ଅତ୍ୟଧିକ ମାଛ ଧରିବାରୁ ଏକ ବିଶିଷ୍ଟ ପ୍ରଜାତି ର କଙ୍କଡା ମାନଙ୍କ ସଂଖ୍ୟା କମିବାରେ ଲାଗିଛି |ଓଡ଼ିଶାର ର ୧ ରୁ ୪ ପ୍ରକାର ବିଶେଷ ପ୍ରଜାତି ର କଙ୍କଡା ଉତ୍ତର ପୂର୍ବ ଉପକୂଳବର୍ତ୍ତୀ ଅଂଚଳ ଯଥା ବାଲେଶ୍ୱର ଏବଂ କେନ୍ଦ୍ରାପଡା ରେ ଦେଖିବାକୁ ମିଳିଥାନ୍ତି |
ଏହି କଙ୍କଡା ମାନେ ବିଶେଷ କରି ପ୍ରଜନନ ଏବଂ ଅଣ୍ଡା ଦେବା ଉଦେଶ୍ୟରେ ଏଠାକୁ ଆସିଥାନ୍ତି ଏବଂ ଅତ୍ୟଧିକ ମାଛ ଧରିବାରୁ ଏହି ପ୍ରଜାତି ର ଘୋଡା ଗୋଡିଆ କଙ୍କଡା ଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ମତ ଦେଇଛନ୍ତି,ନେସନାଲ ଇନଷ୍ଟିଟ୍ୟୁଟ ଅଫ ଓଶନଗ୍ରାଫି ର କଙ୍କଡା ବିଶେଷଜ୍ଞନ ଡଃ ଅନିଲ ଚାଟେର୍ଜି|
ଏହି କଙ୍କଡା ପ୍ରଜାତି ରେ ବିଶେଷ ଭାବେ ଔଷଧୀୟ ଗୁଣ ରହିଥିଲେ ମଧ୍ୟ ସରକାର ଏହି କଙ୍କଡା ପ୍ରଜାତି ଙ୍କ ସଂରକ୍ଷଣ ଲାଗି ଅଧିକ ପଦକ୍ଷେପ ନେଉନାହାନ୍ତି |
ପ୍ରତି ବର୍ଷା ଏହି କଙ୍କଡା ମାଛ ଧାରା ଜାଲ ରେ ପଡି ବହୁ ମାତ୍ରା ରେ ମୃତ୍ୟୁବରଣ କରିଥାନ୍ତି ଏବଂ ଚଳିତ ବର୍ଷା ମଧ୍ୟ ହାରାହାରି ୫୦୦ କଙ୍କଡା ଙ୍କ ମୃତ ଶରୀର ସେ ବାଲେଶ୍ୱର ରେ ଦେଖିବାକୁ ପାଇଥିଲେ |୩୦ ବର୍ଷ ପୂର୍ବରୁ ଅତ୍ୟଧିକ ମାତ୍ରା ରେ ଦେଖିବାକୁ ମିଳୁଥିବା ଏହି ବିରଳ କଙ୍କଡା ମାନଙ୍କ ସଂଖ୍ୟା ହ୍ରାସ ପାଇଁ ବର୍ତମାନ ଏହା ମାତ୍ର ଚାନ୍ଦିପୁର ,ଖଣ୍ଡିଆ ,ମାଡାଲି ସମୁଦ୍ରକୂଳ ଅଂଚଳରେ ଦେଖିବାକୁ ମିଳୁଛନ୍ତି |
ଏହି କଙ୍କଡା ର ରକ୍ତ ସର୍ବନିମ୍ନ ଜୀବାଣୁ ର ଉପସ୍ତିଥି ରେ ମଧ୍ୟ ଜମାଟ ବାନ୍ଧିଥାଏ ତେଣୁ ଜୀବାଣୁ ଅଛି କି ନାହିଁ ତାହା ଜାଣିବା ସମ୍ଭବ ହୋଇଥାଏ |ଏହି କାରଣରୁ ଏହି କଙ୍କଡା କୁ ବିଶ୍ଵବ୍ୟାପୀ ଟୀକା ଉଦ୍ଭାବନ ଲାଗି ବ୍ୟବହାର କରାଯାଇଥାଏ |
Share your comments