1. ମତ୍ସ୍ୟ ଓ ପଶୁ ପାଳନ

ବନ୍ୟା ପ୍ରଭାବିତ ଅଞ୍ଚଳରେ ଗାଈଗୋରୁଙ୍କ ଯତ୍ନ ବିଷୟରେ ଆସନ୍ତୁ ଜାଣିବା

ବର୍ଷା ଋତୁରେ ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ l ଉକ୍ତ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ସମଗ୍ର ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ l ବିଶେଷକରି ବନ୍ୟାଞ୍ଚଳର ଗାଈଗୋରୁମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥାଆନ୍ତି l ଗୋପାଳକମାନେ ଏହି ସମୟରେ ବିଶେଷ କ୍ଷତି ସହିଥାଆନ୍ତି l ବନ୍ୟା ସମୟରେ ଗାଈଗୋରୁଙ୍କର ସ୍ୱତନ୍ତ୍ର ଭାବରେ ଯତ୍ନ ନେବା ପାଇଁ ଆଜି ଆମେ ଏଠାରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ବିଷୟରେ ଆଲୋଚନା କରୁଛୁ ଏବଂ ଆଶା କରୁଛୁ ଏହା ଗୋପାଳକମାନଙ୍କୁ ବିଶେଷ ସାହାଯ୍ୟ କରିବ l

Sugyan Kumar Nayak
Sugyan Kumar Nayak
Livestock in Flood Area

Livestock in Flood Area

ବର୍ଷା ଋତୁରେ ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ l ଉକ୍ତ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ସମଗ୍ର ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ l ବିଶେଷକରି ବନ୍ୟାଞ୍ଚଳର ଗାଈଗୋରୁମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥାଆନ୍ତି l ଗୋପାଳକମାନେ ଏହି ସମୟରେ ବିଶେଷ କ୍ଷତି ସହିଥାଆନ୍ତି l ବନ୍ୟା ସମୟରେ ଗାଈଗୋରୁଙ୍କର ସ୍ୱତନ୍ତ୍ର ଭାବରେ ଯତ୍ନ ନେବା ପାଇଁ ଆଜି ଆମେ ଏଠାରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ବିଷୟରେ ଆଲୋଚନା କରୁଛୁ ଏବଂ ଆଶା କରୁଛୁ ଏହା ଗୋପାଳକମାନଙ୍କୁ ବିଶେଷ ସାହାଯ୍ୟ କରିବ l

ବନ୍ୟା ସମୟରେ ମୁଖ୍ୟତଃ ପିଇବା ପାଣି ଓ ଖାଦ୍ୟର ସୁପରିଚାଳନା କରାଯିବା ନିହାତି ଜରୁରୀ । କାରଣ ଏହି ଦୁଇଟି ମାଧ୍ୟମରେ ରୋଗ ବ୍ୟାପିବାର ଅଧିକ ଆଶଙ୍କା ଥାଏ । ପାଣି ପିଇବାକୁ ଦେବା ପୂର୍ବରୁ ଉଭୟ ପାଣି ଓ ପାଣି ପାତ୍ରକୁ ବିଶୋଧିତ କରାଇନେବା ଉଚିତ। ପାଣି ପାତ୍ରକୁ ପାଉଁଶରେ ମାଜି ସଫା କରାଯାଇପାରିବ ଓ ପାଣି ବିଶୋଧନ ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଯଥା ବ୍ଲିଚିଙ୍ଗ ପାଉଡର, ଚୂନ ପାଉଡର, ଫିଟିକିରି ପାଉଡର, କ୍ଲୋରିନ୍ ବଟିକା, ହାଲୋଜିନ୍ ବଟିକା ଆଦି ବ୍ୟବହାର କରାଯାଇଥାଏ । ଏହାର ମାତ୍ରା ବ୍ୟବହାର ହେବାକୁ ଥିବା ଜଳର ଗୁଣାତ୍ମକ ମୂଲ୍ୟ, ରାସାୟନିକ ଉପାଦାନର ମାତ୍ରା ଓ ପ୍ରକ୍ରିୟାକରଣ ଉପରେ ନିର୍ଭର କରିଥାଏ । ଅନୁମାନ ହିସାବରେ ଗୋଟିଏ ବାଲଟି ପାଣିରେ ୫ରୁ ୭ଟି କ୍ଲୋରିନ୍ ବା ହାଲୋଜେନ୍ ବଟିକା ବା ୪୫ ରୁ ୬୦ ଗ୍ରାମ୍ ଚୂନ ପାଉଡର ବା ୧୦୦ ଗ୍ରାମ୍ ଫିଟିକିରି ପାଉଡର ବା ୫ ରୁ ୧୦ ଗ୍ରାମ୍ ବ୍ଲିଚିଂ ପାଉଡର ପକାଇ ବିଶୋଧିତ କରାଇନେବା ଆବଶ୍ୟକ । ପାଣିକୁ ଫୁଟାଇବା ପରେ ଛାଣି ପିଇବାକୁ ଦିଆଯାଇପାରିବ । ଗଭୀର ନଳକୂପର ପରିଷ୍କାର ପାଣି ମଧ୍ୟ ପାନୀୟ ଜଳ ହିସାବରେ ବ୍ୟବହାର କରାଯାଇପାରିବ ।

ସାଧାରଣତଃ ବନ୍ୟା ପୂର୍ବରୁ ଥିବା ଶୁଖିଲା ଖାଦ୍ୟ, ଘାସ, ନଡ଼ା, ପରିବା ଚୋପା ଆଦି ବନ୍ୟା ସମୟରେ ଖାଇବାକୁ ଦିଆଯାଇଥାଏ । ବର୍ଷା ପାଣି ଯୋଗୁଁ ସାଇତି ରଖିଥିବା ଖାଦ୍ୟ ପଦାର୍ଥରେ ଫିମ୍ପି ଲାଗି ଯାଇଥିଲେ ତାହା ଖାଇବାକୁ ଦେବା ଅନୁଚିତ୍ । ଏହାକୁ ଖାଇବା ଫଳରେ ତରଳ ଝାଡ଼ା ହୋଇଥାଏ । ଘାସକୁ କାଟି ଛୋଟ ଛୋଟ କରି ଖାଇବାକୁ ଦିଅନ୍ତୁ । ଘାସ ଖାଇବାକୁ ଦେବାବେଳେ ସେଥିରୁ ଅନାବନା ଓ ଖାଦ୍ୟ ଅନୁପଯୋଗୀ ଘାସ ବାଛି ଦିଅନ୍ତୁ । ଓଦା ବା ଫିମ୍ପି ହୋଇଯାଇଥିବା ତଥା ବାସି ବା ରନ୍ଧା ଖାଦ୍ୟ ଖାଇବାକୁ ନ ଦେବା ଭଲ ।  ସତେଜ ଏବଂ ଭଲ ଦାନାକୁ ସାଇତି ରଖି ଅଳ୍ପ ଅଳ୍ପ କରି ଖାଇବାକୁ ଦେବା ଦିଅନ୍ତୁ ।

ବନ୍ୟା ସମୟରେ ପ୍ରାଣୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯିବା ଫଳରେ ବିଭିନ୍ନ ରୋଗ ଯଥା ସାହାଣା, ବଜବଜିଆ, ଅଢେଇଦିନିଆ  ଜ୍ୱର, ଫାଟୁଆ, ଗୋମଡ଼କ, ଥନହରା, କାଶ, ଗଳାଫୁଲା ଆଦି ଦେଖାଯାଇଥାଏ । କୃମି ଓ ଟିଙ୍କଜନିତ ସଂକ୍ରାମକ ରୋଗ ମୁଖ୍ୟତଃ ଗୋପାଳକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥାଏ। ପାଣି ଜମି ରହିବା ଫଳରେ କୃମିମାନଙ୍କ ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ବର୍ଷାଦିନରେ ସନ୍ତସନ୍ତିଆ ସ୍ଥାନ କୃମିଙ୍କ ଅଣ୍ଡାରୁ ଲାର୍ଭାରେ ପରିଣତ ହେବା ସହିତ ଘାସ ପତ୍ରରେ ବା ଜଳର ଉପର ସ୍ତରରେ ଲାଗି ରହିଥାନ୍ତି । ପ୍ରାଣୀଟି ସେଇ ଘାସ ଖାଇବା, ମାଟି ଚାଟିବା, ଚାରଣ ଭୂଇଁରେ ଖାଇବା ବା ପାଣି ପିଇବା ଦ୍ଵାରା କୃମି ଶରୀରରେ ପ୍ରବେଶ କରିଥାନ୍ତି । କୃମି ମୁକ୍ତ କରିବା ପାଇଁ କୃମି ନାଶକ ଔଷଧ ଖାଇବାକୁ ଦିଅନ୍ତୁ । ତରଳ ଝାଡା ହେଉଥଲେ ହଠାତ୍ କୃମି ଔଷଧ ଦିଅନ୍ତୁ ନାହିଁ । ବନ୍ୟା ସମୟରେ କୌଣସି ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଖାଇବାକୁ ଦିଅନ୍ତୁ । ନିମପତ୍ର, ହଳଦୀ ପାଉଡର୍ ଓ ତୁଳସୀ ପତ୍ର ଦିନକୁ ଦୁଇଥର କରି ସାତଦିନ ଯାଏ ଖାଇବାକୁ ଦେବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ କୃମି ନାଶକ ହିସାବରେ ମଧ୍ୟ କାମ କରିଥାଏ । ବନ୍ୟା ପୂର୍ବରୁ ଟିକାକରଣ କରି ନ ଥିଲେ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରି ଶୀଘ୍ର ଟିକା ଦେଇଦିଅନ୍ତୁ । ପ୍ରାଣୀ ଚିକିତ୍ସା ଶିବିରର ଲାଭ ନିଅନ୍ତୁ । ବନ୍ୟା ସମୟରେ କିଛି ରୋଗ ପ୍ରାଣୀଙ୍କ ଠାରୁ ମଣିଷଙ୍କୁ ବ୍ୟାପି ମହାମାରିର ରୂପ ନେଇଥାଏ। ତେଣୁ ଏ ସବୁ ବିଷୟରେ ସଚେତନ ହେବା ନିହାତି ଦରକାର ।

ବନ୍ୟାର ଭୟାବହତା ସମୟ ସମୟରେ ମହାମାରିର ରୂପ ନେବା ସହିତ ଅପମୃତ୍ୟୁର ମଧ୍ୟ କାରଣ ହୋଇଥାଏ । ପ୍ରାଣୀ ମୃତଦେହଗୁଡିକୁ ଏଣେ ତେଣେ ନ ପକାଇ ଏକ ଗଭୀର ଗାତ କରି ପୋତି ଦେବାର ବ୍ୟବସ୍ଥା କରନ୍ତୁ । ଗାତଟିକୁ ମାଟିଦେଇ ବନ୍ଦ କରିବା ପୂର୍ବରୁ ୨ ଇଞ୍ଚ ବହଳର ମୋଟା ଚୁନ ଧାର ପକାନ୍ତୁ । ଗାତ କରୁଥିବା ଜାଗାଟି ଏକ ଉଚ୍ଚା ସ୍ଥାନରେ ହେବା ନିହାତି ଦରକାର ଯେମିତି ଗାତ ଭିତରେ ବନ୍ୟା ପାଣି ପ୍ରବେଶ କରିପାରୁନଥିବ । ପ୍ରାଣୀର ଆକାରକୁ ନେଇ ଗାତର ମାପ ଅନୁମାନ କରନ୍ତୁ । ଗାତର ଗଭୀରତା ୪ରୁ ୫ ଫୁଟ୍ ହେବା ଦରକାର । ଗୋ-ମୃତ୍ର ଓ ମଳକୁ ପରିଷ୍କାର ଭାବରେ ନିଷ୍କାସିତ ହେବାର ବ୍ୟବସ୍ଥା କରନ୍ତୁ । ବନ୍ୟା ସମୟରେ ପାଣିର ଉଚ୍ଚତା ବୃଦ୍ଧି ହେତୁ ବିଭିନ୍ନ କୀଟ, ଜନ୍ତୁ ଓ ସରୀସୃପ ଉପରକୁ ଉଠି ଆସିଥାନ୍ତି । ସେମାନେ ଆଶ୍ରା ପାଇଁ ଗୁହାଳ ଭିତରକୁ ପଶି ଆସି ଗୋରୁଙ୍କ ଶରୀରରେ କ୍ଷତ ସୃଷ୍ଟି କରିଥାନ୍ତି । ବେଳେବେଳେ ଏହା ବିଷକ୍ରିୟା ଜନିତ ଆଘାତ ହେବା ଫଳରେ ଜୀବନ ହାନି ଘଟିଥାଏ, ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।

ବନ୍ୟା ପରର ସଚେତନତା

ବନ୍ୟା ପାଣି ଛାଡ଼ି ଗଲାପରେ ପଚା ଘାସ, ଅପରିଷ୍କାର ମାଟି ଓ ଅନ୍ୟାନ୍ୟ ବସ୍ତୁମାନ ଚାରଣ ଭୂମି ଉପରେ ମାଡ଼ି ଯାଇଥାଏ। ତେଣୁ ବନ୍ୟାର ଛାଡିବାର ୧୦ରୁ ୧୫ ଦିନ ଯାଏ ଗୋରୁଙ୍କୁ ବାହାରକୁ ଚରିବାକୁ ନ ଛାଡ଼ିବା ଭଲ। ପାଣି ବୁଡ଼ି ରହିଥିବା ଘାସ ବୁଦା ଅଞ୍ଚଳରେ ଗେଣ୍ଡାଙ୍କ ସଂଖ୍ୟା ବୃଦ୍ଧି ଘଟି କେତେକ କଲିଜା କୃମିଙ୍କ ବଂଶ ବୃଦ୍ଧିରେ ସହାୟକ ହୋଇଥାନ୍ତି । ପାଣି ଛାଡିଗଲା ପରେ ନୂଆ ଘାସ କଅଁଳିବା ପରେ ଚରିବାକୁ ଗଲେ କିଛି ଅସୁବିଧା ନାହିଁ । ଗୁହାଳର ଭିତର ଚାରି କାନ୍ଥ ଚୁନ ରଙ୍ଗ ଓ ବାହାର କାନ୍ଥ ଡିଡିଟି ସ୍ପ୍ରେ କରନ୍ତୁ । ମଶା, ମାଛି, ଡାଆଁଶ ନିରାକରଣ ପାଇଁ ଧୂଆଁ ଦିଅନ୍ତୁ । ପିଇବା ପାଣିକୁ ବିଶୋଧିତ କରି ବ୍ୟବହାର କରନ୍ତୁ । ଭିଟାମିନ୍ ପାଉଡର, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ କୃମିନାଶକ ଔଷଧ ଖୁଆଇବାର ବ୍ୟବସ୍ଥା କରନ୍ତୁ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments