1. ମତ୍ସ୍ୟ ଓ ପଶୁ ପାଳନ

ଓଡ଼ିଶା ରାଜ୍ୟର ସରକାରୀ ମାନ୍ୟତାପ୍ରାପ୍ତ ଛେଳିର ନାମ ଏବଂ ସେମାନଙ୍କର ଖାଦ୍ୟ ତାଲିକା

ଓଡ଼ିଶା ସରକାରଙ୍କ ଦ୍ୱାରା ସମଗ୍ର ରାଜ୍ୟର ୮ ପ୍ରକାର ଛେଳିକୁ ସରକାରୀ ମାନ୍ୟତା l

Tanushree Mahapatra
Tanushree Mahapatra
Government recognisation type of goats

Government recognisation type of goats

ଓଡ଼ିଶା ସରକାରଙ୍କ ଦ୍ୱାରା ସମଗ୍ର ରାଜ୍ୟର ୮ ପ୍ରକାର ଛେଳିକୁ ସରକାରୀ ମାନ୍ୟତା ( Government recognisation) ଦିଆଯାଇଛି l ଏହାର ବିଶେଷ ବିବରଣୀ ନିମ୍ନରେ ଦିଆଗଲା :-

୧) ବ୍ଲାକ ବେଙ୍ଗଲ ଛେଳି :- ଏହାର ଉତ୍ପତ୍ତି ବାଙ୍ଗଲାଦେଶ ଅଞ୍ଚଳରେ l କଳାକ୍ରମରେ ଏଜ ଆସାମ , ପଶ୍ଚିମବଙ୍ଗ , ବିହାର , ଝାଡ଼ଖଣ୍ଡ , ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ଆଦୃତ ହେଲା l ଓଡ଼ିଶାର ଉତ୍ତର ଓ ପୂର୍ବ ଭାଗରେ ଏହି ଛେଳି ମୁଖ୍ୟତଃ ଦେଖାଯାଏ l ଏହାର ଆକାର କ୍ଷୁଦ୍ର , ଶିଙ୍ଗ ଛୋଟ , କାନ ଛୋଟ ଓ ଏମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ଅଧିକ ଅଟେ l

୨) ଗଂଜାମ ଛେଳି :- ଏହି ଛେଳିର ଉତ୍ପତ୍ତି ଗଂଜାମ ଜିଲ୍ଲାରେ ହୋଇଥିବାରୁ ଏପରି ନାମକରଣ କରାଯାଇଛି l ଏହା ଗଂଜାମ , ଗଜପତି ଓ ଫୁଲବାଣୀ ଜିଲ୍ଲାରେ ଦେଖିବାକୁ ମିଳେ l ଏହାର ରଙ୍ଗ ମାଟିଆ , ଶିଙ୍ଗ ବଡ଼ ଏବଂ ପ୍ରଜନନ ଶକ୍ତି ମଧ୍ୟମ ଧରଣରେ ଅଟେ l

୩) ଦଳୁଆ ଛେଳି :- ଏହା ଚିଲିକା ପାଖାପାଖି ଅଞ୍ଚଳ ଯଥା - ରମ୍ଭା , ବାଲୁଗାଁ , ସାତପଡ଼ା , ପୁରୀ , ବ୍ରହ୍ମଗିରି , କୋଣାର୍କ , ହୁମା , ପାରିକୁଦ  ,ମାଲୁଦ ଇତ୍ୟାଦି ଠାରେ ଦେଖାଯାଏ l " ଦଳ " ଖାଉଥିବାରୁ ଏହାର ନାମକରଣ ଏପରି କରାଯାଇଛି l ଏହାର ଆକାର ମଧ୍ୟମ ଧରଣର , ଲମ୍ବା ଶିଙ୍ଗ , ଅଳ୍ପ ହିଂସ୍ର ଓ ପ୍ରଜନନ କ୍ଷମତା ମାଧ୍ୟମ ଅଟେ l

୪) ବଡ଼ବିହନ ଛେଳି :- ଏହାର ଉତ୍ପତ୍ତି ନୟାଗଡ଼ ଜିଲ୍ଲାରେ l ଏହା ପ୍ରାୟତଃ ଦଶପଲ୍ଲା , ନୟାଗଡ଼ , ଖଣ୍ଡପଡ଼ା , ଖୋର୍ଦ୍ଧା , ଓଡଗାଁ , ସୁନାଖଳା ଏବଂ ଇଟାମାଟି ଅଞ୍ଚଳରେ ଦେଖାଯାଏ l ଏହାର ଆକାର ବଡ଼ ,ଶିଙ୍ଗ ତରଙ୍ଗିତ ଆକାର ଓ ବଡ଼ , ରଙ୍ଗ ବାଦାମୀ ଓ ଉଚ୍ଚ ପ୍ରଜନନ କ୍ଷମ ଅଟେ l

୫) କୋରାପୁଟ ଛେଳି :- ଏହାର ଉତ୍ପତ୍ତି କୋରାପୁଟ ଜିଲ୍ଲାର ପାର୍ବତ୍ୟାଞ୍ଚଳ ଠାରେ l ଏହା ଖୁବ ଚଳଚଞ୍ଚଳ ,ଛୋଟ ଶିଙ୍ଗ , କ୍ଷୁଦ୍ର ଆକୃତି ,ଉଚ୍ଚ ପ୍ରଜନନ କ୍ଷମ ଏବଂ ଧୂସର , ମାଟିଆ , ପାଉଁଶିଆ , ଧଳା ରଙ୍ଗର ଅଟେ l ଏହି ଛେଳି କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ ଦେଖିବାକୁ ମିଳନ୍ତି l

୬) ନାରାୟଣପାଟଣା ଛେଳି :- ଏହି ଅଞ୍ଚଳ ହେଲା କୋରାପୁଟ ଜିଲ୍ଲାର ଏକ ବ୍ଲକ l ସେଠାରେ ଏହି ଛେଳିର ପ୍ରଜାତି ମିଳିବାରୁ ଏହି ନାମ ଦିଆଯାଇଛି l ଏହାର ଆକାର ମାଧ୍ୟମ ଧରଣର , ପ୍ରଜନନ କ୍ଷମତା ଅଧିକ , ଶିଙ୍ଗ ମାଧ୍ୟମ ଆକାରର l ଏହି ପ୍ରକାର ଛେଳି କଳା , ଧଳା ଏବଂ ମାଟିଆ ରଙ୍ଗର ଉପଲବ୍ଧ l

୭ ) ମାଲକାନଗିରି ଛେଳି :- ଏହି ପ୍ରଜାତିର ଛେଳି ମକାନଗିରି ଜିଲ୍ଲାରୁ ଉତ୍ପତ୍ତି ହୋଇଥିଲା l ଏହା ଦେଖିବାକୁ ଖୁବ ସୁନ୍ଦର ହରିଣ ଛୁଆ /କୁଟୁରା ଛୁଆ ପରି l ଏହାର ଶିଙ୍ଗ ଛୋଟ , ପ୍ରଜନନ କ୍ଷମତା ଅଧିକ , ରଙ୍ଗ ମାଟିଆ /ଧୂସର /ଧଳା ଆକାର ଛୋଟ ହୋଇଥାଏ l ଏହା ମାଲକାନଗିରି ତଥା ଆନ୍ଧ୍ରପ୍ରଦେଶ କେତେକ ଅଞ୍ଚଳରେ ଦେଖାଯାଏ l

୮) ରାଇଘର ଛେଳି :- ଏହି ପ୍ରଜାତି ଛେଳି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଉତ୍ପତ୍ତି ହୋଇଥିଲା l ଏହା କଳାହାଣ୍ଡି ଜିଲ୍ଲା , ଛତିଶଗଡ଼ ରାଜ୍ୟ ଓ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଦେଖାଯାଏ l ଏହା ଓଡ଼ିଶାର ଏକ ମାତ୍ର ଛେଳି ଯାହା ଓଡିଶା ସରକାର ଏବଂ କେନ୍ଦ୍ର ସରକାର ଉଭୟଙ୍କ ମାନ୍ୟତା ମିଳିଛି l ତେଣୁ ଏହାକୁ ଓଡ଼ିଶାର ସର୍ବଶ୍ରେଷ୍ଠ ଛେଳି କୁହାଯାଏ l

ଏହାର ଆଖି ଠାରୁ ନାକ ପର୍ଯ୍ୟନ୍ତ ଦୁଇଟି ଧଳା ଗାର ରହିଥାଏ l ଯାହାଦ୍ୱାରା ଏହାକୁ ଚିହ୍ନଟ କରିବା ଖୁବ ସହଜ ଅଟେ l ଏହାର ଶିଙ୍ଗ ଛୋଟ , ଆକାର ମଧ୍ୟମ ଧରଣର , ରଙ୍ଗ ପାଉଁଶିଆ /ଧଳା /କଳା /ଧୂସର ହୋଇଥାଏ l ଏହାର ପ୍ରଜନନ କ୍ଷମତା ଓଡିଶାରେ ସର୍ବଶ୍ରେଷ୍ଠ ଅଟେ l ଏହାର ମାଂସ ଖୁବ ସ୍ୱାଦିଷ୍ଟ ଖାଇବାକୁ l ଏହାର ଚମଡ଼ା ଉତ୍କୃଷ୍ଟ ଧରଣର l ଏହାର ଜିନ ବା ଗୁଣସୂତ୍ର ଅନ୍ୟ ସମସ୍ତ ଛେଳିଠାରୁ ଅଲଗା ଥିବାରୁ ଏହା ଭାରତ ସରକାରଙ୍କ ଠାରୁ ମାନ୍ୟତା ପାଇଛି l ଏହାର ସଂଖ୍ୟା ବର୍ତ୍ତମାନ ଦେଢ଼ ଲକ୍ଷରୁ ସାମାନ୍ୟ ଅଧିକ ଅଟେ l

ଲେଖକଙ୍କ ପ୍ରଚେଷ୍ଟାରେ ନବରଙ୍ଗପୁର ଜିଲ୍ଲାରେ ଥିବା ୧୦ଟି ବ୍ଲକରେ ଗୋଟିଏ ଲେଖାଏଁ ପ୍ରଜନନ କେନ୍ଦ୍ର ସ୍ଥାପନ କରାଯିବ , ଓଡିଶା ସରକାରଙ୍କ ସହାୟତା ଓ ଅନୁଦାନରେ l ସମଗ୍ର ୧୦ଟି ପ୍ରଜନନ କେନ୍ଦ୍ରରୁ ଲକ୍ଷେ ଲେଖାଏଁ , ସର୍ବମୋଟ ୧୦ ଲକ୍ଷ ରାଇଘର ଛେଳିର ଉତ୍ପାଦନ କରାଯିବ l ଏହା ଛେଳି ଚାଷୀ ମାନଙ୍କୁ ସରକାରୀ ଯୋଜନାରେ ପ୍ରଦାନ କରାଯାଇ କୃଷକ ମାନଙ୍କର ଆର୍ଥିକ ସ୍ଥିତିକୁ ଉନ୍ନତ କରାଯିବ l ଏହି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ l

ଆଉ ଏକ ଖୁସିର ବିଷୟ ଯେ , ଛେଳିମାନଙ୍କୁ ଟୀକା ଦ୍ୱାରା ଗର୍ଭବତୀ କରିବା ଗବେଷଣା ସଫଳ ହୋଇସାରିଛି , ଓଡିଶା ସରକାରଙ୍କ ଫୁଲବାଣୀରେ ଥିବା ଛେଳି ପ୍ରଜନନ କେନ୍ଦ୍ରଠାରେ ଏହାକୁ AI method ( ARTIFICIAL INCINERATION) କୁହାଯାଏ ଳେହି ପ୍ରଣାଳୀ ଦ୍ୱାରା ରାଇଘର ଛେଳିର ବୀର୍ଯ୍ୟର ବ୍ୟବହାର କରି ଟୀକା ଦେଇ କୁତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ ହେବ ନବରଙ୍ଗପୁର ଜିଲ୍ଲାରେ l  

ଛେଳିର ଖାଦ୍ୟ ଏହାର ପରିଚାଳନା

ସମସ୍ତ ଛେଳିର ଖାଦ୍ୟକୁ ୩ ଭାଗରେ ବିଭକ୍ତ କରାଯାଇଛି l ନିମ୍ନମତେ ଏହାର ବିବରଣୀ ପ୍ରଦାନ କରାଗଲା l

) ଘାସ :- ଛେଳି ସମସ୍ତ ପ୍ରକାର ଘାସ ଖାଇଥାଏ l ଏହି ଘାସ ଗୁଡ଼ିକର ନାମ ହେଲା :- ପାରା ଘାସ , ଗିନି ଘାସ , CO2 /CO3 ଘାସ , ହାଇବ୍ରିଡ଼ ନାପିୟର ଘାସ , ହାତୀ ଘାସ , NO2 /NO3 ଘାସ ,ହିମିଡ଼ିକୋଲା ଘାସ ଇତ୍ୟାଦି l ଏହି ଘାସର ବିହନ ଓ ଚାରା ସମସ୍ତ ପଶୁ ଡାକ୍ତରଖାନା ଓ କେତେକ ଘରୋଇ ଘାସ ବିକ୍ରୟ କେନ୍ଦ୍ରରେ ମିଳେ l ଘାସ ଖୁଆଇବାର ନିୟମ ହେଲା , ଯଦି ଆପଣ ଆଜି ଘାସ କାଟିଲେ ତେବେ ତାହାକୁ ଆଣି ଗୋଟିଏ ସ୍ଥାନରେ ଖେଳାଇ ରଖନ୍ତୁ l ତା' ପରଦିନ ଛେଳିକୁ ସେହି ଘାସ ଖାଇବାକୁ ଦେବେ l କାରଣ, ଘାସ କାଟିବା ପରେ ସେଥିରୁ ଏକ ଗ୍ୟାସ ବାହାରେ l ସେହି ଗ୍ୟାସ ଛେଳି ପେଟକୁ ଗଲେ ଏମାନେ ରୋଗାକ୍ରାନ୍ତ ହୋଇଥାନ୍ତି l ପରଦିନ ଘାସର ଗ୍ୟାସ ସବୁ ଉଡିଯାଇଥାଏ ଓ ଛେଳିର କୌଣସି ଅସୁବିଧା ହୁଏ ନାହିଁ l ବର୍ଷାଦିନରେ ଓଦା ଘାସ ଛେଳିକୁ ଭୁଲରେ ସୁଦ୍ଧା ଖୁଆଇବେ ନାହିଁ l ଏହା ଛେଳିର ସଂକ୍ରାମକ ରୋଗକୁ ଉତ୍ପନ୍ନ କରେ l

) ଡାଳ ପତ୍ର :- ଛେଳିକୁ କଣ୍ଟା ଜାତୀୟ ଗଛ ଖାଇବାକୁ ଖୁବ ଭଲ ଲାଗେ l ବରକୋଳି ଗଛ , ଖଜୁରୀ ଗଛ , ସପ୍ତଫେଣି ନାଗ ଗଛ , ମୁରଗାବାଡ ଗଛ ଇତ୍ୟାଦି ଲଗାନ୍ତୁ l ଏହାଛଡ଼ା ସୁବାବୁଲ , ପଣସ , ଓସ୍ତ, ବରଗଛର ଡାଳ ଓ ପତ୍ର ଛେଳିର ଖୁବ ପସନ୍ଦ ଖାଦ୍ୟ ଅଟେ l

) ଦାନା :- ଛେଳିର ଦାନା ଖାଦ୍ୟ ମୁଖ୍ୟତଃ ମକା , ବାଜରା , ମାଣ୍ଡିଆ , ଚୋକଡ଼ ସହିତ ଲୁଣ ମିଶାଇ ପ୍ରସ୍ତୁତ କରାଯାଏ l ଏହା କେତେକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ବସ୍ତାରେ ମିଳିଥାଏ l ଏକ କିଲୋଗ୍ରାମ ଛେଳି ଦାନା ୩୦ ରୁ ୫୦ ଟଙ୍କାରେ ଉପଲବ୍ଧ l ଚାଷୀଭାଇମାନେ ନିଜେ ଯଦି ଛେଳିର ଖାଦ୍ୟଦାନା ମେସିନ ଲଗାଇ ପ୍ରସ୍ତୁତ କରି ପାରିବେ ତେବେ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ମାତ୍ର ୧୫ ରୁ ୨୦ ଟଙ୍କା ହେବ l

ଛେଳିର ଅନ୍ୟ ଏକ ଖାଦ୍ୟ ହେଲା " ଆଜୋଲା " l ଏଥିପାଇଁ ଆପଣଙ୍କୁ ଏକ ପାଣିକୁଣ୍ଡ ତିଆରି କରିବାକୁ ପଡ଼ିବ l ଏଥିରେ ମାଟି ଓ ଗୋବର ଦୁଇ ବାଲଟି ମିଶାଇ ଏକ ଫୁଟ ଯାଏଁ ପାଣି ରଖିବେ l ଏହା ଉପରେ ଆଜୋଲାର ଚାରା ଛଡ଼ାଯାଏ l ଏହା ୧୦ ରୁ ୧୫ ଦିନ ମଧ୍ୟରେ ଖୁବ ବଢ଼ିଥାଏ l ଏହାକୁ ବାହାର କରି ଛେଳିକୁ ଖାଇବାକୁ ଦିଆଯାଏ l ଏଥିରେ ପ୍ରୋଟିନ ଭରପୁର ମାତ୍ରାରେ ଥିବାରୁ ଛେଳିର କ୍ଷୀର ଖୁବ ମିଠା ହୁଏ ଓ ଛେଳିର ଓଜନ ବୃଦ୍ଧି ପାଏ l

ଛେଳିକୁ ଲୁଣ ଚାଟିବାକୁ ଦିଅନ୍ତୁ l ଏହା ଫଳରେ ଛେଳିକୁ ଖୁବ ଶୋଷ ଲାଗେ l ଶୋଷରେ ଛେଳି ଖୁବ ପାଣି ପିଏ l ପାଣି ଯେତିକି ମାତ୍ରାରେ ଛେଳି ପିଇବ, ତା'ର ଚର୍ବି ଓ ଓଜନ ସେତିକି ମାତ୍ରାରେ ବୃଦ୍ଧି ପାଇବ l " ମଟକା ଲୁଣ " ଟେଳା ଆକାରରେ ମିଳେ l ଏହାକୁ ଛେଳି ଗୁହାଳରେ ଝୁଲାଇ ରଖନ୍ତୁ, ଛେଳି ମୁଣ୍ଡ ଉପରକୁ କରି l ଏହି ଲୁଣ ଟେଳା ଚାଟିବାକୁ ଖୁବ ପସନ୍ଦ କରେ ଛେଳି l ଯେଉଁ ଚାଷୀ ଭାଇ ଭଉଣୀମାନେ ଛେଳି ଚାଷ କରିବାକୁ ଚାହୁଁଛନ୍ତି, ମୋ ସହିତ ଯୋଗାଯୋଗ କରନ୍ତୁ l ଓଡ଼ିଶାର ସମସ୍ତ ଅଞ୍ଚଳରେ ଆମର ସେବା / ପ୍ରଶିକ୍ଷଣ / ତାଲିମ /ଛେଳିଗୁହାଳ ନିର୍ମାଣ /ଛେଳି ଯୋଗାଣ / ରୋଗ ନିରାକରଣ /ଖାଦ୍ୟ ବିବରଣୀ / ସରକାରୀ ଯୋଜନାର ଆବେଦନ ଇତ୍ୟାଦି କାର୍ଯ୍ୟ କରାଯାଉଛି l ଯୋଗାଯୋଗ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା l

Author name - ଇଂ ସବ୍ୟସାଚୀ ବେହେରା

ଏସ ଏସ ସମନ୍ୱିତ କୃଷି ଫାର୍ମ, ମାଲିକ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ