1. ମତ୍ସ୍ୟ ଓ ପଶୁ ପାଳନ

ଦେଶୀ କୁକୁଡ଼ା ଚାଷ: ଲାଭବାନ ହେଲେ ମହିଳା ଗୋଷ୍ଠୀ

ବଜାରରେ ଦେଶୀ କୁକୁଡ଼ାର ଚାହିଦା ଏବେ ବହୁତ ଉଚ୍ଚରେ ରହିଛି l ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଆର୍ଥିକ ଅବସ୍ଥାକୁ ଦୃଢ଼ କରିବା ଲକ୍ଷ୍ୟ ରଖି ଗଞ୍ଜାମ ଜିଲ୍ଲାରେ ଦେଶୀ କୁକୁଡ଼ା ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି l ଏହି ଯୋଜନା ଅଧୀନରେ କୁକୁଡ଼ା ଚାଷ କରିବାକୁ ଆଗ୍ରହୀ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମସ୍ତ ସୁବ୍ୟବସ୍ଥା କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଛି l ଯାହା ଫଳରେ ହିତାଧିକାରୀମାନେ ଖୁବ ସହଜରେ ପଇସା ରୋଜଗାର କରିପାରୁଛନ୍ତି l

Sugyan Kumar Nayak
Sugyan Kumar Nayak
Poultry farming by Women

ଏହି ଯୋଜନାଟି ଜିଲ୍ଲା ଗ୍ରାମୀଣ ବିକାଶ ଏଜେନ୍ସି (ଡିଆରଡିଏ) ଗଞ୍ଜାମ ଅଧୀନରେ କରାଯାଉଛି l ଦେଶୀ କୁକୁଡ଼ା ଚାଷ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ପ୍ରକଳ୍ପର ନିର୍ଦ୍ଦେଶକ, ଶ୍ରୀ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ କହିଛନ୍ତି ଯେ, ଜିଲ୍ଲାର ୨,୦୦୦ ହିତାଧିକାରୀ ଏହି ପ୍ରକଳ୍ପକୁ ଗ୍ରହଣ କରିଛନ୍ତି l ପ୍ରାଥମିକ ପର୍ଯ୍ୟାୟରେ ଏଥି ନିମନ୍ତେ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ l ଦେଶୀ କିସମର କୁକୁଡ଼ାଙ୍କୁ ଉନ୍ନତ ମାନର ପୋଷଣ ପ୍ରଦାନ କରି ପାଳନ କରିବାକୁ ସେ କହିଛନ୍ତି l

ଗ୍ରାମାଞ୍ଚଳର ମହିଳାମାନେ ଘରେ ରହୁଥିବା ସମୟରେ ଏହା କରିପାରିବେ ଏବଂ ପ୍ରତି ମାସରେ ନିଶ୍ଚିତ ଭାବରେ କିଛି ପଇସା ରୋଜଗାର କରିପାରିବେ l 'ସବୁଜ ଗଞ୍ଜାମ' ନାମକ ଏକ ଅନୁବନ୍ଧିତ ସଂସ୍ଥା ସମସ୍ତ କୁକୁଡ଼ା ଛୁଆ ଏବଂ ଦାନା ଯୋଗାଇଥାଏ ଏବଂ ଛୁଆ ବଡ଼ ହୋଇଗଲେ ଏହି ସଂସ୍ଥା କୁକୁଡ଼ା ଏବଂ ଅଣ୍ଡା କିଣି ନେବ l ଯାହା ଫଳରେ କୁକୁଡ଼ା ବିକ୍ରି କରିବାକୁ ମହିଳାମାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ l

ଚମାଖଣ୍ଡି ଅଞ୍ଚଳର ମା ସନ୍ତୋଷୀ ଏସଏଚଜିର ଜନୈକ ମହିଳା ଖୁସିର ସହିତ କହିଲେ ଯେ ତାଙ୍କୁ ୧୦୦ଟି କୁକୁଡ଼ା ଚିଆଁ ପାଳିବାକୁ ଦିଆଯାଇଥିଲା l ସେ ଏଥିରୁ ଅଣ୍ଡା ବିକ୍ରି କରି ଗତ ଦୁଇ ମାସରେ ପାଖାପାଖି ୫୦୦୦ ଟଙ୍କା ରୋଜଗାର କରିଛନ୍ତି l ଛତ୍ରପୁର ଅଞ୍ଚଳର ପାର୍ବତୀ ଏସଏଚଜିର ସଦସ୍ୟାମାନେ କହିଛନ୍ତି ଯେ ସେମାନେ ଘରେ ଅଣ୍ଡା ବ୍ୟବହାର କରିବା ସହିତ ଅଣ୍ଡା ବିକ୍ରି କରି ପ୍ରତି ମାସରେ ୧୫୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି l ଏଥିପାଇଁ କେବଳ ସେମାନଙ୍କୁ କୁକୁଡ଼ାଗୁଡ଼ିକର ଯତ୍ନ ନେବାକୁ ହେଉଛି l

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଏହି ଯୋଜନା ଅଧୀନରେ ଜିଲ୍ଲା ପ୍ରଶାସନ ହିତାଧିକାରୀମାନଙ୍କୁ କୁକୁଡ଼ା ଘର ପାଇଁ ୩୯,୦୦୦ ଟଙ୍କା ମନରେଗା ପାଣ୍ଠିରୁ ପ୍ରଦାନ କରନ୍ତି ଏବଂ ଦାନା ବାବଦରେ ୬,୦୦୦  ଟଙ୍କାର ଋଣ ମଧ୍ୟ ଦିଆଯାଏ l କୁକୁଡ଼ା ଚିଆଁଗୁଡିକର ପ୍ରତିଷେଧକ ଟୀକା ବ୍ୟବସ୍ଥା ମଧ୍ୟ ପ୍ରଶାସନ କରିଥାଆନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments