Animal Husbandry

ଘରେ କରନ୍ତୁ ମାଛ ଚାଷ !

ଘରେ କରନ୍ତୁ ମାଛ ଚାଷ !

04 January, 2020 11:34 AM IST By: KJ Staff

ଜାଣନ୍ତୁ ମାଛ ଚାଷ ଲାଗି ଉପଯୁକ୍ତ ପ୍ରକ୍ରିୟା
କଣ ରହିଛି ଏହାର ଉପାଦେୟତା

ଘରେ ମାଛ ଚାଷ କରିବା ହୁଏତ କାଠି କର ପାଠ ଲାଗିପାରେ ମାତ୍ର ଏହା ଦ୍ୱାରା ଆପଣ ଘରେ ଥିବା ଅତରିକ୍ତ ବଳକା ସ୍ଥାନ ର ଉପଯୁକ୍ତ ବ୍ୟବହାର କରିବା ସହ ମାଛ ଚାଷ ରୁ ବାହାରୁଥିବା ବର୍ଜ୍ୟ ବସ୍ତୁ କୁ ଆପଣ ନିଜ ଚାଷ ଜମି ରେ ସାର ଭାବେ ମଧ୍ୟ ବ୍ୟବହାର କରିପାରିବେ |

ତେବେ ଏହାର ଉପାଦେୟତା ଜଣାନ୍ତୁ :

୧) ତାପମାତ୍ରା ଏବଂ ଖାଦ୍ୟ ଯୋଗାଣ ଉଚିତ ଥିବାରୁ ମାଛ ଉତ୍ପାଦନ ଅଧିକ ହୁଏ |
୨)ଏହା ଲାଗି ପାଣି ମଧ୍ୟ କାମ ଆବଶ୍ୟକ ହୋଇଥାଏ |
୩)ଶତ୍ରୁ ଆକ୍ରମଣ ମଧ୍ୟ ଅଧିକ ହୁଏ ନାହିଁ |

୪)ସମନିତ୍ବ ଚାଷ ସହ ଆପଣ ଏହାକୁ ବିକ୍ରି କରି ଅଧିକ ଲାଭବାନ ମଧ୍ୟ ହେବେ |

କେଉଁ ସ୍ଥାନ ଏହା ଲାଗି ଉପଯୁକ୍ତ :

୧)ଘର ବାଡ଼ି ପଟେ ପୋଖରୀ ଥିଲେ ଆପଣ ନିଜ ଖାଦ୍ୟ ଲାଗି ବା ଚାଷ ଲାଗି ଏହାର ବ୍ୟବହାର କରିପାରିବେ |ଏହା ସହ ଆପଣ ଏହାକୁ ଜଳସେଚନ ଲାଗି ବ୍ୟବହାର କରିପାରିବେ |

୨)ପୁଲ :

ଯଦି ଆପଣଙ୍କର କୌଣସି ପୁରୁଣା ପୁଲ ଅଛି ଯାହା ବ୍ୟବହାର ରେ ଲାଗୁ ନାହିଁ ତାହାକୁ ଆପଣ ଏହି କାମ ଲାଗି ବ୍ୟବହାର କରିପାରିବେ |ଏହା ଦ୍ୱାରା ଆପଣଙ୍କ ପୁଲ ସଫା ଏବଂ ସ୍ୱଚ୍ଛ ମଧ୍ୟ ଦେଖା ଯିବ|

 

୩)ଆକ୍ୱାରିଅମ:

ଯଦି ଆପଣଙ୍କ କୌଣସି ବଡ ଆକ୍ୱାରିଅମ ଅଛି ଯେଉଁଥିରେ ଛୋଟ ମାଛ ଚାଷ କରିହେବେ ଆପଣ ତାର ବ୍ୟବସ୍ତା କରିପାରିବେ |ଏହାକୁ ଆପଣ ଯଉଠି ହେଲେ ରଖିପାରିବେ ଏହା ଘର ର ସଭୋ ବୃଦ୍ଧି କରେ |

୪)ବଡ ଟବ:

ଏହାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ |ଘର ପାଇଁ ଚାଷ କରୁଥିଲେ ଆପଣଙ୍କୁ ବଡ ସ୍ଥାନ ର ଆବଶ୍ୟକତା ନାହିଁ |ତେଣୁ ବଡ ଟବ ହେଲେ ଆପଣ ଏଥିରେ ଚାଷ କରିପାରିବେ |

୫) ଅକ୍ୱାପୋନିକ୍ସ :

ଏହା ଦ୍ୱାରା ଆପଣ ଆଧୁନିକ ପ୍ରଣାଳୀ ରେ ଚାଷ କରିବା ସହ ମାଛ ମଧ୍ୟ ଚାଷ କରିପାରିବେ |ଏହା ସହ ଆପଣ ଏଥିରେ ଅଧିକ ଫସଲ ମଧ୍ୟ ଅମଳ କରିପାରିବେ |

ଚାଷ କରିବା ପ୍ରଣାଳୀ :

ପ୍ରଥମେ ଉପଯୁକ୍ତ ମାଛ ପ୍ରଜାତି ର ଚୟନ କରନ୍ତୁ ଯାହା ଏହି ପରି ଅଳ୍ପ ଜାଗା ରେ ମଧ୍ୟ ପ୍ରଜନନ କରିପାରିବେ |ଏହା ପରେ ମାଛ ଜାଅଁଳା ଏଣିକି ନିଜ ପୋଖରୀ ବା ଉପଯୁକ୍ତ ସ୍ଥାନ ରେ ଛାଡ଼ନ୍ତୁ |ମାଛ ଜାଅଁଳା ରସାୟନ ମୁକ୍ତ ଭାବେ ଚାଷ ହୋଇଥିଲେ ଭଲ |
ଏହା ପରେ ତାଙ୍କ କାର୍ଯ୍ୟକଳାପ ଏବଂ ବ୍ୟବହାରକୁ ଲକ୍ଷ କରନ୍ତୁ ଯାହା ଦ୍ୱାରା ଆପଣ ପ୍ରଜନନ ର ଉପଯୁକ୍ତ ସମୟ ଜାଣିପାରିବେ |
ଏହି ପ୍ରଣାଳୀ ରେ ମାଛ ଚାଷ ଲାଗି (ସ୍ଥାନ କାମ ଥିଲେ)ପାଣି ପମ୍ପ ବା ଆକ୍ୱାରିଅମ ର ଆବଶ୍ୟକତା ହୋଇଥାଏ |ପାଣି ରେ ପି.ଏଚ ଏବଂ ରସାୟନ ର ମାତ୍ର ମଧ୍ୟ ଯାଞ୍ଚ କରନ୍ତୁ |

ଘରେ ମାଛ ଚାଷ କିପରି ଆରମ୍ଭ କରିବେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)