
ନାହୁପ୍ରଚାଳିତ,ସୁନାମ ଅର୍ଜନ କରିଥିବା ,ମଧ୍ୟ ପ୍ରଦେଶ ର ଏହି ନିଆରା କୁକୁଡ଼ା ପ୍ରଜାତି ,କଡକନାଥ କୁକୁଡ଼ା |କଲା ଶରୀର,ଅତି ସ୍ୱାଦିଷ୍ଟ ଓ ନରମ କଲା ମାଂସ,ଏପରିକି ଓଷଧୀୟ ଗୁଣ ଲାଗି ବହୁମତର ରେ ଏହା ଲୋକପ୍ରିୟ ହୋଇପାରିଛି |
ଏହାର ଉପକାରିତା :
୧) ଏମାନଙ୍କର ଖାଦ୍ୟ ପରିଚାଳନ ଖୁବ ଭଲ ଓ ଏମାନେ ଖୁବ ଶୀଘ୍ର ବଢି଼ଥାନ୍ତି |
୨)ମାତ୍ରା ୧୦୦-୧୨୫ ଦିନ ମଧ୍ୟରେ ଏମଙ୍କ ଓଜନ ୧.୨୪ କି.ଗ୍ରା ଯାଏ ବୃଦ୍ଧି ପାଇଥାଏ |
୩)ଏହା ଖୁବ ଅହିତକାରୀ ଓ ଅସୁବିଧାଜନକ ପରିସ୍ଥିତି ରେ ମଧ୍ୟ ବେଶ ଭଲ ଭାବରେ ବଢ଼ିପାରିବେ |
୪)ଏହାକୁ କମ ଜାଗା ଦରକାର ହୋଇଥେ ତେଣୁ ଘର ଅଗଣା ରେ ମଧ୍ୟ ରହିପାରିବେ |
୫)ଏହାର ମାଂସ ସ୍ନାୟୁ ଜନିତ ରୋଗ ଓ ହୋମିଓପାଥି ଔଷଧ ତିଆରି ରେ କାର୍ଯ୍ୟକାରୀ ହୁଏ |
୬)ଏହା ଛଡା ଏମଙ୍କ ମାଂସ ରେ ବହୁ ମାତ୍ରା ରେ ଭିଟାମିନ, ଆମିନୋ ଏସିଡ ଓ ପ୍ରୋଟିନ ଥାଏ |
୭)ଏହାର ମାଂସ ମହିଳା ଓ ବୃଦ୍ଧ ମାନକ ନିମନ୍ତେ ଖୁବ ହିତକାରୀ |
୮)ଅନ୍ୟ କୁକୁଡ଼ା ତୁଳନାରେ ଏହାର ମାଂସ ରେ ଅଧିକ ପ୍ରୋଟିନ ତଥା ଅଳ୍ପ ଚର୍ବି ଓ କଲେଷ୍ଟ୍ରୋଲ ଥିବାରୁ ଏହା ବେଶ ଲୋକପ୍ରିୟତା ଅର୍ଜନ କରିପାରିଛି |
୯)ମାର୍କେଟ ରେ ଏହାର ମାଂସ ର ୫୦୦-୮୦୦ ଟଙ୍କା ପ୍ରତି କି.ଗ୍ରା ହୋଇଥିଲା ବେଳେ ୪୦୫୦ ଟଙ୍କା ପ୍ରତି ଅଣ୍ଡା ,ଦର ରେ ବିକ୍ରି ହୁଏ |
୧୦)ଏହାର ପାଳନ ଅତ୍ୟନ୍ତ ଲାଭଦାୟକ |

କଡକନାଥ କୁକୁଡ଼ା ବିଷୟରେ କେତୋଟି ଜାଣିବା କଥା :
ଚିଆଁ ର ଦର : |
୨୦-୨୫ ଟଙ୍କା |
ବଞ୍ଚିବା ସମ୍ଭାବନା : |
୯୫ % |
ପ୍ରଥମ ଅଣ୍ଡା ଦେବା ବୟସ: |
୨୩-୨୪ସପ୍ତାହ |
ଅଣ୍ଡା ପ୍ରତି ମାସ : |
୧୧-୧୨ |
ପ୍ରତିଅଣ୍ଡା ର ଓଜନ - |
୪୦-୪୫ ଗ୍ରାମ |
Share your comments