ଗାଈର କ୍ଷୀର ଅତ୍ୟନ୍ତ ସ୍ଵାଦଯୁକ୍ତ ଏବଂ ପୃଷ୍ଟିସାର ଗୁଣରେ ଭରପୂର ହୋଇଥାଏ, ଅନେକ ପରୀକ୍ଷାରୁ ଜଣାଯାଇଛି ଯେ ଗାଈର କ୍ଷୀର ଶିଶୁ ଏବଂ ମଧ୍ୟ ବୟସ୍କ ବ୍ୟକ୍ତି ବିଶେଷ କରି ମାନସିକ ବିକାଶ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଗାଈ କ୍ଷୀରରେ ପ୍ରତି ଗ୍ରାମ ୩.୧୪ ମିଲିଗ୍ରାମ କୋଲେସ୍ଟ୍ରୋଲ ରହିଥାଏ । ଆୟୁର୍ବେଦ ଅନୁସାରେ ଗାଈର ସତେଜ କ୍ଷୀରକୁ ଉତ୍ତମ କୁହାଯାଏ ।
ଆଜିକାଲି ଦୁଧିଆଳୀ ଗାଈ ରଖିବା ପାଇଁ ଗାଁ ମାନଙ୍କରେ ବହୁତ ଆଗ୍ରହ ସୃଷ୍ଟି ହେଉଅଛି । ବିଶେଷ କରି ଗରିବ ଲୋକମାନଙ୍କର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଗୋପାଳନ କରିବା ନିମନ୍ତେ ସରକାରୀ ସଂସ୍ଥାରୁ ଋଣ ବି ମିଳୁଅଛି । ଗାଈର କ୍ଷୀର ସେବନ ଦ୍ଵାରା ମାନସିକ ବିକାଶ ହୋଇଥାଏ, ମଣିଷ ଶରୀରରେ ହଜମ ପ୍ରକ୍ରିୟା ଠିକ ହୋଇଥାଏ ଏବଂ ପିତ ସମ୍ବନ୍ଧୀୟ ରୋଗ ବି ଦୂର ହୋଇଥାଏ ଏବଂ ଗାଈ କ୍ଷୀର ନୀତିଦିନ ସେବନ ଦ୍ଵାରା ଶରୀରରେ ତେଜ ଆସିଥାଏ ଓ ଓଜନ ବି ବଢିଥାଏ ।
କ୍ଷୀର ଏକ ପୁଷ୍ଟିକର ପାନୀୟ ପଦାର୍ଥ । ଏଥିରେ କ୍ୟାଲ୍ସିୟମ୍, ଫସ୍ଫରସ୍ ଓ ଅନ୍ୟ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଥାଏ । ଭାରତରେ ଯୁଗ ଯୁଗରୁ ଗୋପାଳନ କରାଯାଉଛି, ଏବେ ଦେଶରେ ଦେଶୀ ଏବଂ ବିଦେଶୀ ପ୍ରଜାତିର ଗୋପାଳନ ଉଚ୍ଚ ସ୍ତରରେ କରାଯାଉଛି । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଇଥାଏ । କ୍ଷୀରର ନିୟମିତ ଓ ସଠିକ୍ ସେବନ ଆମକୁ ଶକ୍ତିଶାଳୀ କରିବା ସହିତ ସୁସ୍ଥ ରଖିଥାଏ । ଦେଶୀ ପ୍ରଜାତିର ଗୋପାଳନ ବେଳେ ବିଦେଶୀ ପ୍ରଜାତିରେ ଏଚ ଏଫ ପ୍ରଜାତିର ଗୋପାଳନ କରି ପଶୁପାଳକମାନେ ଭଲ ରୋଜଗାର କରିପାରନ୍ତି ।
- ଏଚଏଫ କ୍ରସ ପ୍ରଜାତିର ଗାଈମାନଙ୍କର ମୂଳ ସ୍ଥାନ ଇଉରୋପର ନେଦରଲାଣ୍ଡ ଅଟେ, ଏମାନଙ୍କର ପାଖାପାଖି ଓଜନ ୫୮୦ କିଲୋଗ୍ରାମ ହୋଇଥାଏ ।
- ଏଚଏଫ କ୍ରସ ପ୍ରଜାତିର ଗାଈମାନେ ଅନ୍ୟ ଗାଇ ଯେପରିକି ଜର୍ସି, ହୋଲଷ୍ଟିନ୍, ବ୍ରାଉନ୍ସ୍ଵିସ୍ ପ୍ରଭୃତିଙ୍କ ଠାରୁ ଦେଖିବାକୁ ଭିନ୍ନ ।
- ଏମାନଙ୍କର କ୍ଷୀରରେ ୩.୫ ରୁ ୪% ଫ୍ୟାଟ୍ ରହିଥାଏ, ଏମାନେ ପ୍ରତି ଦିନ ୧୦ ରୁ ୧୫ ଲିଟର କ୍ଷୀର ଦେଇ ପାରନ୍ତି ।
- ଦେଶୀ ପ୍ରଜାତିର ଗାଈ ତୁଳନାରେ ଏଚ ଏଫ କ୍ରସ ବ୍ରୀଡର ଗାଈ ଅଧିକ କ୍ଷୀର ଦେବାରେ ସକ୍ଷମ ଅଟନ୍ତି ।
- ଏହି ଗାଈମାନଙ୍କର ରଙ୍ଗ କଳା ଧଳା ଅଥବା ଖଇରିଆ ଧଳା ହୋଇଥାଏ ।
- ଅନ୍ୟ ଗାଈମାନଙ୍କର ତୁଳନାରେ ଏମାନେ ଅଧିକ ଲମ୍ବା ହେଇଥାନ୍ତି ଓ ଏମାନଙ୍କର ମଥା ଲମ୍ବା ଏବଂ ସିଧା ହୋଇଥାଏ ।
ଏଚଏଫ କ୍ରସ ପ୍ରଜାତିର ଗାଈମାନେ ୨୭୦ ରୁ ୨୯୦ ଦିନ ପର୍ଯ୍ୟନ୍ତ କ୍ଷୀର ଦିଅନ୍ତି, ତେଣୁ ଗୋଟେ ଛୁଆ ଜନ୍ମ କରିବା ପରେ ଗାଈ ହାରାହାରି ୧୭୦୦ ରୁ ୨୧୦୦ ଲିଟର କ୍ଷୀର ଦେଇଥାଏ ଯାହା କି ପ୍ରତି ଦିନ ୧୦ ରୁ ୧୨ ଲିଟର କ୍ଷୀର ହୋଇଥାଏ, ସେହି ତୁଳନାରେ ଦେଶୀ ଗାଈ ୨ ରୁ ୩ ଲିଟର କ୍ଷୀର ଦେଇ ଥାଏ, ତେଣୁ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହି ପ୍ରଜାତିର ଗାଈ ପାଳନ ଲାଭଦାୟକ ଅଟେ ।
ଇନ୍ଦୋର ଜିଲ୍ଲାରେ ଅନେକ ପଶୁପାଳକ ଅଛନ୍ତି ଯେଉଁମାନେ ଏଚ ଏଫ ପ୍ରଜାତିର କ୍ରସ ବ୍ରୀଡ (ଶଙ୍କର ପ୍ରଜାତି)ର ଗୋପାଳନ କରି ଭଲ ରୋଜଗାର କରନ୍ତି ।
Share your comments