1. ମତ୍ସ୍ୟ ଓ ପଶୁ ପାଳନ

Buffalo Yuvraj: ମାଲିକଙ୍କୁ ଦେଉଛି ୧କୋଟିର ରୋଜଗାର

ସିମେନ କରିଛି କୋଟିପତି l କିଏ ଏହି ଯୁବରାଜ ?

Tanushree Mahapatra
Tanushree Mahapatra
famous buffalo from Haryana

famous buffalo from Haryana

ରାଜ୍ୟ ରାଜଧାନୀରେ ଆୟୋଜିତ ହୋଇଛି " ପ୍ରାଣୀ ସମାବେଶ " l ଯାହା ପ୍ରଥମଥର ପାଇଁ ଆୟୋଜିତ କରାଯାଇଛି l ବିଭିନ୍ନ ପଶୁ ପକ୍ଷୀ ସେଠାରେ ଦେଖିବାକୁ ମିଳିଛି l ସବୁଠାରୁ ବଡ଼ ବିଷୟ ହେଲା ସେଠାରେ ଏକ ମଇଁଷି ଦେଖିବାକୁ ମିଳିଛି l ଯାହା ଦେଖିବାକୁ ଖୁବ ବଡ଼ ଓ ସବଳ ମଧ୍ୟ l ଯାହା ତା ମାଲିକକୁ କୋଟିପତି କରିଛି l ସେ ହେଉଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ପୋଢ଼ l ନାଁହେଉଛି ‘ଯୁବରାଜ’, ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ପ୍ରାଣୀ ସମାବେଶରେ ତାକୁ ଦେଖିବାକୁ ମିଳିଛି ।

ଯୁବରାଜ ଏବେ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି । ଯୁବରାଜର ବିଶାଳକାୟ ଶରୀର ସାଙ୍ଗକୁ ଏହାର ଚିକ୍କଣିଆ ଚର୍ମ ଯେପରି ଚିକ ଚିକ କରୁଛି । ଏହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍‌‌ ଉତ୍ସାହ ରହିଛି । ପ୍ରତିଦିନ ଅନେକ ଲୋକ ଏଠାକୁ ଯୁବରାଜଙ୍କୁ ଦେଖିବା ପାଇଁ ଆସୁଛନ୍ତି l ଯିଏ ଆସୁଛି ଯୁବରାଜ ସମ୍ପର୍କରେ ପଚାରିବା ସହ ଏହାକୁ ଦେଖିବାକୁ ଖୁବ ଉତ୍ସାହିତ ରହୁଥିବା ଦେଖିବାକୁ ମିଳୁଛି। ଯୁବରାଜ ମୁରା ପ୍ରଜାତିର ମଇଁଷି ହୋଇଥିବାବେଳେ ଏହାର ଲମ୍ୱ ୯ଫୁଟ୍‌ ଏବଂ ଉଚ୍ଚତା ୫ଫୁଟ୍‌‌ ୯ ଇଞ୍ଚ ରହିଛି ।

୧୫ଶହ କେଜି ଓଜନର ରହିଛି ଏହି ପୋଢ଼ରେ ଏବଂ ପ୍ରତିଦିନ ପ୍ରାୟତଃ ୨୦ଲିଟର କ୍ଷୀର ପିଇବା ସହ ୧୨ କେଜି ପରିବା ଖାଉଛି । ଯୁବରାଜର ମାଲିକ ପଛରେ ପ୍ରତ୍ୟେକ ଦିନ ୬ରୁ ୮ହଜାର ଟଙ୍କା ଖର୍ଚ୍ଚ କରନ୍ତି ବୋଲି କହିଛନ୍ତି ।

ଆଜି ପର୍ଯ୍ୟନ୍ତ ଏହି ମଇଁଷ ପାଖରୁ ଜନ୍ମ ହୋଇଥିବା ସମସ୍ତ ମଇଁଷି ୨୦ରୁ ୩୦ ଲିଟର କ୍ଷୀର ଦେଉଛନ୍ତି ବୋଲି ମାଲିକ ଦାବି କରିଛନ୍ତି । ହରିୟାଣାର ଏହି ଯୁବରାଜ ମଇଁଷି ବିଭିନ୍ନ ସ୍ଥାନରୁ ବିଶ୍ୱର ସର୍ବଶ୍ରେଷ୍ଠ ପୋଢ଼ ଭାବେ ମାନ୍ୟତା ହାସଲ କରିଛି । ସେହିପରି ମାଲିକଙ୍କ ସହ ଯୁବରାଜର ଅତି ନିବିଡ଼ ସମ୍ପର୍କ ରହିଛି । ସେ କହିଛନ୍ତି ଯେ ଯୁବରାଜକୁ ନିଜ ପୁଅ ଭଳି ସେ ସ୍ନେହ କରନ୍ତି । ଯୁବରାଜ ଠାରୁ ସିମେନ ସଂଗ୍ରହ କରି ବଜାରରେ ବିକ୍ରି କରୁଛନ୍ତି ମାଲିକ ଜଣଙ୍କ । ଯାହା ଆଜି ତାଙ୍କୁ କୋଟିପତି କରିଛି । ଏହି ମଇଁଷିର ସିମେନ ରୁ ଜନ୍ମ ହେଉଥିବା ଅନ୍ୟ ମଇଁଷି ମଧ୍ୟ ବଳବାନ ଏବଂ ଅଧିକ ଦୁଗ୍ଧ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି l

ମାଲିକଙ୍କ କହିବା ଅନୁଯାୟୀ  ଯୁବରାଜ ଗୋଟିଏ ଦିନରେ ଦୁଇରୁ ତିନିଥର ଗାଧୋଉଥିବା ବେଳେ ଦେହରେ ସୋରିଷ ତେଲ ମାଲିସ୍‌‌ କରାଯାଏ । ଏହାର ସ୍ୱାସ୍ଥ୍ୟଗତ ଯତ୍ନ ନେବା ପାଇଁ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି ସ୍ୱତନ୍ତ୍ର ଭାବେ । ଅନ୍ୟପକ୍ଷରେ ଏହି ରୋଜଗାର କଥା ଶୁଣିଲେ ଲୋକେ ମୁଣ୍ଡରେ ହାତ ଦେଇ ଦେଉଛନ୍ତି ,ମ କାରଣ ଏହି ମଇଁଷି ମାଲିକଙ୍କୁ କୋଟି କୋଟି ଟଙ୍କାର ଫାଇଦା ପ୍ରଦାନ କରୁଛି । ଯୁବରାଜ ଯୋଗୁଁ ମାଲିକ  ୫୦ ଲକ୍ଷରୁ କୋଟିଏ ଟଙ୍କା ରୋଜଗାର କରୁଛନ୍ତି ପ୍ରତିବର୍ଷ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments