1. ମତ୍ସ୍ୟ ଓ ପଶୁ ପାଳନ

ଉତ୍ତପ୍ରଦେଶରେ ଛେଳିପାଳନ ପାଇଁ ରହିଛି ଯୋଜନା, ଆପଣ ଜାଣନ୍ତୁ !!

ଚାଷୀମାନେ କ୍ଷେତ ସହ ପଶୁପାଳନ ସର୍ବଦା କରିଆସୁଛନ୍ତି, ପଶୁମାନଙ୍କ ଉପୋଯୋଗୀତା ଏଥିପାଇଁ ମହତ୍ବପୂର୍ଣ୍ଣ ଅଟେ । କାରଣ କୃଷି ସହ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଏମାନଙ୍କ ବ୍ୟବହାର କରାଯାଏ । ଏଥି ମଧ୍ୟରେ ଯଦି ଆପଣ କୃଷି ସହ ଅନ୍ୟ କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଛେଳି ପାଳନର ବ୍ୟବସାୟ କରିପାରିବେ ।

Sugyan Kumar Nayak
Sugyan Kumar Nayak
Goat Farming

Goat Farming

ଚାଷୀମାନେ କ୍ଷେତ ସହ ପଶୁପାଳନ ସର୍ବଦା କରିଆସୁଛନ୍ତି, ପଶୁମାନଙ୍କ ଉପୋଯୋଗୀତା ଏଥିପାଇଁ ମହତ୍ବପୂର୍ଣ୍ଣ ଅଟେ । କାରଣ କୃଷି ସହ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଏମାନଙ୍କ ବ୍ୟବହାର କରାଯାଏ । ଏଥି ମଧ୍ୟରେ ଯଦି ଆପଣ କୃଷି ସହ ଅନ୍ୟ କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଛେଳି ପାଳନର ବ୍ୟବସାୟ କରିପାରିବେ । ଏଥି ପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସମୟ ସମୟରେ ଋଣ ଦେବା ସହ ଋଣ ଛାଡ଼ର ବ୍ୟବସ୍ଥା ମଧ୍ୟ କରିଥାନ୍ତି, ଏହି କ୍ରମରେ ଉତ୍ତପ୍ରଦେଶ ସରକାର ଛେଳିପାଳନ ପାଇଁ ଋଣ ସହ ଋଣ ଛାଡର ବ୍ୟବସ୍ଥା କରିଆସୁଛନ୍ତି । ଛେଳିପାଳନ ଅତ୍ୟନ୍ତ ଲାଭଦାୟକ ବ୍ୟାପାର ଅଟେ l ଛେଳିପାଳନ ଯୋଜନାରେ ଲାଭ ହିଁ ଲାଭ ହୋଇଥାଏ । ଏହି ଯୋଜନା ସେଇ ଚାଷୀମାନଙ୍କ ପାଇଁ ଅଧିକ ଲାଭଦାୟକ ଅଟେ ଯେଉଁମାନେ ଗାଁରେ ରହି ନାମୀ ଦାମୀ ଗାଈ କିମ୍ବା ମଇଁଷି କିଣି ପାରିବେନି । ଏହି ଭଳି ଚାଷୀମାନଙ୍କ ପାଇଁ ଛେଳିପାଳନ ଯୋଜନା ରୋଜଗାରର ବାଟ ଦେଖାଇ ଥାଏ ଏବଂ ଏହା କମ ଅର୍ଥ ବିନିଯୋଗ କରି ଅଧିକ ଅର୍ଥ ଦେଉଥିବା ଲାଭଦାୟକ ବ୍ୟବସାୟ ଅଟେ।

ଛେଳିପାଳନରେ ୬୦% ଋଣ ଛାଡ଼ 

ଛେଳିପାଳନର ସବୁଠୁ ବଡ଼ ଲାଭ ଏହା ଅଟେ କି ଗାଈ – ମଇଁଷି ଅପେକ୍ଷା ଛେଳିମାନଙ୍କ ବହୁତ କମ ଯତ୍ନ ନେବାକୁ ପଡିଥାଏ । ସରକାର ଯୋଜନା ଅନୁଯାୟୀ ଛେଳି ପାଳନ ଯୋଜନାକୁ ପ୍ରୋତ୍ସାହନ ଦିଆଯାଉଛି । ଛେଳିପାଳନ ଯୋଜନା ଅନୁସାରେ ଚାଷୀମାନଙ୍କୁ ଛେଳି ପାଳନ ପାଇଁ ୪ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯାଏ, ଯେଉଁଥିରେ ସର୍ବାଧିକ ୬୦% ପର୍ଯ୍ୟନ୍ତ ର ଋଣ ଛାଡ ଦିଆଯାଏ, ଯାହା ଦ୍ୱାରା ଚାଷୀମାନେ ଛେଳିପାଳନର କାମ ଆରମ୍ଭ କରିପାରିବେ ।

ଛେଳିପାଳନ ପାଇଁ କେତେ ମିଳିବ ଋଣ

ଛେଳିପାଳନ ପାଇଁ ସର୍ବାଧିକ ୪ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବାର ବ୍ୟବସ୍ଥା ରହିଛି, ଯେଉଁଥିରେ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ୫୦% ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଉପଜାତି ମାନଙ୍କ ପାଇଁ ୬୦% ର ଋଣ ଛାଡ଼ର ସୁବିଧା ରହିଛି । ଛେଳିପାଳନ ଦ୍ଵାରା ଚାଷୀମାନଙ୍କର ବଢିବ ଆର୍ଥିକ ଉନ୍ନତି l ମିଳୁଥିବା ଖବର ଅନୁସାରେ, ସୁଲତାନପୁରର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡଃ. ରମାଶଙ୍କର ସିଂହ କହିବା ଅନୁଯାୟୀ ଛେଳିପାଳନ ଯୋଜନାର ଉଦ୍ଦେଶ୍ୟ ହେଉଛି ନିମ୍ନ ସ୍ତରର ଚାଷୀ ଓ ଗରିବ ବର୍ଗର ଲୋକମାନଙ୍କ ଆୟ ବୃଦ୍ଧି କରିବା, ଏହା ଛଡା ଛେଳି ପାଳନକୁ ଉତ୍ସାହିତ କରିବା ଏବଂ ଉନ୍ନତ କିସମର ଛେଳିମାନଙ୍କର ଉପଲବ୍ଧତା ସୁନିଶ୍ଚିତତା କରିବା । ଡଃ. ରମାଶଙ୍କର ସିଂହ କହିଛନ୍ତି, କୌଣସି ଆଗ୍ରହୀ ବ୍ୟକ୍ତି ଛେଳିପାଳନ ଯୋଜନା ଅନୁସାରେ ଏହାର ଆବେଦନ ପତ୍ର ଦାଖଲ କରି ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ ଏବଂ କୃଷି ସହ ଛେଳିପାଳନ ବ୍ୟବସାୟ ମାଧ୍ୟମରେ ନିଜର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିବେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments