1. ମତ୍ସ୍ୟ ଓ ପଶୁ ପାଳନ

ଗଧ କ୍ଷୀରର ଫାଇଦା ଏତେ ଯେ କ୍ୟାନ୍ସରକୁ ମଧ୍ୟ ରୋକିପାରିବ

ଗଧ ର କ୍ଷୀର ପିଇଲେ ଶରୀରର ଇମ୍ୟୁନ ସିଷ୍ଟମ ଠିକ ରହୁଛି । ଗବେଷକମାନେ କହିଛନ୍ତି ଯେ ଗଧ କ୍ଷୀର କେବଳ ମଣିଷ ପାଇଁ ଅତ୍ୟନ୍ତ ଲାଭଦାୟକ ନୁହେଁ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

Sudesna Nayak
Sudesna Nayak
donkey milk has a lot of health benefits

donkey milk has a lot of health benefits

ସାଧାରଣତଃ ଆମେ କାହାକୁ ଥଟ୍ଟା କରିବା କିମ୍ବା କାହାକୁ ଲଜ୍ଜିତ କରିବା ପାଇଁ ଗଧର ନାମ ବ୍ୟବହାର କରୁ । ଆଜି ଆମେ ଆପଣଙ୍କୁ ଗଧର ଗୁଣ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ପର୍ଯ୍ୟନ୍ତ ଆପଣ କେବଳ ଗାଈ କିମ୍ବା ମଇଁଷିର ଦୁଗ୍ଧ ପିଉଥିବେ, କଣ ଆପଣ ଜାଣିଛନ୍ତି ଆମ ଦେଶରେ ଗଧର କ୍ଷୀର ବି ମିଳିଲାଣି । ଜଣାପଡିଛି ଗଧ ର କ୍ଷୀର ପିଇଲେ ଶରୀରର ଇମ୍ୟୁନ ସିଷ୍ଟମ ଠିକ ରହୁଛି । ଗବେଷକମାନେ କହିଛନ୍ତି ଯେ ଗଧ କ୍ଷୀର କେବଳ ମଣିଷ ପାଇଁ ଅତ୍ୟନ୍ତ ଲାଭଦାୟକ ନୁହେଁ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଏହି ପ୍ରଜାତିର ଗଧଙ୍କ କ୍ଷୀରରେ କର୍କଟ, ମେଦବହୁଳତା, ଆଲର୍ଜି ଭଳି ରୋଗ ବିରୋଧରେ ଲଢ଼ିବାର କ୍ଷମତା ଅଛି । ଏହି କ୍ଷୀରରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଏଜେନିକ୍ ଉପାଦାନ ରହିଥାଏ ଯାହା ଶରୀରରେ ଅନେକ ରୋଗ ସହିତ ଲଢ଼ିବାର କ୍ଷମତା ବିକାଶ କରିଥାଏ ।

ଆପଣ ମାନେ ସୁସ୍ଥ ରହିବାକୁ ଗାଈ, ମଇଁଷିଙ୍କ କ୍ଷୀର ପିଅନ୍ତି । ବାହାର ରାଜ୍ୟରେ ତ ଲୋକ ଛେଳି ଓ ଓଟଙ୍କ କ୍ଷୀର ପିଅନ୍ତି । ଦେଶରେ ପ୍ରଥମ ଥର ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର NRCE ଦ୍ୱାରା ଗଧ ଦୁଗ୍ଧ ମିଳିବ । ଏଥିପାଇଁ 10 ହଜାର ଗଧଙ୍କୁ ଆଣି ତାଙ୍କର ଲାଳନ ପାଳନ କରାଯାଉଛି । ଏହା ଏକ ବଡ଼ ପ୍ରୋଜେକ୍ଟ ଅଟେ । ଏହାକୁ ନେଇ ଅନେକ ରିସର୍ଚ୍ଚ କରାଯାଇ ସାରିଛି । ଏମିତିକି ଡାକ୍ତରଙ୍କ କହିବା କଥା ହେଲା ଗାଈ ମଇଁଷିଙ୍କ କ୍ଷୀର ଛୋଟ ପିଲା ମାନଙ୍କୁ ଇନଫେକସନ କରାଇପାରେ ହେଲେ ଗଧ ର କ୍ଷୀର ପିଲାଙ୍କ ପାଇଁ ଭଲ । ଗଧ କ୍ଷୀରରେ ଆଣ୍ଟି ଅକ୍ସୀଡେଣ୍ଟ, ଆଣ୍ଟି ଏଜିଂ ମିଳିଛି । ଗଧ କ୍ଷୀର ମଣିଷ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ । ଅନେକ ଗମ୍ଭୀର ରୋଗ ସହ ଲଢ଼ିବାର କ୍ଷମତା ବଢ଼ାଇ ଥାଏ । ଆହୁରି ଭଲ କଥା ହେଲା ଏହି କ୍ଷୀରରେ ଆଦୌ ଫ୍ୟାଟ ନାହିଁ । ଗଧ କ୍ଷୀରରେ ଔଷଧ ଗୁଣ ଭରପୁର ରହିଛି ।

ଏହି କ୍ଷୀର ସେବନ କଲେ କ୍ୟାନ୍ସର କିମ୍ବା, ଶରୀରରେ ଚର୍ବି ବଢିବନାହିଁ । ହିସାରରେ ଏକ ବଡ଼ ଫାର୍ମ ରହିଛି ଯେଉଁଠି ଗଧଙ୍କ ଦୁଗ୍ଧରୁ ପ୍ରଥମେ ବିୟୁଟି ପ୍ରଡକ୍ଟ ତିଆରି କରାଯାଉଛି । ଏହି ବିୟୁଟି ପ୍ରଡକ୍ଟସ କେରଳର ଗୋଟେ କମ୍ପାନୀ ତିଆରି କରୁଛି । ବର୍ତ୍ତମାନ ଗଧ କ୍ଷୀର ରୁ ସାବୁନ , ଲିପ ବାମ , ଫେସ କ୍ରିମ ତିଆରି କରାଯାଉଛି ।

ଆଜିଯାଏଁ ଗଧ କୁ ନେଇ ଗମାତ କରାଯାଉଥିଲା ଏବେ ସେଇ ଗଧର ଦୁଧ ହିଁ ରୋଗ କୁ ଶରୀରରେ ପ୍ରବେଶ କରିବାକୁ ଦେବନି । ପଶୁ ପାଳକ ମାନଙ୍କୁ ଆଗକୁ ଖୁବ ଲାଭ ହେବାକୁ ଯାଉଛି । କିନ୍ତୁ ଆପଣଂକୁ କହିରଖୁ ଏକ ସ୍ୱତନ୍ତ୍ର ପ୍ରଜାତିର ଗଧ ଙ୍କ କ୍ଷୀର ହିଁ ଉପକାରୀ । ଏହି ପ୍ରଜାତିର ଗଧ ଗୁଜୁରାଟରେ ଦେଖିବାକୁ ମିଳେ । ଏହି ପ୍ରଜାତି ଗଧଙ୍କ କ୍ଷୀର କୌଣସି ବରଦାନ ଠାରୁ କମ ନୁହେଁ । ଅନେକ ବୈଜ୍ଞାନିକ ଗଧ କ୍ଷୀରକୁ ନେଇ ରିସର୍ଚ୍ଚ କରିବା ପରେ ହିଁ ଏହା କେତେ ଉପକାରୀ ଜଣା ପଡ଼ିଛି ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments