1. ମତ୍ସ୍ୟ ଓ ପଶୁ ପାଳନ

Israel Cow: ସର୍ବାଧିକ କ୍ଷୀର ଦିଅନ୍ତି ଏହି ଗାଈ

ସାଧାରଣତଃ ଚାଷ ସହିତ ପ୍ରାୟତଃ ଗୋ ପାଳନ ମଧ୍ୟ କରୁଛନ୍ତି ଚାଷୀ l କାରଣ କ୍ଷୀର ବା ଦୁଗ୍ଧ ଉତ୍ପାଦନ ଦ୍ୱାରା ମଧ୍ୟ ସେମାନେ ଟଙ୍କା ରୋଜଗାର କରିପାରୁଛନ୍ତି l ଗାଈ ଦୁଗ୍ଧ ଉତ୍ପାଦନରେ ଏକ ଦେଶ ଆଗରେ ରହିଛନ୍ତି l

Tanushree Mahapatra
Tanushree Mahapatra
Israeli cows are known all over the world for their milk production , image source - pexels.com

Israeli cows are known all over the world for their milk production , image source - pexels.com

ସାଧାରଣତଃ ଚାଷ ସହିତ ପ୍ରାୟତଃ ଗୋ ପାଳନ ମଧ୍ୟ କରୁଛନ୍ତି ଚାଷୀ l କାରଣ କ୍ଷୀର ବା ଦୁଗ୍ଧ ଉତ୍ପାଦନ ଦ୍ୱାରା ମଧ୍ୟ ସେମାନେ ଟଙ୍କା ରୋଜଗାର କରିପାରୁଛନ୍ତି l ଗାଈ ଦୁଗ୍ଧ ଉତ୍ପାଦନରେ ଏକ ଦେଶ ଆଗରେ ରହିଛନ୍ତି l ସେହିପରି ଇସ୍ରାଏଲ ଦେଶରେ  ସମସ୍ତ ଗାଈମାନଙ୍କ ସର୍ବୋତ୍ତମ ଯତ୍ନ ନିଆଯାଇଥାଏ । ଏହି ଦେଶର ଦୁଗ୍ଧ ଚାଷ ମଧ୍ୟ ସର୍ବୋତ୍ତମ ବୋଲି ବୋଲି ପରିଗଣନା କରାଯାଏ । 

ଯଦି ଆମେ ପ୍ରତିଦିନ ଦୁଗ୍ଧ ଉତ୍ପାଦନ ଶତକଡ଼ା ଦେଖିବା ତେବେ ଭାରତୀୟ ଗାଈ ୭.୧ଲିଟର କ୍ଷୀର ପ୍ରଦାନ କରୁଥିବାବେଳେ ବ୍ରିଟିଶ ଗାଈ ୨୫.୬ ଓ ଆମେରିକୀୟ ଗାଈ ୩୨.୮ଏବଂ ଇସ୍ରାଏଲ୍ ଗାଈ ୩୮.୭ ଲିଟର କ୍ଷୀର ପ୍ରଦାନ କରିଥାନ୍ତି । ଇସ୍ରାଏଲ ଦେଶ ହେଉଛି ଦୁଗ୍ଧ ଉତ୍ପାଦନ ପାଇଁ ବିଶ୍ୱରେ ଖୁବ ପରିଚିତ ଦେଶ । ତେବେ ଆପଣମାନେ ଜାଣିଛନ୍ତି କି ... ଇସ୍ରାଏଲରେ ଥିବା ହର୍ଜଲିୟା ସହରକୁ ଇସ୍ରାଏଲର ଦୁଗ୍ଧ ରାଜଧାନୀ ବୋଲି କୁହାଯାଏ । କାରଣ ଏଠାରେ ସବୁଠାରୁ ଅଧିକ କ୍ଷୀର ଉତ୍ପାଦନ ହେଉଥିବା ଦଖିବାକୁ ମିଳେ l

ତେବେ ସୂଚନା ଅନୁଯାୟୀ, ଇସ୍ରାଏଲରେ ପ୍ରାୟ ୧ ହଜାର ଦୁଗ୍ଧ ଫାର୍ମ ରହିଛି ଜଘଦ୍ଵାରା ଅଧିକ କ୍ଷୀର ଉତ୍ପାଦନ କରାଯାଇପାରୁଛି । ଏହି ଫାର୍ମ ଗୁଡିକ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ଘରୋଇ ଚାହିଦାର ପ୍ରାୟତଃ ୮୦% ପୂରଣ ପାଇଁ  ଦୁଗ୍ଧ ଉତ୍ପାଦନ କରିଥାନ୍ତି  । ସେହିପରି ପୂର୍ବ ସୂଚନା ଅନୁଯାୟୀ ୨୦୧୬ ମସିହାରେ ଇସ୍ରାଏଲ୍ ଦୁଗ୍ଧ ଫାର୍ମ ଗୁଡିକରେ ପ୍ରାୟ ୧ ହଜାର ନିୟୁତରୁ ଅଧିକ  ଲିଟର କ୍ଷୀର ଉତ୍ପାଦନ ହୋଇଥିଲା ଯାହାର ମୂଲ୍ୟ ପ୍ରାୟ ୨.୫ ବିଲିୟନ ଡ଼ଲାର୍ ରହିଥିବା କୁହାଯାଉଛି ।

ତେବେ ଜାଣିଛନ୍ତି କି ? ଦୁଗ୍ଧ ଉତ୍ପାଦନ ପାଇଁ ଇସ୍ରାଏଲ ଦେଶରେ  ରହିଛି ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ  । ଯାହାଦ୍ୱାରା ସେଠାକାର ଲୋକଙ୍କୁ ଏ ସମ୍ପର୍କରେ ପାଠ ପଢ଼ାଯାଉଥିବା ଦେଖିବାକୁ ମିଳୁଛି l ସବୁଠାରୁ ବଡ଼ କଥା ହେଉଛି ସେଠାକାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଗୋପାଳନ ସମ୍ପର୍କରେ ଡିଗ୍ରୀ ପାଠ୍ୟକ୍ରମ ରହିଛି । ଏହି ଦେଶରେ ଗାଈ କ୍ଷୀରରୁ ପ୍ରାୟତଃ ୧ ହଜାରରୁ ଅଧିକ ବିଭିନ୍ନ ଦୁଗ୍ଧଜାତ ଖାଦ୍ୟ ଉତ୍ପାଦନ କରାଯାଇଥାଏ । କ୍ଷୀର, ଛେନା, ମିଠା, ପନିର, ସମେତ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ କ୍ଷୀରରୁ ।

ଏଠାରେ ଉତ୍ପାଦିତ ହେଉଥିବା ଦୁଗ୍ଧ ଅନ୍ୟ ଦେଶକୁ ମଧ୍ୟ ରପ୍ତାନି ହୋଇଥାଏ l ତେବେ ଖରାଦିନରେ ଇସ୍ରାଏଲର ଗୋପାଳକମାନେ ଗାଈ ମାନଙ୍କର ବିଶେଷ ଭାବେ ଯତ୍ନ ନେଇଥାନ୍ତି । ଗାଈମାନଙ୍କ ବାସ ସ୍ଥାନ କିପରି ଥଣ୍ଡା ରହିବ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ । ସେଠାରେ ଥିବା ଫାର୍ମ ଗୁଡିକରେ ଉନ୍ନତଧରଣର ଜ୍ଞାନକୌଶଳ ବ୍ୟବହାର କରାଯାଉଛି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments