1. ମତ୍ସ୍ୟ ଓ ପଶୁ ପାଳନ

ମହୁମାଛଙ୍କ ବିଶେଷ ରୁଚି ;"ବୀ ସେଭିଂ ପେପର୍"

ମହୁମାଛି,କୃଷକ ର ଏକ ଭିନ୍ନତମ ସାଥୀ। ତାଙ୍କର ଅବର୍ଣ୍ଣନୀୟ ଅବଦାନ ବିଷୟରେ ପୋଥି ଲେଖି ହେବ ବୋଲି କହିଲେ ଭୁଲ୍ ହେବା ନାହିଁ ।

KJ Staff
KJ Staff

ମହୁମାଛି,କୃଷକ ର ଏକ ଭିନ୍ନତମ ସାଥୀ। ତାଙ୍କର ଅବର୍ଣ୍ଣନୀୟ ଅବଦାନ ବିଷୟରେ ପୋଥି ଲେଖି ହେବ ବୋଲି କହିଲେ ଭୁଲ୍ ହେବା ନାହିଁ । ମହୁମାଛି ର ବିଲୋପ ରେ କୃଷି ଉତ୍ପାଦନ ର ଅବସାନ ଘଟିବ ସୁନିଶ୍ଚିତ। ମହୁମାଛି ର ସଂଖ୍ୟା ରେ ହ୍ରାସ ହେଉଥିବା ଦେଖି ଏବେ ଏକ ପୋଲିସ କମ୍ପାନୀ ତିଆରି କରିଛି "ବୀ ସେଭିଂ ପେପର୍" ଅର୍ଥାତ୍ ମହୁମାଛି କୁ ଜୀବନ ଦାନ୍ ଦେଉଥିବା କାଗଜ।ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିବ ନିଶ୍ଚିତ ମାତ୍ର ଏଥିରେ ଭରି ରହିଥିବା ଗ୍ଲୁକୋଜ ପାନ କଲେ ସେମାନେ ଅଧିକ ଉଡ଼ିବା ର ଶକ୍ତି ପାଇଥାନ୍ତି ।ଏହା ସମ୍ପୂର୍ଣ୍ଣ ଏକ ପେପର୍ ପରି ଦେଖିବାକୁ ମାତ୍ରା ଅଠାଳିଆ ନୁହେଁ।

ପାଣି ରେ ମିଶିଯାଉଥିବ ଏକ ବିଶେଷ ଶର୍କରା କୁ ନେଇ ଏହି ପେପର୍ ର ନିର୍ମାଣ । ମାତ୍ର ୦.୫ କି. ଗ୍ରା ଦ୍ୱାରା ହଜାର ଟି ମହୁମାଛି ଙ୍କୁ ଖାଦ୍ୟ ଯୋଗାଇ ହେବ ।ଏହି ବିଶେଷ କାଗଜ କୁ " ଫଣ୍ଡାଣ୍ଟ ଫର୍ ବି" ବୋଲି କୁହାଯାଏ।


ଏହାର କାର୍ଯ୍ୟକଳାପ;
ଏହି କାଗଜକୁ ହନି ପ୍ଲାଣ୍ଟ ( ଲେଡୀ ଫାସେଳିଆ)ର ମଞ୍ଜି ରୁ ତିଆରି କରାଯାଇଛି।ଏହା ମହୁମାଛି ଲାଗି ସ୍ଵାଦିଷ୍ଟ ହେବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷିତ ଏବଂ ଏହା ର ବ୍ୟବହାର ଦ୍ୱାରା ଏହା ମହୁମାଛିଙ୍କ ଆଶ୍ରୟ ସ୍ଥଳ ମଧ୍ୟ ହୋଇପାରିବ ।ଏହାର ବିଶେଷତ୍ୱ ଏହା ଯେ ମହୁମାଛି ଖାଇ ସାରିବା ପରେ ଏହାର ବଳକା ଅବସିଷ୍ଟାଂଶ ରୁ ଏକ ନୂତନ ହନି ପ୍ଲାଣ୍ଟ ବଢିଥାଏ।

ଏବେ ପ୍ରଶ୍ନ ଉଠେ ମହୁମାଛି ଏହାକୁ ସନ୍ଧାନ କରିବା କେମିତି ?? ଏହା ଲାଗି ଆମେ କହି ରଖୁଛୁ ଯେ ହେ କୌଣସି ସାଧାରଣ କାଗଜ ନୁହେଁ ,ଏଥିରେ ଥିବା ବିଶିଷ୍ଟ ରଙ୍ଗ ମହୁମାଛିଙ୍କୁ ଆକର୍ଷିତ କରିଥାଏ।ଏହା ବ୍ୟତୀତ ଏହାକୁ ବ୍ୟାଗ୍, ପାରକିଂ ଟିକେଟ ,ଇତ୍ୟାଦି ଭାବେ ବ୍ୟବହାର କରିପାରିବେ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ