1. ମତ୍ସ୍ୟ ଓ ପଶୁ ପାଳନ

ମାଛ ଚାଷ ଆରମ୍ଭ କରିବା ପ୍ରଣାଳୀ

ମାଛ ଚାଷ ଆରମ୍ଭ କରିବା ପ୍ରଣାଳୀ

KJ Staff
KJ Staff

ପ୍ରଥମେ ଆପଣଙ୍କୁ ମାଛ ଚାଷ ପ୍ରଣାଳୀ ,ତାଙ୍କ ଜୀବନଶୈଳୀ ଏବଂ ତାଙ୍କର ବିକ୍ରି ସମ୍ବନ୍ଧୀୟ ସାଧାରଣ ଜ୍ଞାନ ରହିବ ଆବଶ୍ୟକ |
ଏହା ପରେ କେଉଁଠି ମାଛ ବିକ୍ରି କରି ପାରିବେ ଏହାର ମଧ୍ୟ ତଥ୍ୟ ସଂଗ୍ରହ କରନ୍ତୁ |
ଆପଣ ଚୟନ କରିଥିବା ସ୍ଥାନରେ କେଉଁ ମାଛ ପ୍ରଜାତି ବଂଚି ପାରିବେ ଏହା ମଧ୍ୟ ଭଲ ଭାବେ ଯାଞ୍ଚ କରନ୍ତୁ |

ଆବଶ୍ୟକ ସାମଗ୍ରୀ :

ଘରେ ମାଛ ଚାଷ ଲାଗି ପୋଖରୀ ବା କୌଣସି କୁଣ୍ଡ ବା ବଡ ଟବ ପରି ସ୍ଥାନ ଯଥେଷ୍ଟ |ଏହା ସହ ପାଣି କେଉଁଠୁ ଆସିବ ତାହା ମଧ୍ୟ ଯାଞ୍ଚ କରନ୍ତୁ |ବୋରିଂ ପାଣି ସବୁଠାରୁ ଉତ୍ତମ ହୋଇଥାଏ |ପାଣି ର ପି.ଏଚ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ |

ମାଛ ଚାଷ ଲାଗ ଆବଶ୍ୟକ :

-ମାଛ ଟାଙ୍କି/ପୋଖରୀ ବା କୁଣ୍ଡ
-ପାଣି ପମ୍ପ
-ବାୟୁ ପ୍ରଚଳନ ଯନ୍ତ୍ର
-ଜଳ
-ମାଛ ଖାଦ୍ୟ
-ପାଣି ର ଯାଞ୍ଚ କରୁଥିବା କିଟ/ ଡ଼ିଭାଇସ

ମାଛ ମାନଙ୍କ ଯତ୍ନ ନେବା ଲାଗି :

ଖାଦ୍ୟ ଏବଂ ଉତ୍ତମ ପରିଵେଶ ସହ ମାଛ ମାନଙ୍କ ଯାଞ୍ଚ ମଧ୍ୟ କରନ୍ତୁ |ଅତ୍ୟଧିକ ମାଛ ମୃତ୍ୟୁ ହେଲେ ଏହାର କାରଣ ର ଯାଞ୍ଚ କରନ୍ତୁ |ଖାଦ୍ୟ ଅଭାବ ବା ରୋଗ ଇତ୍ୟାଦି ଏହାର କାରଣ ହୋଇପାରେ |
ସର୍ବଦା ପାଣି ର ପି.ଏଚ ଉପରେ ଧ୍ୟାନ ଦିଅନ୍ତୁ |
ବିଭିନ୍ନ ଶତ୍ରୁ ଯିବ ଙ୍କର ପ୍ରବେଶ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ଏହା ସହ ରୋଗ ଆକ୍ରମଣ ଇତ୍ୟାଦି ର ମଧ୍ୟ ଯାଞ୍ଚ କରନ୍ତୁ |
ସମୟ ସମୟ ରେ ପାଣି ର ଟ୍ରିଟ୍ମେଣ୍ଟ ମଧ୍ୟ କରନ୍ତୁ |ଏହା ଦ୍ୱାରା ବହୁ ଭୁତାଣୁ ଜନିତ ରୋଗ ହେବ ନାହିଁ |
ମାଛ ଚାଷ କରୁଥିବା ସ୍ଥାନ କୁ ସଫା ରଖନ୍ତୁ ଏବଂ ଉପଯୁକ୍ତ ପରିମାଣ ରେ ଖାଦ୍ୟ ଦିଅନ୍ତୁ |

କେଉଁଠି କରିବେ ମାଛ ଚାଷ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ..

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments