1. ମତ୍ସ୍ୟ ଓ ପଶୁ ପାଳନ

ଜେମିନି କରିବ ମତ୍ସ୍ୟ ଯିବି ଙ୍କ ସୁରକ୍ଷା ..

ଜେମିନି କରିବ ମତ୍ସ୍ୟ ଯିବି ଙ୍କ ସୁରକ୍ଷା ..

KJ Staff
KJ Staff

୨୦୧୭ ମସିହା ରେ ୨୦ ଟି ମତ୍ସ୍ୟଜୀବୀ ବାତ୍ୟା ଓକିଛି ରେ ସମୁଦ୍ର ମଧ୍ୟରେ ହଜିଗଲା ପରେ ଏହି ନୂତନ ପ୍ରଯୁକ୍ତି ର ଉଦ୍ଭାବନ କରାଯାଇଛି |"ଫେଲ ପ୍ରୁଫ " ଜେମିନି କୁ ଇସ୍ରୋ ର ବୈଜ୍ଞାନିକ ଏବଂ ବିଶେଷଜ୍ଞ ଦଳ ନିର୍ମାଣ କରିଛନ୍ତି |ଏହା ମତ୍ସ୍ୟଜୀବୀ ଙ୍କୁ ସାମୁର୍ଦ୍ରିକ ଝଡ ଏବଂ ସେହି ପରି ପ୍ରାକୃତିକ ବିପର୍ଯ୍ୟ ରୁ ସୁରକ୍ଷା ଦେବ|
ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ନେସନାଲ କଂଗ୍ରେସ ଫର ଇନଫର୍ମେଶନ ସର୍ଭିସେସ ,ଏକ ଘରୋଇ କମ୍ପାନୀ ଆକର୍ଡ ସହ ମିଶି ଏକ ବକ୍ସ ସଦୃଶ ଆଣ୍ଟେନା ର ନିର୍ମାଣ କରିଛନ୍ତି ଯେଉଁଥିରେ ଲାଗିଥିବା ବେଟେରି ୩ ରୁ ୪ ଦିନ ଧରି ଆଣ୍ଟେନା କୁ ସକ୍ରିୟ ରଖିପାରିବ ଫଳରେ ମତ୍ସ୍ୟ ଯିବି ମାନେ ନିଜର ଅବସ୍ତିଥି କୁ ଯାଞ୍ଚ କରିପାରିବେ ଏବଂ ସମୁଦ୍ର ମଧ୍ୟ ରେ ହଜିବେ ନାହିଁ |

ଇସ୍ରୋ ଦ୍ୱାରା ନିର୍ମିତ ସାଟେଲାଇଟ ଗଗନ ଏବଂ ଏଆରପୋର୍ଟ ଅଥରିଟି ଅଫ ଇଣ୍ଡିଆ ସାହାଯ୍ୟରେ ରେ ଏହି ଆଣ୍ଟେନା କୁ ପରିଚାଳିତ କରାଯିବ |ଜେମିନି କୁ ଏକ ଆପ ସହ କନେକ୍ଟ ଏହା ନିକଟବର୍ତୀ ଅଂଚଳରେ ମାଛ ମିଳିବାର ସମ୍ଭାବନା ବିଷୟରେ ମଧ୍ୟ ସୂଚନା ଦେଇ ପାରିବ |
"ଏହି ଆଣ୍ଟେନା ଜରିଆରେ ସମୁଦ୍ର ମଧ୍ୟରେ ପ୍ରବେଶ କରିସାରିଥିବା ମତ୍ସ୍ୟ ଯିବି ମାନେ ନିଜ ମୋବାଇଲ ନେଟୱାର୍କ ର ଅନୁପସ୍ଥିତି ରେ ମଧ୍ୟ ପାଣିପାଗ ପରିବର୍ତନ ଏବଂ ବାତ୍ୟା ର ସଂକେତ ବିଷୟରେ ସୂଚନା ପାଇପାରିବେ | ମୋବାଇଲ ନେଟୱାର୍କ ସାଧାରଣତଃ ସମୁଦ୍ର କୁଳ ରୁ ୧୦-୧୨ କି.ମି ପରେ ଆସେ ନାହିଁ ମାତ୍ର ଏହି ଆପ ଦ୍ୱାରା ଏହାକୁ ସମୁଦ୍ର ମଧ୍ୟରେ ୩୦୦ ନୌଟିକାଲ ମାଇଲ ପର୍ଯ୍ୟନ୍ତ ବ୍ୟବହାର କରି ହେବ ଫଳରେ ମତ୍ସ୍ୟ ଯିବି ମାନେ ଉଚିତ ସମୟରେ ସୂଚନା ଲାଭ କରିପାରିବେ "ବୋଲି ମତ ଦେଇଛନ୍ତି ଇଣ୍ଡିଆନ ନେସନାଲ କଂଗ୍ରେସ ଫର ଇନଫର୍ମେଶନ ସର୍ଭିସେସ ର ନିର୍ଦେଶକ ସତୀଶ ସିନୋଏ|

ଏହି ଯନ୍ତ୍ର ଟି କେଵଳ ସୂଚନା ହାସଲ କରିବାରେ ସହାୟକ ହେବ ମାତ୍ର ମତ୍ସ୍ୟଜୀବୀ ଚାହିଁଲେ ଏହା ଦ୍ୱାରା କଲ ଏସଏମଏସ କରିପାରିବେ ନାହିଁ |ବର୍ତମାନ ଏହାର ମୂଲ୍ୟ ହାରାହାରି ୯୦୦୦ ଟଙ୍କା ରହିଛି ଯାହା ସାଧାରଣ ମତ୍ସ୍ୟଜୀବୀ କିଣିବା ସମ୍ଭବପର ହେବ ନାହିଁ |ତେଣୁ ଏହାକୁ ସବ୍ସିଡି ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ଯୋଗାଇଦିଆଯିବ | ଜାତୀୟ ମତ୍ସ୍ୟ ପାଳନ ବୋର୍ଡ ଏବଂ ରାଜ୍ୟ ସରକାର ଏହାର ଅଧିକାଂଶ ସବ୍ସିଡି ଯୋଗାଇବା ପରେ ,ମତ୍ସ୍ୟଜୀବୀ ମାନେ ମାତ୍ର ଏହାର ଶତକଡା ୧୦ ଭାଗ ମୂଲ୍ୟ ଦେଇ କିଣିପାରିବେ ବୋଲି ସଂସ୍ଥାନ ର ମୁଖ୍ୟ ବାଲକ୍ରିଷ୍ଣନ ନୟର କହିଛନ୍ତି |
ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି "ତତ୍କ୍ଷଣାତ ସୂଚନା ପାଇବା ଲାଗି ସାଟେଲାଇଟ ସହ ଯୋଗାଯୋଗ ଏକ ଉତ୍ତମ ବିକଳ୍ପ |ମାତ୍ର ସ୍ୱଳ୍ପ ମୂଲ୍ୟ ଧାର୍ଯ୍ୟ କରୁଥିବା ଉତ୍ତମ ଯୋଗାଯୋଗ ପ୍ରକ୍ରିୟା ହିଁ ବାତ୍ୟା ,ସୁନାମି ପରି ପ୍ରାକୃତିକ ବିପର୍ଯ୍ୟ କୁ ସାମ୍ନା କରିବାରେ ସହାୟକ ହୋଇପାରିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ