରେ ମାଛ ଉତ୍ପାଦନ ପାଇଁ ୫୦% ଅଧିକ ଖର୍ଚ୍ଚ ହୋଇ ଥାଏ, ତେଣୁ ଏହି ଖର୍ଚ୍ଚକୁ କମ କରି ଅଧିକ ଉତ୍ପାଦନ କରିବା ଆବଶ୍ୟକ ଅଟେ । ତେଣୁ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ବାୟୋଫ୍ଲକ୍ ପ୍ରଣାଳୀ ଏହାର ଏକ ବିକଳ୍ପ ଅଟେ, କମ ପାଣିର ବ୍ୟବହାରରେ ଅଧିକ ଘନତ୍ଵ ବିଶିଷ୍ଟ ମାଛର ଭଣ୍ଡାର କରି ପାରିବା ।

  • ବାୟୋଫ୍ଲକ୍ କୁଣ୍ଡରେ ଥିବା ଶିଉଳି, ବାକ୍ଟ୍ରିଆ, ପ୍ରୋଟୋଜୋଆ ଏବଂ ଅନ୍ୟାନ୍ୟ କାର୍ବୋନିକ ପଦାର୍ଥ ଯେମିତି ବଳକା ପଡିଥିବା ଖାଦ୍ୟ, ମାଛର ମଳ ମୁତ୍ରର କୂଢ ଈତ୍ୟାଦି, ଏହି ସବୁ ପ୍ରକାରର ବର୍ଜ୍ୟବସ୍ତୁ ବାକ୍ଟ୍ରିଆ ଦ୍ଵାରା ଛଡା ଯାଇଥିବା ଅଠାଳିଆ ପଦାର୍ଥ ସହ ଯୋଡି ହୋଇ ଯାଏ ଯାହା ଖାଦ୍ୟ ଆକାର ନେଇଥାଏ ।

  • ବାୟୋଫ୍ଲକ୍ ମାଛ ପାଳନ କରିବା ସମୟରେ ପ୍ରଥମେ ପଲିଥିନ ପାଲକୁ କୁଣ୍ଡରେ ରଖି ପାଣି ଭରି ଦିଆ ଯାଏ, ପାଣିରେ ବାୟୁ ପ୍ରବାହ ହେବା ଉଚିତ, ଅନ୍ୟ ସଂରକ୍ଷଣ ପୋଖରୀରୁ ୫୦ କିଗ୍ରା / ହେକ୍ଟର ହିସାବରେ ମାଟି ପକାଯାଏ, ବାୟମାସ୍ ଶୀଘ୍ର ନିର୍ମାଣ କରିବାକୁ ହେଲେ ୫ ରୁ ୨୫ କିଗ୍ରା / ହେକ୍ଟର ହିସାବରେ ନାଇଟ୍ରୋଜେନ ଏବଂ କାର୍ବନର ସ୍ରୋତ – ଚିନି କିମ୍ବା ଗୁଡ ମିସାଇବାକୁ ହୁଏ । ଏହା ପରେ ମାଛ/ ଚିଙ୍ଗୁଡିକୁ ଛାଡିବା ଦରକାର ଏବଂ ଏମାନଙ୍କୁ ପାଳିବା ପାଇଁ ଖାଦ୍ୟ ଦରକାର ହୁଏ ।

ବାୟୋଫ୍ଲକ୍ ଖାଦ୍ୟରେ ପୋଷକତତ୍ତ୍ୱର ମାତ୍ରା

ଜୈବ ଉର୍ବର ପାଇଁ କାର୍ବନ ସ୍ରୋତ ଉପଯୋଗୀତା ଖାଦ୍ୟ ସହ କରାଯାଇଥାଏ, ସହଜରେ ଉପଲବ୍ଧ ଏବଂ ଶସ୍ତା କାର୍ବନ ସ୍ରୋତ ଯେମିତି କି ଗୁଡ , ଚାଉଳର ଭୁଶି, ଗହମର ଭୁଶି, ଗୁଡ, ଚିନି ଇତ୍ୟାଦିର ଉପଯୋଗ କରାଯାଏ । ପାରମ୍ଭରୁ କୁଣ୍ଡ ସହ ଯୋଡି ହୋଇଥିବା ଦୈନିକ କାର୍ବନର ମାତ୍ରାକୁ ନିର୍ଧାରିତ କରିବା ପାଇଁ କାର୍ବନର ମାତ୍ରାକୁ ମାପିବା ଉଚିତ  । କାର୍ବନରୁ ନାଇ ଟ୍ରୋଜେନର ଅନୁପାତ ୧୦, କି ଅଧିକା (୧୦-୨୦: ୧) ରହିବା ଉଚିତ ଏବଂ ଖ୍ୟାଦ୍ୟରେ ପ୍ରୋଟିନର ମାତ୍ରା ମଧ୍ୟ ଜାଣିବା ଉଚିତ।  

ଆକାର ଏବଂ ସଂରକ୍ଷଣ ସମୟରେ ଯେତେବେଳେ ଆକାର ବଢି ଚାଲିଥାଏ ମାଛର ମଳ ଇତ୍ୟାଦି ତଳ ଅଂଶରେ ବଢି ବଢି ଚାଲି ଥାଏ, ଯାହା ଦ୍ଵାରା ହାନିକାରକ ଗ୍ୟାସ୍ ବଢିଥାଏ, ତେଣୁ ଏ ସବୁ ମଇଳାକୁ ଏକତ୍ରିତ କରି ହଟାଇବା ଉଚିତ, ନ ହେଲେ ଏହା ଛଡା ଯାଇଥିବା ମାଛ ପ୍ରତି ହାନିକରକ ହୋଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments