ଆବଶ୍ୟକ ଅଧିକ ଗବେଷଣା
ନନ୍ଦନକାନନ ହେବ ଏକ ଏକ ସେନସିଟିଭ ଜୋନ
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ବହୁଳ ମାତ୍ରା ରେ ହାତୀ ମୃତ୍ୟୁ ହେବା ପରେ କେରଳ ରୁ ବିଶେଷଜ୍ଞ ଡଃ ଅରୁଣ ଜାକାରିଆ ମତ ଦେଇଛନ୍ତି |ସୋମବାର ନନ୍ଦନକାନନ ଡ଼ାକବଙ୍ଗଳାରରେ ଅନୁଷ୍ଠିତ ବୈଠକ ରେ ନନ୍ଦନକାନନରେ ଜୁଲି ଚନ୍ଦନ କମଳା ଗୌରୀ ହାତୀଙ୍କୁ ହର୍ପିସ ଭୁତାଣୁ ଜନିତ ମୃତ୍ୟୁ ଓ ସଂକ୍ରମଣ ବିଷୟରେ ଆଲୋଚନା କରାଯାଇଥିଲା|
ହର୍ପିସ ଭୁତାଣୁ ୮ ଟି ପ୍ରଜାତି ର ଓ ୩୧ ପ୍ରକାର ହାତୀଙ୍କୁ ସଂକ୍ରମିତ କରିଥାଏ |ତେଣୁ ଏଠାରେ କେଉଁ ପ୍ରଜାତି ର ଭୁତାଣୁ ସଂକ୍ରମିତ କରିଛି ଏହା ଲାଗି ଅଧିକ ଗବେଷଣା ର ଆବଶ୍ୟକ ରହିଛି |
ସେହିପରି ଆସାମ ରୁ ଆସିଥିବା ବିଶେଷଜ୍ଞନ ଡଃ ଗୌରାଙ୍ଗ ମାହାତୋ ଦେଇଥିବା ପରାମର୍ଶ ମଧ୍ୟ ଜାରି ରଖିବା କୁ କୁହାଯାଇଛି |ଆସନ୍ତା ମଙ୍ଗଳବାର ଡଃ ଜାକାରିଆ ନନ୍ଦନକାନନ ଆଲୋଚନା ସମ୍ପର୍କରେ ଓୟୁଏଟି ରେ ବିସ୍ତୃତ ଆଲୋଚନା କରାଯିବ ବୋଲି କତୃପକ୍ଷ ମତ ଦେଇଛନ୍ତି |
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ହେବା ପରିବେଶ ସମ୍ବେଦନଶୀଳ ଅଞ୍ଚଳ(ଏକ ସେନସିଟିଭ ଜୋନ )|ଏ ନେଇ ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ ଦାସ ଗତକାଲି ଦିଲ୍ଲୀ ଗସ୍ତ କରିଛନ୍ତି |
ଜଙ୍ଗଲ ପରିବେଶ ଓ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ରେ ନନ୍ଦନକାନନ ପରିପାର୍ଶ୍ୱରେ ଭିନ୍ନ ଭିନ୍ନ ଦୂରତାକୁ ନେଇ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରାଯିବାକୁ ପ୍ରସ୍ତାବ ରଖିବେ ବୋଲି କତ୍ତୃପକ୍ଷ କହିଛନ୍ତି |
Share your comments