
indigenous sex-sorted semen technology, image source - AI
ମହାରାଷ୍ଟ୍ରର ୱାଶିମ ଠାରେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପିଏମ - କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ବଣ୍ଟନ, ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ, କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ, ୯,୨୦୦ କୃଷକ ଉତ୍ପାଦକ ସଂଗଠନ, ମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ସୋଲାର ପାର୍କ ଏବଂ ଗୋସମ୍ପଦ ଏବଂ ସ୍ୱଦେଶୀ ଲିଙ୍ଗ ନିର୍ଦ୍ଦିଷ୍ଟ ସିମେନ ଟେକ୍ନୋଲୋଜି ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ର ଶୁଭାରମ୍ଭ ଆଦି ଏହାର ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ଗୋରୁମାନଙ୍କ ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ଏବଂ ସ୍ୱଦେଶୀ ଲିଙ୍ଗ ନିର୍ଦ୍ଦିଷ୍ଟ ସିମେନ ଟେକ୍ନୋଲୋଜି ଶୁଭାରମ୍ଭ କରିଛନ୍ତି। କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଲିଙ୍ଗ ନିର୍ଦ୍ଦିଷ୍ଟ ସିମେନ ଟେକ୍ନୋଲୋଜିର ଉପଲବ୍ଧତା ବୃଦ୍ଧି କରିବା ଏବଂ ଡୋଜ୍ ପିଛା ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ ହ୍ରାସ କରିବା ଏହି ପଦକ୍ଷେପର ଲକ୍ଷ୍ୟ । ଦେଶୀ ଗୋରୁମାନଙ୍କ ପାଇଁ ୟୁନିଫାଏଡ୍ ଜିନୋମିକ୍ ଚିପ୍, ଗଉ ଚିପ୍ ଏବଂ ମଇଁଷିମାନଙ୍କ ପାଇଁ ମହିଷଚିପ୍ ବିକଶିତ କରାଯାଇଛି । ଜିନୋମିକ ଚୟନ କାର୍ଯ୍ୟକାରୀ ହେବା ଦ୍ୱାରା ଛୋଟ ଛୋଟ ଉଚ୍ଚ ମାନର ଷଣ୍ଡମାନଙ୍କୁ କମ୍ ବୟସରେ ଚିହ୍ନଟ କରାଯାଇପାରିବ ।
ସେହିପରି ପାଖାପାଖି ୯.୫ କୋଟି କୃଷକଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ବଣ୍ଟନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ରାଜ୍ୟ ସରକାର ଏହାର କୃଷକମାନଙ୍କୁ ଦ୍ୱିଗୁଣିତ ସୁବିଧା ପ୍ରଦାନ କରିବାକୁ ପ୍ରୟାସ କରୁଛନ୍ତି । ଶ୍ରୀ ମୋଦୀ ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଠାରେ ମହାରାଷ୍ଟ୍ରର ପ୍ରାୟ ୯୦ ଲକ୍ଷ କୃଷକଙ୍କୁ ପାଖାପାଖି ୧୯୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିବା ପାଇଁ ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କୃଷି ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ବିଷୟରେ ଉଲ୍ଲେଖ କରିଥିଲେ ।
ଅଧିକ ପଢ଼ନ୍ତୁ
Share your comments