1. ମତ୍ସ୍ୟ ଓ ପଶୁ ପାଳନ

ପିଞ୍ଜରା ମାଛ ଚାଷ କରନ୍ତୁ, ଲାଭବାନ ହୁଅନ୍ତୁ !!

ପିଞ୍ଜରା ଭିତରେ ମାଛ ଚାଷ କରି ଚାଷୀମାନେ ଭଲ ରୋଜଗାର କରିପାରିବେ l ପିଞ୍ଜରା ଭିତରେ ମାଛ ଚାଷ କରିବା ଏପରି ଏକ ବ୍ୟବସାୟ ଯେଉଁଥିରେ କମ ଖର୍ଚ୍ଚରେ ଅଧିକ ରୋଜଗାର କରିପାରିବେ । ମାଛ ଚାଷ ଭାରତର ସବୁ ରାଜ୍ୟରେ ହୋଇଥାଏ । ଭାରତରେ ୭୦% ଲୋକ ଏପରି ଅଛନ୍ତି ଯେଉଁମାନେ

Sugyan Kumar Nayak
Sugyan Kumar Nayak
fish farming

fish farming

ପିଞ୍ଜରା ଭିତରେ ମାଛ ଚାଷ କରି ଚାଷୀମାନେ ଭଲ ରୋଜଗାର କରିପାରିବେ l ପିଞ୍ଜରା ଭିତରେ ମାଛ ଚାଷ କରିବା ଏପରି ଏକ ବ୍ୟବସାୟ ଯେଉଁଥିରେ କମ ଖର୍ଚ୍ଚରେ ଅଧିକ ରୋଜଗାର କରିପାରିବେ । ମାଛ ଚାଷ ଭାରତର ସବୁ ରାଜ୍ୟରେ ହୋଇଥାଏ । ଭାରତରେ ୭୦% ଲୋକ ଏପରି ଅଛନ୍ତି ଯେଉଁମାନେ ମାଛ ଖାଆନ୍ତି l

କେବଳ ଭାରତରେ ନୁହେଁ କିନ୍ତୁ ପୁରା ବିଶ୍ଵରେ ମାଛର ଚାହିଦା ବଢି ଚାଲିଛି । ଚାହିଦା ବଢିବାର ମୁଖ୍ୟ କାରଣ ହେଉଛି ମାଛର ସ୍ଵାଦ ଏବଂ ମସିହାରେ ଥିବା ପୋଷଣ, ବିଭିନ୍ନ ପ୍ରୋଟୀନ ଓ ଭିଟାମିନ। 

ପିଞ୍ଜରାରେ ମାଛ ଚାଷ କଣ ?

ପିଞ୍ଜରାରେ ମାଛ ଚାଷ କରିବାର ପ୍ରକ୍ରିୟାକୁ କେଜ ଫିସିଂ କୁହାଯାଏ । ମାଛ ପାଳନ କରିବାକୁ ପିଞ୍ଜରା ବନେଇବାକୁ ହେଲେ ଏହାକୁ ୨.୫ ମିଟର ଲମ୍ବା ୨.୫ ମିଟର ଚଉଡା ଏବଂ ୨ ମିଟର ଉଚ୍ଚତାର ବାକ୍ସ ତିଆରି କରାଯାଏ । ଏହି ବାକ୍ସରେ ମାଛର ଜାଆଁଳ ଛଡ଼ାଯାଏ ।

ପିଞ୍ଜରା ମାଛ ଚାଷର ଉପକାରିତା

  1. ମାଛମାନଙ୍କର ଭଲ ବିକାଶ ହୋଇଥାଏ ।

  2. କମ ଦିନ ମଧ୍ୟରେ ମାଛ ବଡ ହେଇଯାନ୍ତି ।

  3. ଏହା ଚାଷୀମାନଙ୍କୁ ଅଧିକ ଲାଭ ଦେଇଥାଏ।

  1. ମାଛ ପାଳନ ଦୁଇ ପ୍ରକାରର ପିଞ୍ଜରାରେ ହୋଇଥାଏ । ପ୍ରଥମତଃ ସେଇ ପିଞ୍ଜରା ଯେ କି ଗୋଟିଏ ସ୍ଥାନରେ ସ୍ଥିର ଥାଏ ଏବଂ ଅନ୍ୟଟି ପାଣିରେ ଭାସିବା ଅବସ୍ଥାରେ ଥାଏ ।

  2. ସ୍ଥିର ପିଞ୍ଜରା ତିଆରି କରିବା ପାଇଁ ପାଣି ୫ ମିଟର ଗଭୀର ହେବା ଦରକାର ।

  3. ଭାସିବା ଅବସ୍ଥାରେ ଥିବା ପିଞ୍ଜରା ତିଆରି କରିବାକୁ ହେଲେ ପାଣି ୫ ମିଟର ରୁ ଅଧିକ ଗଭୀର ହେବା ଦରକାର ।

  4. ପାଣିରେ ଅମ୍ଳଜାନର ଭରପୁର ମାତ୍ରା ରହିବା ଆବଶ୍ୟକ ଅଟେ ।

  5. ପିଞ୍ଜରା ଭିତରେ ପାଣିର ଗଭୀର ୧୦ ଫୁଟ ରହିବା ଦରକାର ।

କୃଷିକାର୍ଯ୍ୟ ସହ ପିଞ୍ଜରା ମାଛ ଚାଷର ଉପକାରିତା ରହିଛି l ଧାନ ଚାଷ କରୁଥିବା ଚାଷୀମାନଙ୍କ ପାଇଁ ଏହା ରୋଜଗାରର ଏକ ବିକଳ୍ପ ଅଟେ । ଚାଷୀମାନେ ଧାନ କ୍ଷେତରେ ଜମା ହୋଇଥିବା ପାଣିରେ ମାଛଚାଷ କରିପାରିବେ ।  ଯାହାକୁ fish-rice ଫାର୍ମିଙ୍ଗ କୁହାଯାଏ । ଏହି ପ୍ରକାରର କ୍ଷେତରେ ଧାନ ସହିତ ମାଛ ଚାଷର କାମ ବି ହେଇଯାଏ । ଏଥିରେ ଚାଷୀମାନଙ୍କୁ ଧାନର ମୂଲ୍ୟ ମିଳିଥାଏ ତା ସହ ମାଛ ବିକ୍ରିର ଲାଭ ମଧ୍ୟ ମିଳିଥାଏ । ଆଉ ଏହି ମାଛ ଚାଷ କରିବା ଦ୍ଵାରା ଧାନ ଉତ୍ପାଦନରେ ବି କୌଣସି ଖରାପ ପ୍ରଭାବ ପଡି ନଥାଏ । ଧାନ କ୍ଷେତରେ ମାଛଚାଷ କରିବା ଦ୍ଵାରା ଧାନ ଗଛରେ ହେଉଥିବା ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ