1. ମତ୍ସ୍ୟ ଓ ପଶୁ ପାଳନ

ମାଛ ଚାଷ କରନ୍ତୁ, କମ୍ ସମୟରେ ଅଧିକ ରୋଜଗାର !!

ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କୁ କୌଣସି ବିକଳ୍ପ ଦେଖାଯାଉନି ତେବେ ଆପଣମାନଙ୍କ ପାଇଁ ମାଛ ଚାଷର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ ।

Sugyan Kumar Nayak
Sugyan Kumar Nayak
Fish Farming

Fish Farming

ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କୁ କୌଣସି ବିକଳ୍ପ ଦେଖାଯାଉନି ତେବେ ଆପଣମାନଙ୍କ ପାଇଁ ମାଛ ଚାଷର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ଆପଣ ବହୁତ କମ ସମୟରେ ମାଛ ଚାଷ କରି ଭଲ ଅର୍ଥ ଉପାର୍ଜନ କରିପାରିବେ ।

ଅଳ୍ପ ଖର୍ଚ୍ଚରେ ବ୍ୟବସାୟ ଆରମ୍ଭ

ଏହି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ଅନ୍ୟ ବ୍ୟବସାୟ ପରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବନି । ଆପଣ ବଜାରରେ ମାଛ ବିକ୍ରି କରି ଭଲ ରୋଜଗାର କରିପାରିବେ l ଭାରତ ରେ ୭୦% ଲୋକ ମାଛ ଖାଆନ୍ତି l ମାଛ ପ୍ରୋଟୀନ ଓ ଭିଟାମିନଯୁକ୍ତ ଭୋଜନ ଅଟେ l ଏହି ସବୁ କାରଣ ଯୋଗୁଁ ବଜାରରେ ମାଛର ଚାହିଦା ଅଧିକ ଥାଏ ।

କିପରି ଆରମ୍ଭ କରିପାରିବେ ଏହି ବ୍ୟବସାୟ

ଏହି ବ୍ୟବସାୟକୁ ଆରମ୍ଭ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଦୁଇଟି ଜିନିଷ ଆବଶ୍ୟକ ଅଟେ, ଯଥା: ପୋଖରୀ ଏବଂ ମାଛ । ମାଛ ଆପଣଙ୍କୁ ଯେ କୌଣସି ମାଛ ଚାଷୀଙ୍କ ଠାରୁ ଆଣିପାରିବେ ଏବଂ ଅନ୍ୟ କଥାଟି ହେଉଛି ପୋଖରୀ, ତେବେ ଆପଣ ଆରମ୍ଭରୁ ଯେକୌଣସି ଛୋଟ ପୋଖରୀ ଆଣି ସେଥିରେ ମାଛ ରଖିପାରିବେ । କିନ୍ତୁ ଆପଣଙ୍କୁ ଗୋଟେ କଥା ଧ୍ୟାନ ରଖିବା ଉଚିତ ଯେ ଆପଣ ଯେବେ ଗ୍ରହକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଇପାରିବେ ସେତେବେଳେ ଯାଇ ଅଧିକ ଲାଭ  କରିପାରିବେ । ତେଣୁ ମାଛଚାଷୀ ଭାବରେ ଆପଣଙ୍କୁ ଏହା ଜାଣିବା ଦରକାର ଯେ ବଜାରରେ କେଉଁ କେଉଁ ମାଛର ଚାହିଦା ଅଧିକ ଅଛି ।  ଯଦି ଆପଣ ଏହି କଥାକୁ ଧ୍ୟାନରେ ରଖି ମାଛ ଚାଷ କରିପାରିବେ ତେବେ ଆପଣ ଅଧିକ ଲାଭବାନ ହେଇପାରିବେ ।

ଠିକ ପୋଖରୀର ଚୟନ 

ମାଛ ଚାଷରେ ପୋଖରୀର ସ୍ଥାନ ଅଧିକ ମହତ୍ଵ ରଖିଥାଏ, ତେଣୁ ମାଛ ଚାଷ କରିବା ପୂର୍ବରୁ ଏହି କଥାକୁ ବିଶେଷ ଭାବରେ ଧ୍ୟାନ ଦେବା ଉଚିତ l ପୋଖରୀକୁ ଯେଉଁ ପାଣି ଆସୁଛି ତାହା ବୋରିଙ୍ଗର ପାଣି ନା ବର୍ଷା ପାଣି ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ l ସେହି ପୋଖରୀ ପାଣିରେ କୌଣସି ପ୍ରକାରର ବାକଟ୍ରିଆ ନାହାନ୍ତି ତ, ଏହା ଆପଣଙ୍କ ମାଛ ଉପରେ ଅଧିକ ଖରାପ ପ୍ରଭାବ ପକେଇପାରିବ କି ନାହିଁ ତାହା ଉପରେ ଧ୍ୟାନ ଦିଅନ୍ତୁ l ଯଦି ଏମିତି ରହିବ ତେବେ ଆପଣ ଲାଭ ବଦଳରେ କ୍ଷତି ହେବ ।

ଖାଦ୍ୟ ଉପରେ ବିଶେଷ ଧ୍ୟାନ

ମାଛମାନଙ୍କୁ ଆପଣ କେଉଁ ପ୍ରକାରର ଖାଦ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ l ଯେଉଁ ମାଛମାନେ ଯେ କୌଣସି ସ୍ଥାୟୀ ପୋଖରୀରେ ରୁହନ୍ତି ସେମାନଙ୍କ ପାଇଁ ସଦା ବେଳେ ଖାଦ୍ୟ ରହିବାର ବ୍ୟବସ୍ତା ରହିଥାଏ କିନ୍ତୁ ଯେଉଁ ମାଛମାନେ ପୋଖରୀରେ ସ୍ଥାୟୀ ଭାବରେ ରହିନଥାନ୍ତି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇ ଥାଏ । ଯଦି ଆପଣ ମାଛମାନଙ୍କୁ ଉପଯୁକ୍ତ ସମୟରେ ଖାଦ୍ୟ ଖୁଆଇବାକୁ ଦେବେ, ତେବେ ଆପଣଙ୍କର ମାଛମାନଙ୍କର ବୃଦ୍ଧି ହେବ ଏବଂ ସେଥିରୁ ଆପଣ ଅଧିକ ଲାଭବାନ ହେଇପାରିବେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments