1. ମତ୍ସ୍ୟ ଓ ପଶୁ ପାଳନ

ଗୋପାଳନ କରିଛନ୍ତି କି??

ଦାନାର ଉଚ୍ଚ ବଜାର ଦର ହେତୁ ଗୋପାଳନ ଏବେ ଲାଭଦାୟକ ହୋଇପାରି ନାହିଁ।ଏହି ସମସ୍ୟା ର ଉପଚାର ଲାଗି ସ୍ଥାନୀୟ ବଜାରରେ ମିଳୁଥିବା ବିଭିନ୍ନ ଗୋଖାଦ୍ୟ ଉପାଦାନ କୁ ନେଇ ମିଶ୍ରିତ ଦାନା ପ୍ରସ୍ତୁତ କରନ୍ତୁ,ତେବେ ଖୁବ୍ କମ୍ ମୂଲ୍ୟରେ ଏହିପରି ଦାନା ପ୍ରସ୍ତୁତ ହୋଇପାରିବ ।ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ଉତ୍ତମ ଗୋଖାଦ୍ୟ ର ଆବଶ୍ୟକତା ଅନିର୍ବାର୍ୟ୍ଯ।ଅଳ୍ପ ଉତ୍ପାଦନ ଦେଉଥିବା ଦେଶୀ ଗାଈ ଲାଗି ମୁଖ୍ୟତଃ ଚାଷୀ ମାନେ ଘରୋଇ ଖାଦ୍ୟ,ନଡା, ପାଳ ଇତ୍ୟାଦି ଉପରେ ନିର୍ଭର କରନ୍ତି।

KJ Staff
KJ Staff
ଦୁଗ୍ଧ ଉତ୍ପାଦନ ବୃଦ୍ଧି ର ଆଶା କରୁଛନ୍ତି କି???

ଦାନାର ଉଚ୍ଚ ବଜାର ଦର ହେତୁ ଗୋପାଳନ ଏବେ ଲାଭଦାୟକ ହୋଇପାରି ନାହିଁ।ଏହି ସମସ୍ୟା ର ଉପଚାର ଲାଗି ସ୍ଥାନୀୟ ବଜାରରେ ମିଳୁଥିବା ବିଭିନ୍ନ ଗୋଖାଦ୍ୟ ଉପାଦାନ କୁ ନେଇ ମିଶ୍ରିତ ଦାନା ପ୍ରସ୍ତୁତ କରନ୍ତୁ,ତେବେ ଖୁବ୍ କମ୍ ମୂଲ୍ୟରେ ଏହିପରି ଦାନା ପ୍ରସ୍ତୁତ ହୋଇପାରିବ ।ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ଉତ୍ତମ ଗୋଖାଦ୍ୟ ର ଆବଶ୍ୟକତା ଅନିର୍ବାର୍ୟ୍ଯ।ଅଳ୍ପ ଉତ୍ପାଦନ ଦେଉଥିବା ଦେଶୀ ଗାଈ ଲାଗି ମୁଖ୍ୟତଃ ଚାଷୀ ମାନେ ଘରୋଇ ଖାଦ୍ୟ,ନଡା, ପାଳ ଇତ୍ୟାଦି ଉପରେ ନିର୍ଭର କରନ୍ତି।

ତେବେ ଉତ୍ତମ ମିଶ୍ରୀତ ଦାନା ପ୍ରସ୍ତୁତି ପୂର୍ବରୁ....
ଗାଈ ର ପ୍ରତି ୩୦୦ କି.ଗ୍ରା ଶରୀର ଓଜନ ନିମନ୍ତେ ୧ କି. ଗ୍ରା ଦାନା ଏବଂ ସେହିପରି ପ୍ରତି ୧ ଲିଟର ଦୁଗ୍ଧ ପାଇଁ ୪୦୦ ଗ୍ରା ଦାନା ଦୈନିକ ଦରକାର ହୋଇଥାଏ।ଆମ ରାଜ୍ୟ ର ଚାଷୀ ମାନେ ମୁଖ୍ୟତଃ ଦୈନିକ ୫-୬ ଲିଟର ଦୁଗ୍ଧ ପ୍ରଦାନ କରୁଥିବା ଗାଈ ପାଳନ କରନ୍ତି।ତେଣୁ ଯଦି ୨.୫ କ୍ଵିଣ୍ଟାଲ ଓଜନ ବିଶିଷ୍ଟ ଏବଂ ଦୈନିକ ୫ ଲିଟର ଦୁଗ୍ଧ ଦେଉଥିବା ସଙ୍କର ଗାଈ ପାଇଁ ସନ୍ତୁଳିତ ଦାନର ପରିମାଣ ହିସାବ କରାଯାଏ ତେବେ ଦୁଗ୍ଧ ଦେବା ସମୟରେ ଏବଂ ଗର୍ଭାବସ୍ଥା ର ଶେଷ ୩ ମାସରେ ଯଥାକ୍ରମେ ହାରାହାରି ୩.୫ କି. ଗ୍ରା ଏବଂ ୪.୫ କି. ଗ୍ରା ସନ୍ତୁଳିତ ଦାନା ଦୈନିକ ଖାଇବାକୁ ଦେବା ଉଚିତ୍।ଏହା ବ୍ୟତୀତ ଚାଷୀ ମାନେ ଗାଈକୁ ଦୈନିକ ୬-୭ କି. ଗ୍ରା ଶୁଖିଲା ଘାସ ବା ନଡା ଖାଇବାକୁ ଦେଇପାରିବେ।
ସ୍ୱଳ୍ପ ଖର୍ଚ୍ଚ ରେ ଦାନା ପ୍ରସ୍ତୁତି ...
ସ୍ଥାନୀୟ ବଜାରରେ ମିଳୁଥିବା ବିଭିନ୍ନ ଗୋଖାଦ୍ୟ ପାଇଁ କଞ୍ଚାମାଲ୍ କ୍ରୟ କରି ଚାଷୀ ସ୍ୱଳ୍ପ ଖର୍ଚ ରେ ଏକ ସୁଷମ ସନ୍ତୁଳିତ ଖାଦ୍ୟ ପ୍ରସ୍ତୁତ କରିପାରିବେ।ପ୍ରତି ୧୦୦ କି. ଗ୍ରା ମିଶ୍ରଣରେ ବିଭିନ୍ନ ଉପାଦାନର ଅନୁପାତ ଯଥା -

  • ମକା ଗୁଣ୍ଡ,ଗହମ ଗୁଣ୍ଡ,ବଜାର ଗୁଣ୍ଡ:୪୦କି. ଗ୍ରା,
  • ପିଡ଼ିଆ (ବାଦାମ,ରାଶି, ସୋରିଷ, ସୋୟାବିନ,କପାମି)-୨୦ କି. ଗ୍ରା
  • କୁଣ୍ଡା- ୧୭ କି. ଗ୍ରା
  • ଧାତୁ ସାର ଏବଂ ଖଣିଜ ଲବଣ - ୨ କି. ଗ୍ରା
  • ଲୁଣ -୧ କି. ଗ୍ରା ସମୁଦାୟ ୧୦୦ କି. ଗ୍ରା ଆବଶ୍ୟକ।


ପ୍ରତି ୧ ଲି.ଦୁଗ୍ଧ ଉତ୍ପାଦନ ରେ ଦାନା ପରେ ଦୈନିକ ହାରାହାରି ୫ ଗ୍ରାମ ଖଣିଜ ମିଶ୍ରଣ ଦିଆଯିବ ଉଚିତ୍।
ଏହି ହାଥ ପ୍ରସ୍ତୁତ ସୁଷମ ସନ୍ତୁଳିତ ଦାନାକୁ ଦୈନିକ ଦରକାର ମୁତାବକ ପରିମାଣକୁ ୨ ଭାଗ କରି ଦୁଗ୍ଧ ଦୁଇଁବା ପୂର୍ବରୁ ଦେବା ଉଚିତ୍

ମନେ ରଖନ୍ତୁ...
ଦାନା ଖାଇବାକୁ ଦେବାର ୨ ଘଣ୍ଟା ପରେ ସ୍ୱଚ୍ଛ ପାଣି ପିଇବାକୁ ଦିଆଯାଏ।


ପ୍ରତି ୧୦୦ କି. ଗ୍ରା ଶରୀର ଓଜନ ପାଇଁ ଏବଂ ପ୍ରତି ୧ ଲିଟର ଦୁଗ୍ଧ ପାଇଁ ପାଣିର ଦୈନିକ ଆବଶ୍ୟକତା ଯଥାକ୍ରମେ ହାରାହାରି ୨୦ ଲିଟର ଏବଂ ୫ ଲିଟର ଅଟେ।


ଦୈନିକ ୫-୬ ଲିଟର ଦୁଗ୍ଧ ପ୍ରଦାନ କରିଥିବା ଗାଈମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଘାସ ଚାଷକରି ବିନା ଦନରେ ଖାଇବାକୁ ଦିଆଯାଏ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments