Animal Husbandry

କୁକୁଡ଼ାଙ୍କ ପାଇଁ ବିପଦ ବର୍ଷା ଦିନ

ବର୍ଷା ଦିନରେ ହେଉଥିବା ଅସୁବିଧା ଯୋଗୁ ଅନେକ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୁଅନ୍ତି | ବର୍ଷାଋତୁ କାଳୀନ ସମସ୍ୟାକୁ ଧ୍ୟାନରେ ରଖି ସଠିକ ପଦକ୍ଷେପ ନେଲେ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ |

28 June, 2022 4:23 PM IST By: Rajashree

ବଜାରରେ ମାଂସର ଚାହିଦାକୁ ଦୃଷ୍ଟିରେ ରଖି ଅନେକ ଲୋକ କୁକୁଡ଼ା ବ୍ୟବସାୟୀକୁ (Poultry farming) ସଠିକ ମଣିଥାନ୍ତି | ଓଡିଶା ଅନେକ ଲୋକ ଜୀବିକା ନର୍ବାହା ପାଇଁ କୁକୁଡ଼ା ପାଳନ(Poultry farming)କରିଥାନ୍ତି | ଏଥିରୁ ଭଲ ଲାଭ ହେବା ସହ ବ୍ୟବସାୟରେ ଫାଇଦା ମଧ୍ୟ ହୋଇଥାଏ | କିନ୍ତୁ ବର୍ଷା ଦିନରେ ହେଉଥିବା ଅସୁବିଧା ଯୋଗୁ ଅନେକ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୁଅନ୍ତି |

ବର୍ଷାଋତୁ କାଳୀନ ସମସ୍ୟାକୁ ଧ୍ୟାନରେ ରଖି ସଠିକ ପଦକ୍ଷେପ ନେଲେ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ | ଯାହାଦ୍ୱାରା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବନି |

ବର୍ଷା ଆରମ୍ଭ ହେବା ପୂର୍ବରୁ କୁକୁଡା ଘର ଛାତର(Hen farm care) ମରାମତି କରିବା ଆବଶ୍ୟକ । ଛାତରେ କିଛି କଣା, ଫାଙ୍କ ଆଦି ବନ୍ଦ କରିବା ଦରକାର । କୁକୁଡା ଘରର ଚଟାଣରେ ଫାଙ୍କା ଗାତକୁ ମଧ୍ୟ ବନ୍ଦ କରିବା ଦରକାର | କୁକୁଡା ଘର ସାଧାରଣତଃ ଭୂମିଠୁ ସାମାନ୍ୟ ଉପରେ ତିଆରି କରା ଯାଇଥାଏ କିନ୍ତୁ ଯଦି ଆପଣଙ୍କର କୁକୁଡା ଘର ଖାଲୁଆ ଜାଗାରେ ଅବସ୍ଥିତ ତେବେ ଯେପରି ଘର ମଧ୍ୟକୁ ପାଣି ନ ପଶେ ସେଥିପ୍ରତି ନିତାନ୍ତ ଧ୍ୟାନ ଦେବାକୁ ପଡିବ |

କୁକୁଡା ଘର (Hen farm care) ଚାରିପଟେ ଉଠିଥିବା ଅନାବନା ଘାସ, ଲଟା, ବୁଦାକୁ ସଫା କରିଦେବା ଦରକାର |

ଯଦି ଆପଣ କୁକୁଡ଼ା ପାଳନ କରୁଛନ୍ତି ତେବେ ବର୍ଷା ଦିନରେ କୁକୁଡ଼ାମାନଙ୍କର ଖାଦ୍ୟର (PoultryFood) ପରିଚାଳନା ଏକ ଜରୁରୀ ବିଷୟ ଅଟେ | ବର୍ଷା ଋତୁରେ ଅଧିକ ବର୍ଷା ଯୋଗୁ ଜଳବାୟୁରେ ଆର୍ଦ୍ରତା ପରିମାଣ ବଢିଯାଏ ଫଳରେ କୁକୁଡ଼ାମାନଙ୍କ ଖାଦ୍ୟରେ (PoultryFood) କବକ ବଢିବା ଆରମ୍ଭ କରିଦିଏ | ଯାହାଫଳରେ କୁକୁଡ଼ା ଏହି ଦାନା ଖାଇଲେ ସେମାନଙ୍କର ଖାଦ୍ୟ ଖାଇବା ପରିମାଣ କମିଯାଏ | ସେମାନେ ଝଡ଼ି ଯାଆନ୍ତି, ଶରୀରର ବୃଦ୍ଧି ବାଧାପ୍ରାପ୍ତ ହୁଏ,କୁକୁଡ଼ାଙ୍କ ଯକୃତରେ ଟ୍ୟୁମର ହେବା ସହ କୁକୁଡ଼ା ମୃତ୍ୟୁବରଣ କରନ୍ତି | ତେଣୁ ଏଥି ପ୍ରତି ଧ୍ୟାନ ଦେବାକୁ ପଡେ | ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ଆଗରୁ ଦାନା କିଣି ବର୍ଷା ଦିନ ପାଇଁ ରଖନ୍ତୁ | ରଖିଥିବା ଦାନାକୁ ମଝିରେ ମଝିରେ ଖରାରେ ରଖନ୍ତୁ ଏହା କରିବା ଦ୍ୱାରା କବକ ହେବେ ନାହିଁ |

କୁକୁଡ଼ା ଦାନା (PoultryFood)ରଖାଯାଉଥିବା ଗୋଦାମ ଗୃହର ବି ସଠିକ ଯତ୍ନ ନେବାକୁ ହୁଏ | ସେ ଗୃହରେ ଯେପରି ପାଣି ପ୍ରବେଶ କରିବ ନାହିଁ ସେଥିଲାଗି ଧ୍ୟାନ ଦେବାକୁ ପଡିବ | କୁକୁଡ଼ା ଦାନାକୁ ଭୂମିରେ ନ ରଖି ଇଟା କିମ୍ବା କାଠ ପଟା ଉପରେ ରଖିଲେ ଭୂମିରୁ ଆର୍ଦ୍ରତା ଶୋଷି ପାରି ନଥାଏ | ମୂଷା ଭଳି ଦାନାକୁ ଖାଇଦେଉଥିବା ପ୍ରାଣୀଙ୍କୁ ଗୋଦାମ ଗୃହରୁ ବାହାର କରିଦେବା ଦରକାର | ଖାଦ୍ୟରେ ଜୀବାଣୁ (PoultryFood)ପରିମାଣ କମ କରିବା ଓ ପରଜୀବୀ ରୋଗରୁ ମୁକ୍ତି ପାଇଁ ଦାନା ପ୍ରସ୍ତୁତି ସମୟରେ ଟିକେ ବର୍ଦ୍ଧିତ ପରିମାଣରେ ଆଣ୍ଟିବୟୋଟିକସ ଓ ପରଜୀବୀ ନିରୋଧକ ମିଶାଇ ଦେବା ଦରକାର | ବର୍ଷା ଋତୁରେ ସାଧାରଣତଃ ବିଶୁଦ୍ଧ ପାନୀୟ ଜଳ ମିଳିବା କଷ୍ଟ କର ହୋଇଥାଏ । ତେଣୁ ଆମକୁ ଦୂଷିତ ପାଣି କୁ ବିଶୋଧନ କରିକି ଦେବା ଆବଶ୍ୟକ | ଖାଦ୍ୟ ଦେବା ପାତ୍ର ଓ ପାଣି ପାତ୍ର କୁ ସଫା କରିକି ବ୍ୟବହାର କରିବା ଆବଶ୍ୟକ | କୁକୁଡ଼ାମାନଙ୍କୁ ଡିପ ଲିଟର ବ୍ୟବସ୍ଥା ଅନୁସାରେ ଭୂମିରେ ଅଗାଡି ପକାଇକି ରଖନ୍ତି | କୁକୁଡ଼ା ରହୁଥିବା ଘରର ଚଟାଣରେ ଚୂନ ଛିଞ୍ଚି ତାହା ଉପରେ ନୂଆ ଅଗାଡି ପକାଇବା ଦରକାର |

ଦେଶୀ କୁକୁଡ଼ା ଚାଷ: ଲାଭବାନ ହେଲେ ମହିଳା ଗୋଷ୍ଠୀ

ଘର ଅଗଣାରେ କାବେରୀ କୁକୁଡ଼ା ପାଳନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)