1. ମତ୍ସ୍ୟ ଓ ପଶୁ ପାଳନ

ଆସନ୍ତୁ ଜାଣିବା ବ୍ୟବସାୟିକ ଭିତିରେ ଘୁଷୁରି ପାଳନ ବିଷୟରେ !!

ଗାଈ ମଇଁଷି ପାଳିବା ଅପେକ୍ଷା ଘୁଷୁରି ପାଳନରେ ଖର୍ଚ୍ଚ ଅତ୍ୟନ୍ତ କମ ହୋଇଥାଏ ଏବଂ ଲାଭ ଅଧିକ ହୋଇଥାଏ । ଏହାର ମାଂସ ଅତ୍ୟନ୍ତ ପୃଷ୍ଟିକର ଅଟେ l ଏହି କାରଣ ଯୋଗୁଁ ଏହାର ଆବଶ୍ୟକତା କେବଳ ଦେଶରେ ନୁହଁ ବିଦେଶରେ ମଧ୍ୟ ଚାହିଦା ଅଧିକ ଥାଏ । ଚୀନ, ରୁଷିଆ, ଆମେରିକା, ବ୍ରାଜିଲ ଓ ଜର୍ମାନୀ ଆଦି ଦେଶମାନଙ୍କରେ ଘୁଷୁରି ପାଳନ ଅଧିକ ପରିମାଣରେ କରାଯାଏ l

Sugyan Kumar Nayak
Sugyan Kumar Nayak
Pig Farming

Pig Farming

ଗାଈ ମଇଁଷି ପାଳିବା ଅପେକ୍ଷା ଘୁଷୁରି ପାଳନରେ ଖର୍ଚ୍ଚ ଅତ୍ୟନ୍ତ କମ ହୋଇଥାଏ ଏବଂ ଲାଭ ଅଧିକ ହୋଇଥାଏ । ଏହାର ମାଂସ ଅତ୍ୟନ୍ତ ପୃଷ୍ଟିକର ଅଟେ l ଏହି କାରଣ ଯୋଗୁଁ ଏହାର ଆବଶ୍ୟକତା କେବଳ ଦେଶରେ ନୁହଁ ବିଦେଶରେ ମଧ୍ୟ ଚାହିଦା ଅଧିକ ଥାଏ । ଚୀନ, ରୁଷିଆ, ଆମେରିକା, ବ୍ରାଜିଲ ଓ ଜର୍ମାନୀ ଆଦି ଦେଶମାନଙ୍କରେ ଘୁଷୁରି ପାଳନ ଅଧିକ ପରିମାଣରେ କରାଯାଏ l ଭାରତର ଉତ୍ତରପ୍ରଦେଶ, ଆସାମ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ହରିୟାଣା, ଗୁଜରାଟ, ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡ଼ିଶା ଆଦି ରାଜ୍ୟମାନଙ୍କରେ ଘୁଷୁରି ପାଳନ ବଡ ପରିମାଣରେ ଏବେ କରାଯାଉଛି । କିନ୍ତୁ, ବ୍ୟବସାୟିକ ଭିତିରେ ଘୁଷୁରିପାଳନ କରାଯାଉଥିବାର ବହୁତ କାମ ଲକ୍ଷ୍ୟ କରାଯାଉଛି l ଆସନ୍ତୁ ଜାଣିବା ବ୍ୟବସାୟିକ ଭିତିରେ ଘୁଷୁରିପାଳନ ବିଷୟରେ କିଛି ବିଶେଷ କଥା ।

ଘୁଷୁରି ପାଳନ ପାଇଁ ଉପଯୁକ୍ତ ସ୍ଥାନ

ଭାରତରେ ବ୍ୟବସାୟିକ ଭିତିରେ ଘୁଷୁରିପାଳନ ବହୁତ କମ କରନ୍ତି, ତେଣୁ ଲାଭ ବି ବହୁତ ଅଳ୍ପ ଆସିଥାଏ । ଏଥିପାଇଁ ବ୍ୟବସାୟିକ ଭିତିରେ ଘୁଷୁରିପାଳନ ପାଇଁ ଉପଯୁକ୍ତ ଜମିର ଚୟନ କରିବା ବହୁତ ଜରୁରୀ ହୋଇଥାଏ । ଆସନ୍ତୁ ଜାଣିବା ଘୁଷୁରିପାଳନ ପାଇଁ ଜମି ବାଛିଲା ବେଳେ କେଉଁ କଥାଗୁଡିକୁ ଧ୍ୟାନରେ ରଖିବା ଉଚିତ। 

  • ଘୁଷୁରିପାଳନ ପାଇଁ ଏପରି ଜାଗା ଚୟନ କରିବା ଉଚିତ ଯେଉଁ ଠାରେ ଅଧିକା ଗହଳି କିମ୍ବା ଶବ୍ଦ ହେଉନଥିବ ।

  • ଭଲ ପାନୀୟ ଜଳର ସୁବିଧା ଥିବ, ତେଣୁ ଫାର୍ମ ପାଖରେ ବୋରିଙ୍ଗ କିମ୍ବା ପାନୀୟ ଜଳର ଅନ୍ୟାନ୍ୟ ସୁବିଧା ରହିବା ଦରକାର l

  • ଗ୍ରାମୀଣ ଜାଗାରେ ଯଦି ଘୁଷୁରିପାଳନ ପାଇଁ ଜାଗା କିଣୁଛନ୍ତି ତେବେ ଅନେକ କଥାର ଧ୍ୟାନ ରଖିବା ଉଚିତ ।

  • ସାଧନଗୁଡିକ ନେବା ଆଣିବା ପାଇଁ ସଡ଼କର ସଂଯୋଗ ରହିବା ଉଚିତ।

  • ଟୀକା ଔଷଧ ପାଇଁ ଚିକିତ୍ସକ ଉପଲବ୍ଧ ରହିବା ଉଚିତ ।

  • ନିକଟରେ କୌଣସି ସହର କି ବଜାର ରହିବା ଦରକାର ଯେଉଁଠି ଏମାନଙ୍କର ମାଂସ ଯୋଗାଣ କରାଯାଉଥିବ ।

ଘୁଷୁରି ପାଳନ ପାଇଁ ଚାରା

ଘୁଷୁରିମାନଙ୍କୁ ଯଅ, ମକା, ଗହମ, ଚାଉଳ, ବାଜରା ଆଦି ଖାଇବାକୁ ଦେଇପାରିବେ । ଏସବୁ ଅପେକ୍ଷା ଏମାନଙ୍କୁ ପ୍ରୋଟିନ ସପ୍ଲିମେଣ୍ଟ ପାଇଁ ମୀଟ ମୀଲ ତଥା ଫିଶ ମୀଲକୁ ଏମାନଙ୍କ ଖାଦ୍ୟରେ ମିଶାଇ ଖାଇବାକୁ ଦେଇପାରିବେ ।

ଘୁଷୁରି ପାଳନ ଦ୍ଵାରା ରୋଜଗାର

ଯଦି ଆପଣ ବ୍ୟବସାୟିକ ଭିତିରେ ଘୁଷୁରିପାଳନ କରିବାକୁ ଚାହୁଁଛନ୍ତି ତେବେ ୧୦+୧ ର ସୂତ୍ର ଆପଣେଇବା ଉଚିତ ।  ଏହାର ଅର୍ଥ ହେଉଛି ୧୦ ମା ଘୁଷୁରି ପାଇଁ ୧ଟି ପୁରୁଷ ଘୁଷୁରି ପାଳନ କରନ୍ତୁ। ବିଦେଶୀ ପ୍ରଜାତିର ଘୁଷୁରି ୧୬ ମାସରେ ଛୁଆ ଜନ୍ମ କରନ୍ତି ଓ ଥରକରେ ୮ ରୁ ୧୨ ଟି ଛୁଆ ଜନ୍ମ ଦେଇପାରନ୍ତି । ଯଦି ୧୦ଟି ମା ଘୁଷୁରି ଆପଣଙ୍କ ପାଖରେ ଅଛନ୍ତି ଆଉ ପ୍ରତ୍ୟେକ ଯଦି ୮ ରୁ ୧୦ ଟି ଛୁଆ ଜନ୍ମ ଦିଅନ୍ତି ତେବେ ୧୬ ମାସରେ ୧୬୦ ରୁ ୨୦୦ ଛୁଆ ଜନ୍ମ ଦେଇ ପାରିବେ । ଗୋଟିଏ ଘୁଷୁରି ୧୦ ରୁ ୧୫ ହଜାରରେ ବିକ୍ରି ହୋଇଥାଏ l ସେହି ତୁଳନା ଅନୁସାରେ ସମସ୍ତ ଖର୍ଚ୍ଚ ଯାଇ ବର୍ଷକୁ ୮ ରୁ ୧୨ ଲକ୍ଷ ଟଙ୍କା ରୋଜଗାର ହେଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ