ଭାରତରେ ଡାଇରୀ ଫାର୍ମ ଏକ ଲାଭଦାୟକ ବ୍ୟବସାୟ ରୂପ ନେଇଛି, ଆମ ଦେଶର ଯୁବ ବର୍ଗ ଡାଇରୀ ଫାର୍ମର ବ୍ୟବସାୟ ଆଡକୁ ଆକର୍ଷିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ଏହି ବ୍ୟବସାୟରେ ଅତ୍ୟନ୍ତ ମାତ୍ରାରେ ଲାଭ ହେବା, ଏବଂ ଏହା ସହିତ ଏହି ବ୍ୟବସାୟ କରିବା ଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାର ଋଣ ଏବଂ ସବସିଡି ମାଧ୍ୟମରେ ମଧ୍ୟ ସାହାଯ୍ୟ କରନ୍ତି । କୌଣସି ବି ବ୍ୟକ୍ତି ଅଳ୍ପ କିଛି ଜ୍ଞାନ ପ୍ରାପ୍ତ କରି ଏହି ଡାଇରୀ ଫାର୍ମର ଆରମ୍ଭ କରି ପାରିବେ ।
ପୋଷଣ ପରିଚାଳନା
କୌଣସି ବି ଡାଇରୀ ଫାର୍ମ ପାଇଁ ପୋଷଣର ପରିଚାଳନା ବହୁତ ଜରୁରୀ ଅଟେ । କାରଣ କୁକୁଡା ଫାର୍ମ ପରି ଡାଇରୀ ଫାର୍ମର ବି ହାରାହାରି ୬୫ – ୭୦ ପ୍ରତିଶତ ଖର୍ଚ୍ଚ ଖାଦ୍ୟ ଆହାର ସମ୍ବନ୍ଧିତ ଅଟେ । ଯଦି ଆମେ ଗାଈମାନଙ୍କୁ ସନ୍ତୁଳିତ ଖାଦ୍ୟ ଦେବା ତେବେ ଏହା ୯୦ ପ୍ରତିଶତରୁ ଅଧିକ ଅସୁବିଧାର ସାମ୍ନା ସହଜରେ କରି ପାରିବ । ଖାଦ୍ୟ ସମ୍ବନ୍ଧିତ ମୁଖ୍ୟ କଥା ଏହା ଯେ, ପଶୁମାନଙ୍କୁ ସେମାନଙ୍କ ଅବସ୍ଥା, ଉତ୍ପାଦନ ତଥା ପ୍ରଜନନ ଅନୁସାରେ ଆହାର ଖୁଆଇବା ଉଚିତ । ପଶୁମାନଙ୍କୁ ସନ୍ତୁଳିତ ଆହାର ଦେବା ଉଚିତ l ସେମାନଙ୍କୁ କମ ପୋଷଣ ଆହାର ଦେବା ଉଚିତ ନୁହେଁ l ଆବଶ୍ୟକରୁ ଅଧିକ ଦେବା ଉଚିତ ନୁହେଁ । ଆବଶ୍ୟକରୁ ଅଧିକ ଦେବା ମାନେ ଅଯଥାରେ ଅର୍ଥର ଅପବ୍ୟବହାର ଅଟେ ଏବଂ ପଶୁମାନଙ୍କ ଉପରେ ଏହାର କୌଣସି ଲାଭ ହୋଇନଥାଏ ଏବଂ ସେହି ପରି ଆମେ ଯଦି ଏହା ଠାରୁ କମ ପରିମାଣର ଦାନା ଆହାରରେ ଦେବା ତେବେ ଆମେ ପଶୁମାନଙ୍କ ଠାରୁ ପୁରା ଉତ୍ପାଦନ ପାଇ ପାରିବାନି l ସୁବ୍ୟବସ୍ଥିତ ପ୍ରଣାଳୀରେ ସେମାନଙ୍କ ପ୍ରଜନନ ହୋଇ ପରିବ ନାହିଁ ।
ଗୋବର ପରିଚାଳନା
ଡାଇରୀ ଫାର୍ମରେ ପ୍ରତିଦିନ ବହୁତ ମାତ୍ରାରେ ଗୋବର ଉତ୍ପାଦନ ହୋଇଥାଏ । ଏହାର ବ୍ୟବହାର କ୍ଷେତ ବିଲରେ ପକା ଯାଏ, ମାଟିର ଉର୍ବରତା ପାଇଁ । ଫସଲ ଉତ୍ପାଦନ ପାଇଁ ଏହାର ପ୍ରୟୋଗ କରାଯାଏ l ଏଥିରେ ଜିଆ ଛଡା ଯାଇ ସେଇ ଉର୍ବର ମାଟିକୁ ଖତ କରି ବିକ୍ରି କରାଯାଏ । ଏହା ସହିତ ଗୋବର ଗ୍ୟାସ ପ୍ଳାଣ୍ଟ ତିଆରି କରି ସେଥିରୁ ଉତ୍ପାଦିତ ଗ୍ୟାସର ପ୍ରୟୋଗ ବିଭିନ୍ନ କାର୍ଯ୍ୟରେ କରାଯାଏ ।
ଉତ୍ପାଦନ ଏବଂ ଉତ୍ପାଦ ପରିଚାଳନା
ପ୍ରଥମେ ଆମକୁ ଉତ୍ପାଦ ଏବଂ ଉତ୍ପାଦନ ବିଷୟରେ ବିସ୍ତାରିତ ଭାବରେ ଜାଣିବା ଉଚିତ । ଏଠାରେ ଆମେ ଯାହା ଉପରେ ଚର୍ଚ୍ଚା କରୁଛେ ଏହା ଏକ ଆଧୁନିକ ଏବଂ ଉନ୍ନତ ପ୍ରଣାଳୀର ଗାଈମାନଙ୍କ ପାଇଁ ଅଟେ । ଯେତେବେଳେ ଆମେ ଉତ୍ପାଦନ ପରିଚାଳନା ବିଷୟ କଥା କହୁଛେ ତେବେ ଆମର ଏହି ନିୟମ ରହିବା ଉଚିତ ଯେ କି ଅତି କମରେ ୬୦ ପ୍ରତିଶତ ଗାଈ ସଦାବେଳେ କ୍ଷୀର ଦେବା ପରିସ୍ଥିତିରେ ରହିବା ଦରକାର ଏବଂ ଅନ୍ୟ ଏକ ମହତ୍ବପୂର୍ଣ୍ଣ କଥା ଏହା ରହିବା ଉଚିତ ଯେ ଯଦି ଆମେ ୧୦୦ ଟଙ୍କା ପଶୁ ଖାଦ୍ୟ ଉପରେ ଖର୍ଚ୍ଚ କରୁଛେ ତେବେ ନିଶ୍ଚିତ ରୂପରେ ଆମକୁ ୧୫୦ ଟଙ୍କାର କ୍ଷୀର ମିଳିବା ଦରକାର, ତେବେ ଯାଇ ଡାଇରୀ ଫାର୍ମ ସୂଚାରୁ ରୂପରେ ପରିଚାଳିତ ହୋଇ ଲାଭର ସ୍ରୋତ ଖୋଲି ପାରିବ ।
Share your comments