1. ମତ୍ସ୍ୟ ଓ ପଶୁ ପାଳନ

କୀଟନାଶକ ଦ୍ୱାରା ଭଅଁର ଗତିବିଧି ବାଧାପ୍ରାପ୍ତ

ଗବେଷଣା ଅନୁଯାୟୀ ଭଅଁର ମାନେ ଇମିଡାକ୍ଳପ୍ରିଡ଼ କୀଟନାଶକ ର ପ୍ରୟୋଗ ଦ୍ୱାରା ନିଜର ବସା ରେ ଥିବା ଛୁଆ ମାନଙ୍କର ଅଧିକ ଯତ୍ନ ନିଅନ୍ତି ନାହିଁ ,ବା ପରାଗ ବୁଣିବା ରେ ସହାୟକ ହୋଇପାରନ୍ତି ନାହିଁ |

KJ Staff
KJ Staff

ଗବେଷଣା ଅନୁଯାୟୀ ଭଅଁର ମାନେ ଇମିଡାକ୍ଳପ୍ରିଡ଼ କୀଟନାଶକ ର ପ୍ରୟୋଗ ଦ୍ୱାରା ନିଜର ବସା ରେ ଥିବା ଛୁଆ ମାନଙ୍କର ଅଧିକ ଯତ୍ନ ନିଅନ୍ତି ନାହିଁ ,ବା ପରାଗ ବୁଣିବା ରେ ସହାୟକ ହୋଇପାରନ୍ତି ନାହିଁ |


ଇମିଡାକ୍ଳପ୍ରିଡ଼ ଏକ ନେଓ-ନିକୋଟିନଏଡ ବିଷ ଯାହା ପ୍ରକାରନ୍ତ ରେ ବଡ ଭଅଁର ଓ ମହୁ ମାଛି ଉପରେ ବିଶେଷ ପ୍ରଭାବ ପକାଇ ଥାଏ |ତେଣୁ ଏହା ଆମେରିକା ପରି ରାଷ୍ଟ୍ର ରେ ବହୁ କଲା ରୁ ନିଷେଧ କରାଯାଇସାରିଛି |ଏହି କୀଟନାଶକ ଦ୍ୱାରା ମଞ୍ଜି ବୁଣିବା ପୂର୍ବରୁ ବିଶୋଧନ କରାଯାଏ ଏବଂ ଏହା ଗଛ ଭିତରେ ଅତିବାହିତ ହୋଇ ଯେକୌଣସି ଅଂଶ ରେ ପୋକ ଲାଗିଲେ ମଧ୍ୟ ସେଇଥରୁ ସୁରକ୍ଷା ଦେଇଥାଏ |

ଏହି କାରଣରୁ ହିଁ ବିଷାକ୍ତ ପଦାର୍ଥ ମହୁ ଏବଂ ପରାଗ ରେ ମିଳିଥାଏ ଫଳରେ ଭଅଁର ମନକରଣ ଗତିବିଧି ବାଧାପ୍ରାପ୍ତ ହେବାର ଜଣାପଡିଛି ବୋଲି କହିଛନ୍ତି ହାର୍ବାର୍ଡ ବିଶ୍ୱବିଦ୍ୟାଳୟ ର ଗବେଷକ ଜେମ୍ସ କ୍ରାଲ |


ଏନେଇ ଅଧିକ ଜାଣିବା ଲାଗି ଏକ ପରୀକ୍ଷା କରାଯାଇଥିଲା ଏବଂ ପ୍ରୟୋଗଶାଲା ମଧ୍ୟରେ ୧୨ ଟି ଭଅଁର କଲୋନୀ କୁ ରଖାଯାଇଥିଲା ସେଠି ମଧ୍ୟରୁ ୬ ଟି କଲୋନୀ କୁ ଇମିଡାକ୍ଳପ୍ରିଡ଼ ସଂକ୍ରମିତ ମହୁ ଖାଇବାକୁ ଦିଆଗଲା ଏବଂ ଅନ୍ୟ ୬ ଟି କୁ ଭଲ ମହୁ ଦିଆଗଲା |ଏହି ଆୟୋଜନ କୁ କମ୍ପୁଟର ଦ୍ୱାରା ୨୪ ଘଣ୍ଟା ଯାଏ ଯାଞ୍ଚ କରାଗଲା |

ଫଳସ୍ୱରୂପ ଜଣାପଡିଲା ଯେ ସଂକ୍ରମିତ ମହୁ ଖାଇଥିବା ଭଣାର ମାନେ ଅଧିକ କାର୍ଯ୍ୟରତ ରହୁନାହାନ୍ତି ଏବଂ ଅଧିକ ସମୟ ନିଷ୍କ୍ରିୟ ରହୁଛନ୍ତି |

ଏହା ବ୍ୟତୀତ ଅନ୍ୟ ଏକ ପରୀକ୍ଷା ରେ ଜଣାପଡିଛି ଯେ ଏହି ପରି ସଂକ୍ରମିତ ମହୁ ଖାଉ ଥିବା ଭଅଁର ମାନେ ନିଜ ବସା ର ତାପମାତ୍ରା ମଧ୍ୟ ପରିଚାଳନା କରିପାରୁନାହାନ୍ତି |



ସେହିପରି ପରୀକ୍ଷା କରାଯାଇଥିବା ୯ ଟି କଲୋନୀ ରୁ ୮ ଟି କଲୋନୀ ମହମ କାନ୍ଥ ତିଆରି କରି ଥଣ୍ଡା ରୁ ବସା ରୁ ରକ୍ଷା କରିଥିଲେ ମାତ୍ର ଯେଉଁ କଲୋନୀ ଟି ସଂକ୍ରମିତ ମହୁ ଖାଇଥିଲା ତହିଁରେ ଏହି ପରି କାନ୍ଥ ଦେଖିବାକୁ ମିଳିଲା ନାହିଁ |


ଏହି ସବୁ କାରଣରୁ ଇଉରୋପିଆନ ୟୁନିଅନ ଇମିଡାକ୍ଳପ୍ରିଡ଼ ପରି କେତୋଟି ନେଓନିକୋଟିନଏଡ ର ବ୍ୟବହାର ନିଷେଧ କରିଲା ବେଳେ ଭାରତ ଏହା ଏବେ ଭି ବହୁ ପ୍ରଚଳିତ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments