![](https://ocdn.krishijagran.com/media/3213/download.jpg)
ଜାଣନ୍ତୁ କିପରି ହେବ ଅଧିକ ଲାଭ !
କେବଳ ଗୋପାଳନ ବ୍ୟତୀତ କଣ ରହିଛି ଅନ୍ୟ ବ୍ୟବସାୟିକ ଉପାୟ ?
କୃଷି ସହ ଗୋପାଳନ ଏକ ନିଶ୍ଚିନ୍ତ ଲାଭଦାୟକ ଉଦ୍ୟୋଗ। ଏହା ଫଳରେ ଆପଣ ଫସଲ ଅମଳ କରିବା ସହ ଦୁଗ୍ଧ ଉତ୍ପାଦନ କରି ମଧ୍ୟ ବେଶ୍ ଲାଭବାନ ହୋଇପାରିବେ।ଏହା ବ୍ୟତୀତ ଗାଈ ର ଗୋବର ଫସଲ ଅମଳ ବୃଦ୍ଧି ରେ ବେଶ୍ ସାହାଯ୍ୟ କରିଥାଏ ।ତେଣୁ ଉଭୟ ସମ୍ମନିତ୍ୱ ଚାଷ ଭାବେ କାର୍ଯ୍ୟରତ।କିନ୍ତୁ ଗୋପାଳନ ରୁ କେବଳ ଦୁଗ୍ଧ ଉତ୍ପାଦନ ହୁଏ ତାହା ଭାବିବା ସମ୍ପୂର୍ଣ୍ଣ ଭୂଲ୍।ଦୁଗ୍ଧ ବ୍ୟତୀତ ଅନ୍ୟ ବହୁ ପ୍ରକାର ଉପାୟ ରହିଛି ଯାହା ଦ୍ଵାରା ଆପଣ ଲାଭବାନ ହୋଇପାରିବେ।ଆସନ୍ତୁ ଜାଣିବା କଣ ସେ ଉପାୟ !
୧)ଦେଶୀ ଗୋପାଳନ:
ହାଇବ୍ରିଡ୍ ପାଳନ ଯୁଗ ରେ ଦେଶୀ ଗୋପାଳନ ବେଶ୍ ଲାଭବାନ ହୋଇପାରିବ।ଦେଶୀ ଗାଈ ର ଦୁଗ୍ଧ ଅଧିକ ମୂଲ୍ୟ ଧାର୍ଯ୍ୟ କରିବା ସହ ଏଥିରେ ଔଷଧୀୟ ଗୁଣ ମଧ୍ୟ ବେଶ୍ ଅଧିକ ରହିଥାଏ ।ଏହା ବ୍ୟତୀତ ଦେଶୀ ଗାଈ ରେ ସୂର୍ଯ୍ୟ କେତୁ ନାଡି ନାମକ ଭେନ୍ ଥାଏ ଯାହା ସୂର୍ଯ୍ୟାଲୋକ ର ଅଧିକ ବ୍ୟବହାର କରେ ତେଣୁ ଏହି ଗାଈ ର ଉତ୍ପାଦ ଅଧିକ ଔଷଧୀୟ ହେବାର ମାନ୍ୟତା ରହିଛି
୨)ଦୁଗ୍ଧ ର ଉତ୍ପାଦ:
ଦେଶୀ ଗୋପାଳନ ରୁ ଦେଶୀ ଦୁଗ୍ଧ ର ଉତ୍ପାଦ ବିଷୟରେ ଆପଣ ନିଶ୍ଚିନ୍ତ ଜାଣିଥିବେ।ଏହାର ବଜାର ଦର ବେଶ୍ ଅଧିକ ହେବା ସହ ଏହା ବିଭିନ୍ନ ଧାର୍ମିକ କାର୍ଯ୍ୟ ରେ ମଧ୍ୟ ଅଧିକ ଲାଗିଥାଏ ।
୩) ସାର ଓ ଖତ:
ଦେଶୀ ଗାଈ ଗୋବର ରୁ ସାର ,ଖତ,ଇତ୍ୟାଦି ପ୍ରସୂତ ହୋଇଥାଏ ଯାହା ଆପଣଙ୍କ ଫସଲ ଲାଗି ବେଶ୍ ଉପକାରୀ।ଏହା ବ୍ୟତୀତ ଗୋବର ଓ ଗୋମୁତ୍ର ରୁ ରୋଗ ପୋକ ନିୟନ୍ତ୍ରଣ କରିବା ଔଷଧ ମଧ୍ୟ ପ୍ରସ୍ତୁତ ହୁଏ।ସଦ୍ୟ ଗୋବର କୁ ଗଛ ରେ ସ୍ପ୍ରେ କଲେ ଏହା ବହୁ କବକ ଜନିତ ରୋଗ ରୁ ଗଛ କୁ ସୁରକ୍ଷା ଦେଇ ଥାଏ।ଏହା ଛଡା ଆପଣ ଗୋବର ରୁ ଜିଭାମୃତ, ପଞ୍ଚଗବ୍ୟ,ଅମୃତ ଜଳ ପ୍ରସୂତ କରି ବଜାରରେ ଉପଲବ୍ଧ କରାଇ ପାରିବେ,ଏହା ମଧ୍ୟ ବେଶ୍ ଲାଭଦାୟକ
![](https://ocdn.krishijagran.com/media/3210/3-10.jpg)
୪) ବାୟୋ ଗ୍ୟାସ୍ ପ୍ଲାଣ୍ଟ:
ଗୋପାଳନ କରିଲେ ଉର୍ଜା ବା ଇନ୍ଧନ ଲାଗି ଆପଣଙ୍କୁ କେବେ ହେଲେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ନାହିଁ।ସମସ୍ତ ଗାଈ ଗୋବର କୁ ଏକତ୍ରିତ କରି ଆପଣ ଏହା ଦ୍ବାରା ଵାୟୋ ଗ୍ୟାସ୍ ପ୍ଲାଣ୍ଟ ର ସ୍ଥାପନ କରି ପାରିବେ।ଏହା ଆପଣଙ୍କୁ ଇନ୍ଧନ ସହ ଉପଯୋଗୀ ଖତ ମଧ୍ୟ ଯୋଗାଇବ|
୫)ସଦ୍ୟ ଗୋମୁତ୍ର ଉତ୍ପାଦ:
ସଦ୍ୟ ଗୋମୁତ୍ର କୁ ଭଲ ଭାବେ ଛାଣି ଏହାକୁ ଡିଷ୍ଟିଲ୍ କରାଯାଏ।ଏହା ଲାଗି ଏକ ପ୍ଲାଣ୍ଟ ର ସ୍ଥାପନ କରିବାକୁ ପଡେ ।ପରେ ଏହା ପ୍ଲାଣ୍ଟ ର ଉତ୍ପାଦ କୁ ବିଭିନ୍ନ କାର୍ଯ୍ୟ ରେ ଲଗାଯାଏ।ସଦ୍ୟ ଗୋମୁତ୍ର ଗଛ ଲାଗି ଅମୃତ ସଦୃଶ - ଏହା ରୋଗ ପୋକ ଠାରୁ ସୁରକ୍ଷା ଦେବା ସହ ବିଭିନ୍ନ ରୋଗ ରୁ ମଧ୍ୟ ଗଛ କୁ ସୁରକ୍ଷା ଦେଇଥାଏ। ଗୋମୁତ୍ର କୁ ଶରୀର ର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି,ଓଜନ ହ୍ରାସ,ଲାଗି ମଧ୍ୟ ପାନ୍ୟ କରାଯାଏ।ଏହା ଗଣ୍ଠି ବିନ୍ଧା ରୋଗ ମଧ୍ୟ ଉପଚାର କରେ।
୬)ଗୋବର କାଠ:
ଆପଣ ହୁଏତ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ହେଲେ ଗୋବର ରୁ ନିର୍ମିତ କାଠ ର ଏବେ ବଜାରରେ ବେଶ୍ ଚାହିଦା ରହିଛି,ଏହା ଶ୍ମଶାନ ରେ ,ହୋମ ଇତ୍ୟାଦି ରେ କାର୍ଯ୍ୟକାରୀ ହୋଇପାରିବ।ଏହା ସହ ଗୋବର ରୁ ଧୂପ କାଠି ମଧ୍ୟ ପ୍ରସ୍ତୁତ କରାଯାଉଛି।ଗୋବର ରୁ ଏବେ କୁଣ୍ଡ ମଧ୍ୟ ନିର୍ମାଣ କରାଯାଉଛି ଏବଂ ତହିଁରେ ଆପଣ ଗଛ ଲଗାଇପରିବେ।
![](https://ocdn.krishijagran.com/media/3214/images.jpg)
୭) ତ୍ଵଚା ର ସୁରକ୍ଷା ଲାଗି :
ଗୋଉତ୍ପାଦ ରେ ଥିବା ବିଶେଷ ଔଷଧୀୟ ଗୁଣ ହେତୁ ଏହାକୁ ବିଭିନ୍ନ ତ୍ୱଚା ଉପଚାର କରୁଥିବା ଦ୍ରବ୍ୟ ନିର୍ମାଣ ରେ କାର୍ଯ୍ୟକାରୀ କରାଯାଉଛି।ଦୁଗ୍ଧ କୁ ସାବୁନ୍ ,ପେଷ୍ଟ୍,କେଶ ଲାଗି ତୈଳ , ମୁଖ ମଣ୍ଡଳ ର ଯତ୍ନ ଲାଗି କ୍ରିମ ଇତ୍ୟାଦି ପ୍ରସ୍ତୁତ କରାଯାଉଛି।
୮)ବିଶେଷ ଔଷଧ:
ଗୌ ଉତ୍ପାଦ ରେ ବହୁ ଔଷଧୀୟ ଗୁଣ ରହିଥାଏ।ତେଣୁ ଏଥିରେ ବିଶେଷ ଔଷଧ ଯଥା ପଞ୍ଚଗବ୍ୟ,ଅମୃତ ଜଳ ଇତ୍ୟାଦି ପ୍ରସ୍ତୁତ କରାଯାଏ।ଏହାକୁ ବର୍ତ୍ତମାନ ଆୟୁଷ ଏବଂ ରାଷ୍ଟ୍ରୀୟ କାମଧେନୁ ଆୟୋଗ ମିଳିତ ଭାବେ ଉତ୍ପାଦିତ କରୁଛନ୍ତି ।
ତେଣୁ ଏହି ପରି ବିଭିନ୍ନ ଉପାୟ କୁ ଦୃଷ୍ଟି ରେ ରଖି ନିଶ୍ଚିନ୍ତ ଭାବେ ଗୋପାଳନ ଆରମ୍ଭ କରନ୍ତୁ ଏବଂ ଲାଭବାନ ହୁଅନ୍ତୁ।
Share your comments