Krishi Jagran odia
Menu Close Menu

ଛେଳି ପାଳନ

Saturday, 15 June 2019 02:24 PM

ଛେଳି କୁ "ଗରିବ ର ଗାଈ "ମଧ୍ୟ କୁହାଯାଇଥାଏ କାରଣ ଏହା ଅଣଜଳସେଚିତ ଅଞ୍ଚଳ ମାନଙ୍କରେ ବେଶ ଲୋକପ୍ରିୟ |ଯେଉଁଠି ଗୋପାଳନ କରିବା ସମ୍ଭବ ନୁହେଁ ସେଇଠି ଛେଳି ମାନେ ବେଶ ସହଜରେ ଜୀବନ ଜାପାନ କରିପାରନ୍ତି |ତେଣୁ ଛେଳି ପାଳନ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ବେଶ ଲାଭ ଦେଇଥାଏ |ନାମମାତ୍ର ଏବଂ ଛୋଟ ଚାଷୀଙ୍କ ଲାଗି ଏହା ଏକ ଉତ୍ତମ ଉଦ୍ୟୋଗ |

ଜାଣି ରଖନ୍ତୁ :

ଅନ୍ୟାନ୍ୟ ବିଭିନ୍ନ ଉପଯୋଗ ମଧ୍ୟରୁ ଛେଳି କୁ ବିଶେଷ କରି ତାର ମାଂସ ଏବଂ ଦୁଗ୍ଧ ଲାଗି ପାଳନ କରାଯାଇଥାଏ |
ଏହା ଏକ ବହୁ-ଉପଯୋଗୀ ପ୍ରାଣୀ ଯାହା ବିଶେଷ କରି ଗରିବ ଚାଷୀଙ୍କ ଲାଗି ଏକ ଉତ୍ତମ ଉଦ୍ୟୋଗ |
ଖୁବ କମ ବୃକ୍ଷ ଲତା ଏବଂ ଖାଦ୍ୟ ଥିଲେ ମଧ୍ୟ ,ମରୁଡି ପରି ପରିସ୍ତିଥି ରେ ମଧ୍ୟ ଛେଳି ମାନେ ତିଷ୍ଠି ପାରିବେ |
ଦେଖିବାକୁ ଗଲେ ବିଶ୍ୱ ରେ ଗାଈ ଠାରୁ ଅଧିକ ଲୋକ ଛେଳି ଦୁଗ୍ଧ ବ୍ୟବହାର କରିଥାନ୍ତି |
ଡବ୍ଲୁ ଏଚ ଓ ଅନୁଯାୟୀ ବିଶ୍ୱ ରେ ୭୦ ଭାଗ ଲୋକଙ୍କୁ ଗାଈ କ୍ଷୀର ରୁ ଆଳେର୍ଗୀ ରହିଛି |

ମଣିଷ ପ୍ରଥମ ଥର ଲାଗି ଛେଳି ପାଳନ କରିଥିଲା ବେଳେ ଛେଳି ର ଚମ ,ଚୁଟି ,ମାଂସ ,ଦୁଗ୍ଧ ଇତ୍ୟାଦି କାମରେ ଲାଗିଥାଏ |

ଏହାର ଉପାଦେୟତା :
ମୂଲଧନ ଛେଳି ପାଳନ ଲାଗି ଖୁବ କମ ଆବଶ୍ୟକ ହୋଇଥାଏ |
ଛୋଟ ଶରୀର ଏବଂ ପଲ ରେ ରହୁଥିବାରୁ ଏମାନଙ୍କ ଲାଗି ବଡ ଘର ବା ଅଧିକ ସ୍ଥାନ ର ଆବଶ୍ୟକ ହୁଏ ନାହିଁ |\
ଏମାନେ ଖୁବ ଶୀଘ୍ର ବଡ଼ ହେଉଥିବା ଛେଳି ,୧୬ ରୁ ୧୭ ମାସ ମଧ୍ୟରେ ପ୍ରଥମ କ୍ଷୀର ଦେବା ଆରମ୍ଭ କରିଥାଏ ଏବଂ ଏମାନେ ଖୁବ କମ ସମୟ ଲାଗି ଗର୍ଭଧାରଣ କରିଥାନ୍ତି |
ଏମାନେ ସବୁ ପ୍ରକାର ଘାସ ଖାଇ ବଞ୍ଚିପାରିବେ |କଂଟାଲିୟା ବୃକ୍ଷ ,ଅନାବନା ଘାସ ,ପନିପରିବା ଚୋପା ଇତ୍ୟାଦି ଯାହା ମଣିଷ ଖାଦ୍ୟ ଉପଯୋଗୀ ନୁହେଁ ତାହା ଛେଳି ମାନେ ଖାଇଥାନ୍ତି |
ଛେଳି ମାଂସ ର ଚାହିଦା ଅନ୍ୟ ମାଂସ ଠାରୁ ବେଶ ଅଧିକ |
ଗାଈ ଦୁଗ୍ଧ ଠାରୁ ଛେଳି ଦୁଗ୍ଧ ହଜମ କରିବା ସହଜ |ଏହି କ୍ଷୀରରେ କବକ ନାଶକ ଏବଂ କୀଟାଣୁନାଶକ ଗୁଣ ମଧ୍ୟ ରହିଛି ଯାହା ଶରୀର ଲାଗି ବେଶ ଉପଯୋଗୀ |
ମେଣ୍ଢା ପାଳନ ଠାରୁ ଛେଳି ପାଳନ କରିବା ୨.୫ ଗୁଣ ଅଧିକ ଲାଭଦାୟକ |
ଛେଳି ପାଳନ କଲେ ଏଥିରୁ ବହୁ ପ୍ରକାର ସାମଗ୍ରୀ ତିଆରି ହୋଇଥାଏ |ତେଣୁ ଏହା ବ୍ୟବସାୟ ବୃଦ୍ଧି କରିବା ସାଙ୍ଗରେ ଅଧିକ ନିଯୁକ୍ତି ର ମଧ୍ୟ ସୁଯୋଗ ଦେଇଥାଏ |

Share your comments


CopyRight - 2019 Krishi Jagran Media Group. All Rights Reserved.