ପୁରାତନ ଯୁଗ ରେ ଘୋଡା ର ବ୍ୟବହାର:
କାଜାକସ୍ତାନ ର ବନତାଇ ଜାତି ର ଲୋକ ବିଶେଷ କରି ଘୋଡା କୁ ଏହି ପରି ବିଭିନ୍ନ କାର୍ଯ୍ୟ ରେ ଲଗାଉଥିଲେ |ଇତିହାସ ର ପୃଷ୍ଠା ଦେଖିଲେ ଜଣାଯାଏ ଯେ ସେହି ସମୟରେ ଘୋଡା ଯାନବାହାନ ଭାବେ ,ଦୁଗ୍ଧ ଏପରି କି ଗୋଡ ମାଂସ କୁ ଖାଦ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଉଥିଲା |ସେହି ସମୟର ଘୋଡା ମାନଙ୍କର ହାଡ ଜଙ୍ଗଲୀ ଘୋଡା ମାନଙ୍କ ତୁଳନାରେ କେତେ ମାତ୍ରା ରେ ପରିବର୍ତ୍ତିତ ହୋଇଥିଲା |ବନତାଇ ଜାତି ର ଲୋକ ମାନଙ୍କ ବ୍ୟବହାର କୁ ନେଇ ଏହି ପରି ପରିବର୍ତନ ଦେଖା ଯିବାର ଆଶା କରନ୍ତି ଇତିହାସ ବିଶେଷଜ୍ଞନ |
ଏକ ପ୍ରାଚୀନ କାରିଗରୀ ରୁ ଜଣାଯାଏ ଯେ ସେହି ସମୟରେ ଘୋଡା ଦୁଗ୍ଧ ରୁ ଏକ କିସମ ର ମଧ୍ୟ ପାନ୍ୟ ର ପ୍ରସ୍ତୁତି କରାଯାଉଥିଲା ଯାହାକୁ କ୍ୟୁମିଶ ବୋଲି ଜଣାଯାଏ |ଏହା ମାଈ ଘୋଡା ର କ୍ଷୀର ସହ ଅଣ୍ଡିରା ଘୋଡା ର ମାଂସ ମଧ୍ୟ ର ମଧ୍ୟ କେତେକ ପ୍ରମାଣ ମିଳିଛି |
ନଦୀ ତଟ ରେ ବାସ କରୁଥିବା ପ୍ରାଚୀନ ସଭ୍ୟତା ମାନଙ୍କରେ ଘୋଡା କୁ ବଳି ଦେବାର ମଧ୍ୟ ପ୍ରଥା ବେଶ ପ୍ରଚଳିତ ଥିଲା |ସେହି ସମୟର ଘୋଡା ମାନେ ମାତ୍ର ୧୩ ରୁ ୧୪ ହାତ ଲମ୍ବା ଥିଲେ ଏବଂ କାନ୍ଧ ଯାଏ ଉଚ୍ଚତା ୧୩୬ ରୁ ୧୪୪ ସେ .ମି ଯାଏ ଥିଲା
ଯୁଦ୍ଧ ରେ ଘୋଡା
ସମୟାନୁକ୍ରମେ ଘୋଡା ଚାଷ କାମ ରେ କାର୍ଯ୍ୟରତ ହେବ ଅପେକ୍ଷା ରାଜା ମହାରାଜା ଙ୍କ ସମୟର ଯୁଦ୍ଧ ରେ ଅଧିକ
କାର୍ଯ୍ୟକାରୀ ହେଉଥିଲା |ଆସବାପତ୍ର ସ୍ଥାନାନ୍ତର କରିବା ,ଉତ୍ତମ କୌଶଳ ର ଯୁଦ୍ଧ ,ଯାନବାହାନ ପରି ବ୍ୟବହାର ରେ ଘୋଡା ଅଧିକ କାର୍ଯ୍ୟରତ ହେଉଥିଲେ |
ଟ୍ରାକ୍ଟର ବଦଳରେ ଘୋଡା
୨୦ ତମ ଶତାବ୍ଦୀ ପର୍ଯ୍ୟନ୍ତ ଘୋଡା ଏହିପରି ବିଭିନ୍ନ ପ୍ରକାର କାର୍ଯ୍ୟରତ ରହୁଥିଲେ |ଉଚ୍ଚ ପଦସ୍ଥ ବ୍ୟକ୍ତି ଙ୍କ ଜୀବନ ଶୈଳୀ ର ନିଆରା ଢାଞ୍ଚା ଥିଲା ଘୋଡା ଚଢିବା|ଖଣି ରେ ଉତ୍ପାଦିତ ରତ୍ନ କୁ ବହନ କରିବା ଠାରୁ ଆରମ୍ଭ କରି ସଭ୍ୟତା ରେ ଜାନବାହିନୀ ର ଏକ ବିଶେଷ ଅଂଶ ଥିଲା ଘୋଡା |ତେବେ ଏହି ପରି ଉତ୍ତମ ଶକ୍ତି କୁ ଚାଷ ରେ ବ୍ୟବହାର କରିବା ଏକ ଅନୁରୂପ ବିସ୍ଲେସଣ |
ପୁନର୍ବାର ଘୋଡା କୁ ରାସ୍ତା ରେ ଯାନବାହାନ ଭାବେ ବ୍ୟବହାର କରିବା ବହୁତ ବଡ ଭୁଲ ହୋଇପାରେ କାରଣ ବର୍ତମାନ ଯୁଗ ର ଗାଡି ,ମାତ୍ର ଦାଉ ରୁ ନିରୀହ ପ୍ରାଣୀ ର ସୁରକ୍ଷା ଏବଂ ତା ଉପରେ ଅତ୍ୟଧିକ ଭାରସମ୍ୟ ଏକ ପ୍ରଶ୍ନବାଚୀ ହୋଇପାରେ ମାତ୍ର ଖାଦ୍ୟ ଉତ୍ପାଦନ ରେ ଏହାର ବ୍ୟବହାର ପରିବେଶ ପାଇଁ ଯେତିକି ଲାଭଦାୟକ ଚାଷୀ ଲାଗି ମଧ୍ୟ ସେତିକି ଉତ୍ତମ ବିକଳ୍ପ ଅଟେ |
Share your comments