1. ମତ୍ସ୍ୟ ଓ ପଶୁ ପାଳନ

ଅକ୍ସିଟୋସିନ୍ ଇଞ୍ଜେକ୍ସନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା, ଆପଣ ଜାଣନ୍ତୁ !!

ଅକ୍ସିଟୋସିନ୍ ଅର୍ଥ ପଶୁମାନଙ୍କ ଠାରୁ କ୍ଷୀର ବାହାର କରିବା ପାଇଁ ସେମାନଙ୍କୁ ଦିଆଯାଉଥିବା ଇଞ୍ଜେକ୍ସନ l ଏହା ଏକ ହରମୋନ ଅଟେ, ଯାହା ପିଟ୍ୟୁଟାରି ଗ୍ରନ୍ଥିର ଶେଷଭାଗରେ ସ୍ଥାପିତ

Sugyan Kumar Nayak
Sugyan Kumar Nayak
Oxytocin

Oxytocin

ଅକ୍ସିଟୋସିନ୍ ଅର୍ଥ ପଶୁମାନଙ୍କ ଠାରୁ କ୍ଷୀର ବାହାର କରିବା ପାଇଁ ସେମାନଙ୍କୁ ଦିଆଯାଉଥିବା ଇଞ୍ଜେକ୍ସନ l ଏହା ଏକ ହରମୋନ ଅଟେ, ଯାହା  ପିଟ୍ୟୁଟାରି ଗ୍ରନ୍ଥିର ଶେଷଭାଗରେ ସ୍ଥାପିତ ଓ ସଂଗୃହିତ ହୋଇଥାଏ । ଅକ୍ସିଟୋସିନ୍ ପ୍ରୟୋଗ କରିବା କାରଣରୁ ଗାଇଗୋରୁଙ୍କର ଗର୍ଭ ସଙ୍କୁଚିତ ହୋଇଥାଏ

ପରିଣାମ ସ୍ୱରୂପ ମୂତ୍ରାଶୟ ଛୋଟିଆ ହୋଇଥାଏ ଏବଂ ସ୍ତନରୁ କ୍ଷୀର ବାହାରିଥାଏ । ଗାଇଗୋରୁଙ୍କ କ୍ଷେତ୍ରରେ ପ୍ରସବ କରାଇବାରେ ଏହାର ଭୂମିକା ରହିଥାଏ l ଅକ୍ସିଟୋସିନର ମାତ୍ରା  ସନ୍ତୁଳିତ ହେବା ଦ୍ଵାରା ଏହା କେବଳ ସ୍ତନ୍ୟପାନ ସମୟରେ କ୍ଷୀରକୁ ସ୍ତନରୁ ଅଲଗା କରିଥାଏ ଏବଂ ପ୍ରସବ ପୀଡ଼ାକୁ ପ୍ରୋତ୍ସାହିତ କରିଥାଏ ।

ଅକ୍ସିଟୋସିନ୍ ହରମୋନର ଉପଯୋଗୀତା

ଅକ୍ସିଟୋସିନ୍ ହରମୋନକୁ ସିନ୍ଥେଟିକ ଔଷଧରେ ବ୍ୟବହାର କରାଯାଏ ଏବଂ ଏହାର ପରିଣାମ ବହୁତ ଭଲ ପ୍ରମାଣ ହୋଇଛି ।  ଅକ୍ସିଟୋସିନ୍କୁ ଶିରରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଏ କିମ୍ବା ପାଟିର ମାଢି ମାଧ୍ୟମରେ ଦିଆଯାଏ ।

  1. ଅକ୍ସିଟୋସିନ୍କୁ ଗାଈ ମାନଙ୍କର ପ୍ରସବ ସମୟରେ ରକ୍ତସ୍ରାବକୁ ରୋକିବା ପାଇଁ ଦିଆଯାଇଥାଏ । ଏହି ଔଷଧ ଦେବା ଦ୍ଵାରା ରକ୍ତସ୍ରାବ ତୁରନ୍ତ ବନ୍ଦ କରିଦେଇଥାଏ

  2. ଗର୍ଭପାତ ପରେ ଗର୍ଭାଶୟର ସଫା କରାଯାଏ , ଗର୍ଭପାତ ହେବା ଦ୍ଵାରା ଗର୍ଭାଶୟରେ କିଛିଟା ଅଂଶ ରହିଯାଇଥାଏ, ଯାହା ସଂକ୍ରମଣର କାରଣ ହୋଇଥାଏ । ତେଣୁ ଗର୍ଭାଶୟକୁ ସଫା କରିବା ପାଇଁ ଏହି ଔଷଧର ପ୍ରୟୋଗ କରାଯାଏ ।

  3. ସ୍ତନରେ କୌଣସି ପ୍ରକାରର ଅସୁବିଧାକୁ ଦୂର କରିବା ଏବଂ ସ୍ତନରୁ ଯଦି ପର୍ଯ୍ୟାପ୍ତ ମାତ୍ରାରେ କ୍ଷୀର ଝରିନଥାଏ, ତେବେ ଏହି ସବୁ ପରିସ୍ଥିତିରେ ଅକ୍ସିଟୋସିନ୍ ପ୍ରୟୋଗ ଦ୍ଵାରା ସ୍ତନରୁ କ୍ଷୀର ଝରିବାରେ ସାହାଯ୍ୟ କରିଥାଏ।

ଅକ୍ସିଟୋସିନର ହାନିକାରକ ଖରାପ ପ୍ରଭାବ

  1. ପିଲାମାନଙ୍କ ମସ୍ତିଷ୍କକୁ ଅମ୍ଳଜାନର ପ୍ରବାହ କମ୍ କରିଦେଇଥାଏ ।

  2. ଏହା ମହିଳାମାନଙ୍କ ହରମୋନ୍ ବିକାଶରେ ପ୍ରଭାବ ପକାଇଥାଏ ଯାହା ଦ୍ୱାରା ନାବାଳିକାମାନେ ଶୀଘ୍ର କିଶୋରୀ ହେଇଯାଆନ୍ତି ।

  3. ନବଜାତ ଶିଶୁମାନଙ୍କୁ ପୋଲିଓ ହେବାର କାରଣ ହୋଇଥାଏ ।

  4. ସ୍ତନ୍ୟ ପାନରେ ବ୍ୟବଧାନ ଉତ୍ପନ୍ନ କରିଥାଏ ।

  5. ହୃଦସ୍ପନ୍ଦନ ଅଧିକ କିମ୍ବା କମ୍ ହୋଇଥାଏ ଅଥବା ସାମାନ୍ୟ କରିଦେଇ ଥାଏ ।

  6. ପିଲା ଜନ୍ମ ହେବା ପରେ ଅଧିକ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ହୋଇ ଥାଏ ।

  7. ମୁଣ୍ଡବ୍ୟଥା, ଭ୍ରମ, ବାନ୍ତି ହେବା, ବେହୋସ ହେବା, ନିଶ୍ଵାସ ନେବାରେ କଷ୍ଟ ହେବା କିମ୍ବା ନିଶ୍ଵାସ ବନ୍ଦ ହେଇଯିବା ।

  8. ଉଚ୍ଚ ରକ୍ତଚାପର ପ୍ରଭାବ, ପରିଷ୍କାର ଦେଖା ନଯିବା, କାନ ସ୍ତବ୍ଧ ହୋଇଯିବା, ଚିନ୍ତା, ଭ୍ରମ ଆଉ ଛାତି ଦରଜ ହୋଇଥାଏ l ତେଣୁ ଏହାର ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ଅଟେ ।

  9. ଶରୀର ମେଟାବୋଲିକ ଉପରେ ଖରାପ ପ୍ରଭାବ ପକାଏ, ଯାହା ଦ୍ୱାରା ମଣିଷ କୋମା ଅବସ୍ଥାକୁ ଚାଲିଯାନ୍ତି ।

  10. ପ୍ରବଳ ବାନ୍ତି ହୋଇଥାଏ ।

  11. ନିଶ୍ଵାସ ପ୍ରଶ୍ଵାସର ଉପରେ ପ୍ରଭାବ ପକାଇ ଥାଏ ଏବଂ ଫୁସଫୁସ୍ ଫୁଲି ଯାଇଥାଏ ।

  12. ଭୃଣ ମଧ୍ୟ ନଷ୍ଟ ହୋଇଥାଏ 

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ