ବର୍ତ୍ତମାନ ସମୟରେ କୁକୁଡ଼ା ପାଳନ ରୋଜଗାରର ଏକ ବିକଳ୍ପ ଅଟେ । ଚାଷୀ ଭାଇମାନେ ସୀମିତ ସମ୍ବଳର ପ୍ରୟୋଗ କରି ଏହି ବ୍ୟବସାୟକୁ ଅତ୍ୟନ୍ତ ସହଜରେ କରିପାରନ୍ତି । ଏଥିରେ ଖର୍ଚ୍ଚ କମ ଆସିଥାଏ ଏବଂ ଠିକ୍ ଭାବରେ କୁକୁଡ଼ା ପାଳନ କରିବା ଦ୍ଵାରା ଚାଷି ଭାଇମାନଙ୍କ ପାଇଁ ଏଥିରେ ଭଲ ରୋଜଗାରର ସମ୍ଭାବନା ରହିଥାଏ l ଅନ୍ୟ ସବୁ ବ୍ୟବସାୟ ପରି କୁକୁଡା ପାଳନରେ ମଧ୍ୟ ବିଭିନ୍ନ ପ୍ରକାରର ଅସୁବିଧା ରହିଥାଏ । ଯାହା ଦ୍ଵାରା ସମ୍ପୂର୍ଣ୍ଣ ଜ୍ଞାନ ଓ କୁକୁଡା ପାଳନ ପ୍ରଣାଳୀର ଅଭାବ ଦ୍ଵାରା ଚାଷୀ ଭାଇମାନେ ଅନେକ କ୍ଷତି ସହିଥାନ୍ତି । କୁକୁଡ଼ାମାନଙ୍କୁ ହେଉଥିବା ରୋଗ, ରୋଗର ଲକ୍ଷଣ ଏବଂ ଉପଚାର ବିଷୟରେ ଜାଣିବା ଯେତେ ଜରୁରୀ ଅଟେ, ତାହା ଠାରୁ ଅଧିକ ଜରୁରୀ ଅଟେ କୁକୁଡା ପାଳନ ପାଇଁ କେଉଁ କେଉଁ କଥା ଉପରେ ଧ୍ୟାନ ରଖିବାକୁ ହେବ l ଆସନ୍ତୁ ଏହି ଲେଖା ମାଧ୍ୟମରେ ଆମେ ଜାଣିବା କୁକୁଡ଼ା ପାଳନ ସମ୍ବନ୍ଧୀୟ କେତେଗୁଡିଏ ମହତ୍ବପୂର୍ଣ୍ଣ କଥା ।
ସୁସ୍ଥ କୁକୁଡ଼ାମାନଙ୍କର ଚିହ୍ନଟକରଣ
-
କୁକୁଡ଼ା ଚାଷୀମାନେ ସୁସ୍ଥ କୁକୁଡ଼ାମାନଙ୍କୁ ନିମ୍ନ ଆଧାରରୁ ଜାଣିପାରିବେ
-
ଆବଶ୍ୟକ ମୁତାବକ ଓଜନ, ଚତୁରତା ତଥା ହାତରେ ଧରିବା ଦ୍ଵାରା ଲଢେଇ କରିବା ।
-
ଧରି କି ଉଠେଇବା ସମୟରେ ସେମାନେ ନିଜ ଗୋଡ଼ରେ ଜୋରରେ ଶକ୍ତି ଦେଖେଇବା ।
-
ସ୍ୱଚ୍ଛ ନାକ, ପୂର୍ଣ୍ଣ ଶରୀର, ଆଖିରେ ଚମକ ପଣ ଓ ଅଧିକ ଆଲୋକ ପଡିବା ଦ୍ଵାରା ସେମାନେ ନିଜର ଆଖିର ପରଦାକୁ ଆଡ଼ଜଷ୍ଟ କରିବା ଏକ ସୁସ୍ଥ କୁକୁଡାର ଲକ୍ଷଣ ।
-
ସେମାନଙ୍କ ଡେଣା ସଫା ଓ ସୁସ୍ଥ ରହିବା ତଥା ସେମାନଙ୍କ ଚମଡ଼ା ଚିକ୍କଣ ରହିବା ।
-
ସୁସ୍ଥ କୁକୁଡ଼ା ଦାନା ଓ ପାଣି ନିୟମିତ ରୂପରେ ଠିକ ସମୟରେ ବାରମ୍ବାର ଖିଆ-ପିଆ କରୁଥିବେ ।
-
ଗୋଡ଼ ସମାନ ଚିକ୍କଣ ଏବଂ ମାଂସଳ ଦେଖା ଯାଉଥିବ ।
ଅସୁସ୍ଥ କୁକୁଡ଼ାମାନଙ୍କ ଲକ୍ଷଣ
-
ଓଜନରେ ହ୍ରାସ ଘଟିବା ଏବଂ କୁକୁଡ଼ାମାନେ ନ ବୁଲି ଉଦାସ ହୋଇ ବସିରହିବା ଏହି ସବୁ ଅସୁସ୍ଥତାର ଲକ୍ଷଣ ଅଟେ ।
-
କୁକୁଡ଼ାକୁ ଉଠାଇବା ସମୟରେ ସେମାନେ ସଂଘର୍ଷ ନ କରିବା, ନିଶ୍ଵାସ ନେବା ସମୟରେ ବ୍ୟାକୁଳ ହେବା, ତଥା ଶାରୀରିକ ତାପମାତ୍ରା କମ ଅଧିକ ହେବା, ଏହି ସବୁ ସେମାନଙ୍କ ରୋଗଗ୍ରସ୍ତ ହେବାର ଲକ୍ଷଣ ଅଟେ ।
-
ନାକରୁ ପାଣି ବାହାରିବା, ଆଖି ସବୁ ଫଳିଯିବା, ପେଟ ଫୁଲିକି ରହିବା, ଏ ସବୁ ଜଳ ଉଦରୀ ରୋଗର ଲକ୍ଷଣ ଅଟେ।
-
ଅସୁସ୍ଥ କୁକୁଡ଼ାମାନଙ୍କର ଗୋଡ ସରୁ ହୋଇଥାଏ, ପର ସବୁ ସରୁ ସରୁ ହୋଇଥାଏ ଏବଂ ଚମଡ଼ା ଚିକ୍କଣ ନଥାଏ l
Share your comments