1. ମତ୍ସ୍ୟ ଓ ପଶୁ ପାଳନ

ସରକାରଙ୍କ ବଡ଼ ନିଷ୍ପତ୍ତି: ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା

ମାଛ ଚାଷୀଙ୍କ ପାଇଁ ଖୁସି ଖବର l ମିଳିବ ଜୀବିକା ସହାୟତା.....!

Tanushree Mahapatra
Tanushree Mahapatra
Livelihood support to marine fishermen

Livelihood support to marine fishermen

ଓଡ଼ିଶା ରାଜ୍ୟ ସରକାର ବିଭିନ୍ନ ସମୟରେ ଚାଷୀଙ୍କ ପାଇଁ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ବିହନ ଠାରୁ ଆରମ୍ଭ କରି ସବସିଡି ସବୁକିଛି ଦେଉଛନ୍ତି ସରକାର l ମାଗଣା ଋଣ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି ସରକାର l ମହିଳା ଚାଷୀଙ୍କ ଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସବୁକିଛି କୃଷିକାର୍ଯ୍ୟ ସହିତ ଜଡିତ ସମସ୍ତ ସୁବିଧା ପ୍ରଦାନ କରିଛନ୍ତି l ତେବେ ଗତକାଲି ଏହିପରି ଆଉ ଏକ ଖୁସି ଖବର ଦେଇଛନ୍ତି ରାଜ୍ୟର ମତ୍ସ୍ୟଚାଷୀଙ୍କ ପାଇଁ l

ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ଲାଗୁ ହୋଇଥିବା ନିଷେଧାଦେଶ ଲଗାଯାଇଥିଲା l ସମୟ ସମୟରେ ଜୀବିକା ସୁଦୃଢ଼ କରିବା ପାଇଁ ‘ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ମାଛ ଧରା ନିଷେଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ଜୀବିକା ସହାୟତା’ ଯୋଜନା ଅଧୀନରେ ସହାୟତା ପ୍ରଦାନ କରିଛନ୍ତି । ମତ୍ସ୍ୟଜୀବୀ ପରିବାରମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିବା କୁହାଯାଇଛି l ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୧୫,୦୩୭ ମତ୍ସ୍ୟଜୀବୀ ପରିବାରଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଥବା କୁହାଯାଇଛି । ରାଜ୍ୟରେ ଥିବା ମତ୍ସ୍ୟଚାଷୀ ପରିବାର ଏଥିପାଇଁ ରାଜ୍ୟସରକାରଙ୍କ ଧନ୍ୟବାଦ ଅର୍ପଣ କରିଛନ୍ତି l ଚାଷୀକୁଳଙ୍କ ପାଇଁ ଏହା ଏକ ବଡ଼ ଖବର l

ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ମୋଟ ୧୫ ହଜାର ୩୭ଟି ମତ୍ସ୍ୟଜୀବୀ ପରିବାରକୁ ୧୫ ହଜାର ଟଙ୍କା ହିସାବରେ ୨୨ କୋଟି ୫୫ ଲକ୍ଷ ୫୫ ହଜାର ଟଙ୍କା ଜୀବିକା ସହାୟତା ପ୍ରଦାନ କରିଥିଲେ ଗତକାଲି । ଏଥିରେ ଜଗତସିଂହପୁରରୁ ୪୨୩ ମତ୍ସ୍ୟଚାଷୀ, କେନ୍ଦ୍ରାପଡ଼ାରୁ ୬,୭୭୩ ମତ୍ସ୍ୟଚାଷୀ, ପୁରୀରୁ ୩,୪୫୦, ଗଞ୍ଜାମରୁ ୩୬୩୮ ମତ୍ସ୍ୟଚାଷୀ ଓ ଭଦ୍ରକ ଜିଲ୍ଲାର ୭୫୩ ମତ୍ସ୍ୟଚାଷୀ ପରିବାର ଅଲିଭ ରିଡଲେ କଇଁଛ ସଂରକ୍ଷଣ ପାଇଁ ମାଛ ଧରା କଟକଣା ଯୋଗୁଁ ପ୍ରଭାବିତ ହୋଇଥିଲେ । ଗତକାଲି ଏହାର ଫଳ ଦେଇଛନ୍ତି ଚାଷୀଙ୍କୁ l

ଗତକାଲି କୃଷି ଭବନଠାରେ ଆୟୋଜିତ ହୋଇଥିବା ସଭାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ସୂଚନା ଦେଇଛନ୍ତି  l   ମାଛ ଧରିବା ନିଷେଧ ସମୟରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସେମାନଙ୍କ ଜୀବିକା ସୁଦୃଢ଼ କରିବା ନିମନ୍ତେ  ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ସରକାର ମାଛ ଧରା ନିଷେଧ ଅବଧିରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା ପ୍ରଦାନ ଯୋଜନା ଆରମ୍ଭ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂତନ ପଦକ୍ଷେପ l ଯାହା ରାଜ୍ୟର ଚାଷୀକୁଳଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l

ସେ ଆୟୋଜିତ ସଭାରେ କହିଛନ୍ତି, ବିଭିନ୍ନ ମଞ୍ଚରେ ମତ୍ସ୍ୟଜୀବୀଙ୍କ ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୟ ସମୟରେ ଜୀବିକା ସହାୟତା ବୃଦ୍ଧି କରୁଛନ୍ତି । ସୂଚନା ଅନୁଯାୟୀ , ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ରାଶିକୁ ୭୫୦୦/- ଟଙ୍କାକୁ ବୃଦ୍ଧି କରାଯାଇଥିଲା । ସେହିପରି ଗତ ବର୍ଷ ଏହି ରାଶିକୁ ପୁଣି ଥରେ ୧୫,୦୦୦/- ଟଙ୍କାକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଅନ୍ୟପଟେ ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ୧୫, ୦୩୭ ମତ୍ସ୍ୟଜୀବୀ ପରିବାରଙ୍କ ମଧ୍ୟରୁ ୭୫୩ ଟି କ୍ଷତିଗ୍ରସ୍ତ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା କୁହାଯାଇଛି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments