
ଏହି ଉପଚାର ର ଅନ୍ୟ ନାମ ଆପି-ଥେରାପି ବା ବି ଭେନମ ଥେରାପି ଯେଉଁଥିରେ ଶରୀର ର ବିଭିନ୍ନ ଅଙ୍ଗ ରେ ମହୁ ମାଛିଙ୍କ ଚୋଟ ର ବ୍ୟବହାର କରାଯାଇ |ବିଶେଷଜ୍ଞନ ଙ୍କ ମତରେ ଏଥିରେ ପ୍ରଜ୍ବଳନ କମେଇବା ଲାଗି ଉପଯୁକ୍ତ ପଦାର୍ଥ ବହୁ ମାତ୍ର ରେ ରହିଛି ତେଣୁ ଏହାକୁ ଏହି ସବୁ ରୋଗ ର ଉପଚାର ରେ ବ୍ୟବହାର କରିହେବ …
ଗଣ୍ଠିଆ ରୋଗ
ମୁଣ୍ଡ ବିନ୍ଧା
ମାଇଗ୍ରେନ
ଏକଜେମା

ଗଣ୍ଠିଆ ରୋଗ :
ଏହି ରୋଗ ର ଉପଚାର ଲାଗି କେତକ ରୋଗୀଙ୍କୁ କେବଳ ଔଷଧ ଏବଂ ଅନ୍ୟ କେତେକ ରୋଗୀଙ୍କୁ ମହୁ ମାଛି ଜନିତ ଉପଚାର ସହ ଔଷଧ ଦିଆଗଲା ଫଳସ୍ୱରୂପ 3 ମାସ ପରେ ମହୁ ମାଛି ଦ୍ୱାରା ଉପଚାର ହୋଇଥିବା ରୋଗୀଙ୍କ ଠାରେ ଏହି ସମସ୍ୟା ର ପୁନରାବୃତି ବେଶ କମ ଦେଖାଯାଇଥିଲା |

ଏହି ଉପଚାର ବିଶେଷ କରି ମହୁ ମାଛି ଚୋଟ କୁ ଏଲର୍ଜୀ ଥିବା ରୋଗୀଙ୍କୁ ଉପକାରରିତ କରିପାରିବ ନାହିଁ |ଏହା ବ୍ୟତୀତ ହୃଦଗତି ରେ ଅନିୟମିତତା ,ରକ୍ତ ଚାପ ଇତ୍ୟାଦି ଭଳି ସମସ୍ୟା କେତେକ କ୍ଷେତ୍ର ରେ ମଧ୍ୟ ଦେଖାଯାଇଛି |

ମହୁ ମାଛି ଚୋଟ ବ୍ୟତୀତ ମହୁ ପରାଗ ର ବ୍ୟବହାର ଦ୍ୱାରା ମଧ୍ୟ ଥଣ୍ଡା ଓ ମୁଣ୍ଡ ବିନ୍ଧା ପରି ସମସ୍ୟା ରୁ ମୁକ୍ତି ମିଳିଥାଏ |ମାତ୍ର ଏହି ଉପଚାର ଏବେ ପର୍ଯ୍ୟନ୍ତ ବହୁଳ ମାତ୍ରା ରେ ବ୍ୟବହାର କରାଯାଇ ନାହିଁ |ଏହିପରି କୌଣସି ଉପାୟ ର ବ୍ୟବହାର କରିବା ଆଗରୁ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ |
Share your comments