1. ମତ୍ସ୍ୟ ଓ ପଶୁ ପାଳନ

ଆଖି ରେ ମିଳିଲା ମହୁ ମାଛି !!

ଆଖି ରେ ମିଳିଲା ମହୁ ମାଛି !!

KJ Staff
KJ Staff

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ କିନ୍ତୁ ଏହା ହୁଏତ ମେଡ଼ିସିନ ଦୁନିୟା ର ସବୁଠାରୁ ଭୟାନକ ଘଟଣା |ଏପରି କାହାଣୀ ହୁଏତ ଆପଣ କୌଣସି କାଳ୍ପନିକ ଗଳ୍ପ ବା ସିନେମା ରେ ହିଁ ଦେଖିବାକୁ ପାଇବେ |
ତାଇୱାନ ର ଏକ ୨୯ ବର୍ଷ ର ମହିଳା କିଛି ଦିନ ପୂର୍ବେ ଆଖି ଫୁଲିବା ଏବଂ ଭୀଷଣ ଜ୍ବଳନ ହେତୁ ଚିକିତ୍ସାଧୀନ ହୋଇଥିଲେ |
ଫୁଇନ ବିଶ୍ୱବିଦ୍ୟାଳୟ ର ଡାକ୍ତର ମାନେ ତାଙ୍କର ଆଖି ରେ ୪ ଟି ମହୁ ମାଛି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ |ଏହି ମହୁ ମାଛି ମାନେ ମହିଳାଙ୍କ ଆଖି ରେ ଥିବା ଅଶ୍ରୁ କୁ ଖାଦ୍ୟ ଭାବେ ବ୍ୟବହାର କରୁଥିଲେ |ମାତ୍ର ଏବେ ବିଶ୍ୱବିଦ୍ୟାଳୟ ର ଡାକ୍ତର ମାନେ ମହିଳା ଙ୍କ ଆଖି ରୁ ସମସ୍ତ ମାଛି କାଢ଼ିସାରିଛନ୍ତି |


ଗାର୍ଡିଏନ ର ରିପୋର୍ଟ ଅନୁଯାୟି ଚକ୍ଷୁ ବିଭାଗ ର ମୁଖ୍ୟ ,ଡଃ ହିଙ୍ଗ ଚିଟିଙ୍ଗ ସମ୍ପାଦକ ସମ୍ମିଳନୀ ରେ କହିଛନ୍ତି ଯେ ,"ପ୍ରଥମେ ମୁ କୌଣସି କୀଟ ର ଗୋଡ ପରି କିଛି ଦେଖିବାକୁ ପାଇଲି ଏବଂ ତାକୁ ପରେ ମାଇକ୍ରୋସ୍କୋପ୍ ତଳେ ରେ ଦେଖି ଧୀରେ ଧୀରେ ବାହାର କରିବାକୁ ପ୍ରୟାସ କଲି ଏବଂ ସଫଳ ମଧ୍ୟ ହେଲି |ମହିଳା ଙ୍କ ଚକ୍ଷୁ କୁ କୌଣସି ଆଘାତ ହୋଇ ନାହିଁ |"

ମହିଳା ଜଣ ନିଜର ସମ୍ପର୍କୀୟ ଙ୍କର କଫିନ ପାଖରେ ବସିଥିଲା ବେଳେ ଏହି ମହୁ ମାଛି ମାନେ ତାଙ୍କ ଆଖି ଭିତରେ ପ୍ରବେଶ କରିବାର ଦେଖିବାକୁ ମିଳିଛି |ଧୂଳି ପସିଥିବାର ଭାବି ସେ ତାଙ୍କ ଆଖି କୁ ଧୋଇଥିଲେ ସତ ମାତ୍ର ତା ପରା ଦିନ ଆଖି ରେ ଭୀଷଣ ବିନ୍ଧା ଏବଂ ଦରଜ ଅନୁଭବ କରିଥିଲେ |
ମହୁ ମାଛି କଢ଼ା ଯିବା ପରେ ତାଙ୍କୁ ୫ ଦିନ ପର୍ଯ୍ୟନ୍ତ ମେଡିକାଲ ରେ ଚିକିତ୍ସାଧୀନ ଥିଲେ ଏବଂ ପରେ ୮୦ % ର ଦୃଷ୍ଟି ଫେରି ପାଇଥିଲେ |

ଡଃ ଙ୍କ କହିବା ଅନୁଯାୟୀ ଏହି ଛୋଟ ମହୁ ମାଛିଙ୍କ ସ୍ବେଦ ମହୁ ମାଛି ବୋଲି କୁହାଯାଏ ଏବଂ ଏମାନେ ମନୁଷ୍ୟ ର ଝାଳ ଦ୍ୱାରା ଆକର୍ଷିତ ହୋଇଥାନ୍ତି |ଏମାନେ ମୁଖ୍ୟତ ପାହାଡିଆ ଅଂଚଳରେ ଦେଖିବାକୁ ମିଳନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments