1. ମତ୍ସ୍ୟ ଓ ପଶୁ ପାଳନ

କମ୍ ଖର୍ଚ୍ଚରେ ଭଲ ବ୍ୟବସାୟ

ଯଦି କମ୍ ବିନିଯୋଗରେ ଭଲ ଲାଭବାନ୍ ହେବାକୁ ଇଚ୍ଛା କରୁଛନ୍ତି ତେବେ ଛେଳି ଚାଷ ହିଁ ସର୍ବତ୍ତମ ବ୍ୟବସାୟ ଅଟେ l ଯାହାକି କମ୍ ଖର୍ଚ୍ଚରେ ପ୍ରଥମ ମାସରୁ ଲାଭ ପାଇବା ଆରମ୍ଭ ହୋଇଥାଏ ।

KJ Staff
KJ Staff
Goat Farming

Goat Farming

ଯଦି କମ୍ ବିନିଯୋଗରେ ଭଲ ଲାଭବାନ୍ ହେବାକୁ ଇଚ୍ଛା କରୁଛନ୍ତି ତେବେ ଛେଳି ଚାଷ ହିଁ ସର୍ବତ୍ତମ ବ୍ୟବସାୟ ଅଟେ l ଯାହାକି କମ୍ ଖର୍ଚ୍ଚରେ ପ୍ରଥମ ମାସରୁ ଲାଭ ପାଇବା ଆରମ୍ଭ ହୋଇଥାଏ । ସରକାର ମଧ୍ୟ ଛେଳି ଚାଷ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଯାହାଫଳରେ କୃଷକ ମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଛେଳି ପାଳନରେ ସରକାର ୯୦ ପ୍ରତିଶତ ଅନୁଦାନ ଦେଉଛନ୍ତି l ଏହାସହ କୃଷକଙ୍କ ଆୟ ବଢେଇବାକୁ ହରିୟାଣା ସରକାର ଗୋରୁ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡି ଦେଉଛନ୍ତି। ଯଦି ପଶୁପାଳନ ପାଇଁ ଆଗ୍ରହୀ ଏବଂ କମ୍ ଅର୍ଥରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଛେଳି ଚାଷ ହିଁ ସର୍ବତ୍ତମ ଉପାୟ ଓ ଭଲ ବ୍ୟବସାୟ ମଧ୍ୟ । ଯାହାକି ସହଜରେ କରିପାରିବେ l ଛେଳି ପାଳିବା ପାଇଁ କୃଷକ ମାନଙ୍କୁ ନାବାର୍ଡ ବ୍ୟାଙ୍କ ଅନୁଦାନ ଦେଉଛି।

ଛେଳି ଚାଷର ବିଶେଷତା –

ମୁଖ୍ୟତଃ ମାଂସ ଓ କ୍ଷୀର ପାଇଁ ଲୋକ ଛେଳି ଚାଷ କରିଥାନ୍ତି । ଛେଳି ମାନେ ଅଳ୍ପ ବୟସରେ ବୟସ୍କ ହୋଇଥାନ୍ତି। ଏବଂ ଦୁଇ ବର୍ଷରେ ଅତି ୩ ଥର ଶିଶୁ ଜନ୍ମ କରନ୍ତି l ଛେଳି ଏକ ସମୟରେ ୨ ରୁ ୩ ଟି ଶିଶୁ ଜନ୍ମ କରେ । ଛେଳିରୁ ମାଂସ, କ୍ଷୀର, ଚର୍ମ ଏବଂ କେଶ ବ୍ୟତିତ ଏହାର ନିର୍ଗତ ମଳ ମାଟିର ଉର୍ବରତା ବଢ଼ାଇଥାଏ । ଛେଳି, ଗାଈ ଏବଂ ବଳଦ ପରି ଅନ୍ୟ ପଶୁମାନଙ୍କ ତୁଳନାରେ କମ୍ ହାରରେ ମିଳିଥାଏ ।

ଛେଳି ଚାଷ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ

ଛେଳି ରଖିବା ପାଇଁ ସର୍ବପ୍ରଥମେ ଛେଳିମାନଙ୍କର ବାସସ୍ଥାନ ଯେଉଁଠି କରିବେ ସେଥିରେ ବାୟୁ ଏବଂ ଆଲୋକ ସହଜରେ ଯେପରି ଆସିପାରୁଥିବ । ୨ ରୁ ୩ ଲକ୍ଷ ଟଙ୍କାରେ ଏହି ଚାଷ ାରମ୍ଭ କରିପାରିବେ । ଯଦି ଅଳ୍ପ ପରିମାଣରେ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ୧୦ ଟି ଛେଳି ରଖିପାରିବେ । ଶହେଟି ଛେଳି ପାଇଁ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ବିନିକ୍ଷଯୋଗ କରିବାକୁ ପଡ଼ିବ । ଏହି ବ୍ୟବସାୟରେ ଥରେ ଟଙ୍କା ବିନିଯୋଗ କରିଲେ ବର୍ଷ ବର୍ଷ ଧରି ଲାଭ ପାଇପାରିବେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments