1. ମତ୍ସ୍ୟ ଓ ପଶୁ ପାଳନ

ବତକ :ଏକ ଲାଭଜନକ ଗୃହପାଳିତ ପକ୍ଷୀ

କୁକୁଡ଼ା ପରି ମୁକ୍ତାଙ୍ଗନ ରେ କୃଷିଭିତ୍ତିକ ପକ୍ଷୀପାଳନ ଦୃଷ୍ଟିରୁ ବତକ ଚାଷ ଏକ ଲାଭଦାୟକ ଏବଂ ଉପଯୁକ୍ତ ପକ୍ଷୀ ପାଳନ ବ୍ୟବସାୟ |

KJ Staff
KJ Staff
Duck farming in Odisha is a Profitable Agriculture Business

Duck farming in Odisha is a Profitable Agriculture Business

କୁକୁଡ଼ା ପରି ମୁକ୍ତାଙ୍ଗନ ରେ କୃଷିଭିତ୍ତିକ ପକ୍ଷୀପାଳନ ଦୃଷ୍ଟିରୁ ବତକ ଚାଷ ଏକ ଲାଭଦାୟକ ଏବଂ ଉପଯୁକ୍ତ ପକ୍ଷୀ ପାଳନ ବ୍ୟବସାୟ |

ଏହାର ଉପାଦେୟତା :

  • ବତକ ବୈଜ୍ଞାନିକ ଦୃଷ୍ଟିକୋଣରୁ କୁକୁଡ଼ା ଅପେକ୍ଷା ଅଧିକ ଅମଳ କ୍ଷମ ଏବଂ ଅନ୍ୟତମ ବୃହଦ ଅଣ୍ଡା ଉତ୍ପାଦନକାରୀ ପକ୍ଷୀ ହିସାବରେ ବିବେଚିତ|
  • ସାଧାରଣତଃ ଆମ ଦେଶରେ ବତକ ପାଳନ ଉଭୟ ମାଂସ ଓ ଅଣ୍ଡା ଉଦେଶ୍ୟରେ କରାଯାଏ |
  • ଏହାର ମାଂସ ଓ ଅଣ୍ଡା ସୁସ୍ୱାଦୁ ,ପୃଷ୍ଟିକର ଏବଂ ଗୁଣଯୁକ୍ତ ଅଟେ |
  • କୁକୁଡ଼ା ପାଳନ ତୁଳନାରେ ବତକ ପାଳନ ସୁବିଧା ଏବଂ ସହଜରେ ହୋଇପାରେ |
  •  ସର୍ବସାଧାରଣ ବିଶେଷରେ ବତକ ରେ ଗରିବ ଶ୍ରମିକ ବର୍ଗ ,ଭୂମିହୀନ ,ନାମମାତ୍ରକ ଚାଷୀ ମୁଖ୍ୟତ ମହିଳାମାନେ ଅଧିକ ଲାଭବାନ  ହୋଇପାରିବେ |
  • ଏଥି ଲାଗି ମୂଳଧନ ଆବଶ୍ୟକତା ବହୁତ କମ |ଏପରିକି ସର୍ବନିମ୍ନ ମୁଲ୍ୟାକରଣ ୨ ରୁ ୪ ହଜାର ଟଙ୍କା ପୁଞ୍ଜିନିବେଶ ଦ୍ୱାରା ବତକ ଚାଷ ଆରମ୍ଭ କରାଯାଇପାରିବ |
  • ଦେଶୀ କୁକୁଡ଼ା ଏବଂ ଦେଶୀ ବତକ ମଧ୍ୟରେ ତୁଳନାତ୍ମକ ଭାବରେ ଅନୁସନ୍ଧାନ କଲେ ଜଣାପଡେ ଯେ ବତକ କୁକୁଡ଼ା ଅପେକ୍ଷା ୪୦ ରୁ ୫୦ ମୁଣ୍ଡପିଛା ଅଧିକ ଅଣ୍ଡା ଦେଇପାରେ |
  • ବତକ ଅଣ୍ଡା କୁକୁଡ଼ା ଅଣ୍ଡା ଠାରୁ ହାରାହାରି ୫ ରୁ ୨୦ ଗ୍ରାମ ଅଧିକ ଓଜନ ହୋଇଥାଏ ଏବଂ ଆକର୍ଷଣୀୟ ତଥା   ଲୋଭନୀୟ ଦିଶେ |
  • ଗୋଟିଏ ଦେଶୀ ବତକ ହାରାହାରି ୧୦୦ ରୁ ୧୩୦ ଅଣ୍ଡା ଦେଇପାରେ |ଏହା ମଧ୍ୟ କୁକୁଡ଼ା ଚାଷ ଠାରୁ ଅଧିକ ଦିନ ସମାନୁପାତିକ ଭାବରେ ଅଣ୍ଡାଦେଇ ଚାଲିଥାଏ |
  • ଏହା ଦେଖାଯାଇଛି ଯେ ,ବତକ ଚାଷ ନିମନ୍ତେ ଅତ୍ୟଧିକ ବ୍ୟୟବହୁଳ ଘରର ଆବଶ୍ୟକତା ନଥାଏ ,ତଥା ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ତିଆରି କରିବା ପାଇଁ ଦରକାର ହୁଏ ନାହିଁ|
  • ଆମ ରାଜ୍ୟ ପରି ଅନେକ ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କରେ  ବତକ ପାଳନ ବହୁ ଆବୃତ |
  • ବିଶେଷ କରି ସନ୍ତସନ୍ତିଆ ଜାଗା ଏବଂ ପଡିଆ ସ୍ଥାନ ମଧ୍ୟ ବତକ ପାଳନ ପାଇଁ ସୁନ୍ଦର ଭାବରେ ବ୍ୟବହାର କରାଯାଇପାରିବ ,ଯେଉଁଠି ଅନ୍ୟ କୌଣସି ପଶୁ ପକ୍ଷୀ ପାଳନ କରି କିଛି ଆମଦାନୀ କରିବା କଷ୍ଟ ହୋଇଥାଏ |
Duck Farming in Odisha

Duck Farming in Odisha

ବହୁ ସମୟରେ ଦେଖାଯାଇଛି ମୁକ୍ତାଙ୍ଗନ ପକ୍ଷୀ ପାଳନ ସକାଶେ କୁକୁଡ଼ା ଅପେକ୍ଷା ବତକ ପାଳନ ଅଧିକ ଏବଂ ବହୁଳ ଭାବରେ ଲାଭକାରୀ ଏବଂ ପ୍ରଯୁର୍ଯ୍ୟ |ବତକ ପାଳନ ରୁ ବାହାରୁଥିବା ବର୍ଜ୍ୟବସ୍ତୁ ତଥା ବତକ ଖତ ମତ୍ସ୍ୟ ପାଳନ ପାଇଁ ଏକ ଲାଭକାରୀ ଏବଂ ଦରକାରୀ ଅଙ୍ଗ ହିସାବରେ ଅତିସୁନ୍ଦର ଭାବରେ ସାମିଲ କରାଯାଇପାରିବ |ମାଛ ଏବଂ ଧାନ ଚାଷ ସହିତ ବତକ ଚାଷର ଏକତ୍ରିତ କୃଷିରେ ବିଶେଷ ଯୋଗ୍ୟତା ଅଛି |ବତକମାନେ  ଚାଷ  ଜମିରୁ ଅଦରକାରୀ ପୋକ ,ପରଜୀବୀ ,ଝୀଂଟିକା ,ଗେଣ୍ଡା ,ବେଙ୍ଗଫୁଲା ଇତ୍ୟାଦି ସଂଗ୍ରହ କରି ଖାଦ୍ୟ  ରୂପେ ବ୍ୟବହାର କରନ୍ତି |ବତକ ମାଛ ପୋଖରୀରୁ ଅନାବନା  ଦଳ ଯଥା ଆଜୋଲା ,ଲେମନିଆ ଇତ୍ୟାଦି ଦଳକୁ ଖୁବ ସୁଚାରୁରୂପେ   ଖାଦ୍ୟ ଭାବରେ ବ୍ୟବହାର କରନ୍ତୁ |ଯାହାଦ୍ୱାରା ତାଙ୍କର ସମୁଦାୟ ଖାଦ୍ୟ ର ଚାହିଦା ବହୁ ପରିମାଣରେ ଖର୍ଚ୍ଚ ବଂଚାଇଥାଏ |ଆଜିକାଲି ମିଳୁଥିବା ଆନ୍ତର୍ଜାତିକ ଅଣ୍ଡାଦିଆ ବତକ ପ୍ରଜାତିମାନେ ହାରାହାରି ବର୍ଷରେ ୩୦୦ ରୁ ଉର୍ଧ ଅଣ୍ଡା ଦେଇପାରନ୍ତି |

ଏହାର ଅଣ୍ଡାରେ ଉଭୟ ପୃଷ୍ଟିସାର ଓ ସ୍ନେହସାର  ସହିତ ଜୀବସାର ଓ ଖଣିଜ ଲବଣ ମଧ୍ୟ ଆବଶ୍ୟକ ପରିମାଣରେ ରହିଛି |ସମସ୍ତ କୋଣରୁ କୁକୁଡ଼ା ଠାରୁ ବତକ ଅଣ୍ଡା ଅଧିକ ଉପାଦେୟ ଏବଂ ପୃଷ୍ଟିକର |ଏହା ବ୍ୟତୀତ ଏଥିରେ ପୃଷ୍ଟିସାର ଓ ୧୦% ଖଣିଜ ଲବଣ ଭିଟାମିନ ନିହାତି ପକ୍ଷରେ ଅଧିକ ଥାଏ |ତେଣୁ ମାଧ୍ୟାନ ଭୋଜନ ରେ କୁକୁଡ଼ା ଅପେକ୍ଷା ବତକ ଅଣ୍ଡା ସାମିଲ କଲେ ତାହା ଅଧିକ ଶ୍ରେୟସ୍କର ହେବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments