1. ମତ୍ସ୍ୟ ଓ ପଶୁ ପାଳନ

ବର୍ଷା ଋତୁରେ ମାଛ ପୋଖରୀର ଯତ୍ନ

ପ୍ରଚଣ୍ଡ ଗ୍ରୀଷ୍ମ ପରେ ଏବେ ଧୀରେ ଧୀରେ ବର୍ଷା ହେବାର ଦେଖାଯାଉଛି ଲ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସୁଛି ଲ ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟିକ ଭିତିରେ ମାଛ ଚାଷ କରୁଥିବା ଚାଷୀଭାଇମାନେ ନିଜ ନିଜର ପୋଖରୀଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ଦରକାର l ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନର ପ୍ରଭାବ କୃଷିଉପରେ ପଡ଼ୁଥିବା ଦେଖାଯାଉଛି । ଅସ୍ୱାଭାବିକ ବର୍ଷା ଓ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ମାଛ ଉତ୍ପାଦନ ଉପରେ ଖୁବ ପ୍ରଭାବ ପକାଉଛି । ବିଶେଷ କରି ମାଛ ଚାଷୀମାନେ ଏ ଦିଗରେ ଅନେକ ପ୍ରଭାବିତ ହେଉଛନ୍ତି । ମାଛ ଚାଷ କରୁଥିବା ଚାଷୀଭାଇମାନେ ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ ଯାହା ଦ୍ୱାରା ସେମାନେ ଲାଭବାନ ହେବା ସଙ୍ଗେ ସଙ୍ଗେ ଉପଯୁକ୍ତ ପରିମାଣର ମାଛ ଉତ୍ପାଦନ କରିପାରିବେ l

Sugyan Kumar Nayak
Sugyan Kumar Nayak
Maintenance of fish pond in Rainy season

ଚାଷୀ ଭାଈମାନେ ବର୍ଷା ଋତୁ ଆରମ୍ଭ ପୂର୍ବରୁ ପୋଖରୀ ପ୍ରସ୍ତୁତି କାମ ସାରିଦିଅନ୍ତୁ l ଯାହା ଫଳରେ ଆଗାମୀ ବର୍ଷା ଋତୁରେ ଜଳାଶୟରେ ଜଳ ସଞ୍ଚୟ ପାଇଁ କୌଣସି ସମସ୍ୟା ରହିବ ନାହିଁ l ଯଦି ପୋଖରୀରେ ଜଳ ଭରିବା ପାଇଁ ଅନ୍ୟ କୌଣସି ଉତ୍ସ ରହିଛି ତେବେ ପୋଖରୀରେ ଜଳ ପୂର୍ଣ୍ଣ କରି ରଖନ୍ତୁ l ଯେଉଁ ପରାମର୍ଶ ନିମ୍ନରେ ଦିଆଯାଇଛି ସେହି ଅନୁସାରେ ପୋଖରୀରେ ଉନ୍ନତ ଓ ରୋଗମୁକ୍ତ ଯାଆଁଳ ଛାଡ଼ନ୍ତୁ ଏବଂ ଉପଯୁକ୍ତ ମାତ୍ରାର ଖାଦ୍ୟ ଏବଂ ଔଷଧ ପ୍ରୟୋଗ କରନ୍ତୁ l

ଜୁନ୍‌ ଓ ଜୁଲାଇ ମାସ ସୁଦ୍ଧା ଚାଷୀମାନେ ପଙ୍କୋଦ୍ଧାର କରିଦିଅନ୍ତୁ, ଦଳ ପରିଷ୍କାର କରନ୍ତୁ, ଅଜାତିଆ ମାଛକୁ ବାହାର କରିଦିଅନ୍ତୁ l ପୋଖରୀରେ ଚୂନ ପ୍ରୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଚୂନର ଭୂମିକା ମାଛ ଚାଷ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ପାଣିର ଅମ୍ଳତ୍ୱ ନଷ୍ଟ କରି କ୍ଷାରତ୍ୱ ବଢ଼ାଇବାରେ ସାହାଯ୍ୟ କରେ l ମାଛ ଚାଷ ପାଇଁ କ୍ଷାରୀୟ ଜଳ (ପି.ଏଚ୍‌. ୭.୮-୮.୫) ଅତ୍ୟନ୍ତ ଉପଯୋଗୀ । ଏହା ମାଟି ଓ ପାଣିର ଅମ୍ଳତାକୁ ନଷ୍ଟ କରିବା ସହ ମାଛର କାତି, ଅସ୍ଥି ଓ ଚିଙ୍ଗୁଡ଼ିର ଖୋଳପା ଗଠନରେ ସାହାଯ୍ୟ କରିଥାଏ । ପୋଖରୀର ନିମ୍ନ ସ୍ତରରେ ଥିବା ପଚାସଢ଼ା ଜୈବିକ ବସ୍ତୁର ବିଜାରଣ ଘଟାଏ । ମାଛମାନଙ୍କର ରୋଗ ନିରାକରଣ ଶକ୍ତି ବଢ଼ାଇବା ସହ ପ୍ରାକୃତିକ ଖାଦ୍ୟ ଉପତ୍ପାଦନରେ ସାହାଯ୍ୟ କରେ । ମୋଟାମୋଟି ଭାବରେ ଏକର ପିଛା ୧୦୦-୨୦୦ କି.ଗ୍ରା. ଚୂନ ପ୍ରୟୋଗ କରିବାକୁ ପଡ଼ିଥାଏ । ୨୦୦ କି.ଗ୍ରା. ଚୂନ ଆବଶ୍ୟକ ହେଉଥିବା ପୋଖରୀରେ ପ୍ରାରମ୍ଭିକ ସ୍ତରରେ ୧୦୦କି.ଗ୍ରା. ଓ ବଳକା ୧୦୦ କି.ଗ୍ରା. ଚୂନକୁ ପ୍ରତିମାସରେ ୧୦ କି.ଗ୍ରା. ହିସାବରେ ଦଶ ମାସରେ ପ୍ରୟୋଗ କରାଗଲେ, ବର୍ଷଯାକ ଜଳର ମାନ ରକ୍ଷା ହୋଇଥାଏ l ଚୂନ ପ୍ରୟୋଗର ଏକ ସପ୍ତାହ ପରେ ଜୈବିକ ସାର ପ୍ରୟୋଗର ଆବଶ୍ୟକତା ରହିଛି l ପ୍ରାରମ୍ଭିକ ସ୍ତରରେ ଏକର ପିଛା ୨୫୦୦ କି.ଗ୍ରା. କଞ୍ଚା ଗୋବର ପ୍ରୟୋଗ କରିବା ସହ ପରବର୍ତ୍ତୀ ୧୦ ମାସ ପାଇଁ ମାସିକ ୨୫୦ କି.ଗ୍ରା. ଲେଖାଏଁ ଗୋବର ପ୍ରୟୋଗ କରନ୍ତୁ l ଏମିତି କରିବା ଦ୍ୱାରା ବର୍ଷଯାକ ପୋଖରୀ ଜଳର ଉର୍ବରତା ଅକ୍ଷୁର୍ଣ୍ଣ ରୁହେ । ଜୈବିକ ଖତ ବା କଞ୍ଚା ଗୋବର ବ୍ୟତୀତ ଯବକ୍ଷାରଜାନ ଓ ଫସଫରସର ମଧ୍ୟ ଆବଶ୍ୟକତା ରହିଛି । ସେଥିପାଇଁ ଏକର ପିଛା ପ୍ରାରମ୍ଭିକ ସ୍ତରରେ ୪୦ କି.ଗ୍ରା. ୟୁରିଆ ଓ ୪୦ କି.ଗ୍ରା. ସିଙ୍ଗଲ୍ ସୁପର୍ ଫସଫେଟର ଦ୍ରବୀଭୂତ ଦ୍ରବଣକୁ ପୋଖରୀ ଜଳରେ ମିଶାଯାଇଥାଏ । ଏହା ପରେ ପ୍ରତିମାସରେ ୪ କି.ଗ୍ରା. ୟୁରିଆ ଓ ୪ କି.ଗ୍ରା. ଏସ୍.ଏସ୍.ପି. ୧୦ ମାସ ପର୍ଯ୍ୟନ୍ତ ପୋଖରୀରେ ପ୍ରୟୋଗ କରିବାକୁ ପଡ଼ିବ । ଖତ ସାର ପଡ଼ିବାର ଏକ ସପ୍ତାହ ପରେ ପୋଖରୀ ଯାଆଁଳ ଛାଡ଼ିବାକୁ ପ୍ରସ୍ତୁତ ହୋଇଥାଏ । ପୋଖରୀରେ ଆବଶ୍ୟକ ମୁତାବକ ସୁସ୍ଥ ଏବଂ ବିଶୁଦ୍ଧ ଜାଆଁଳ ଛାଡ଼ନ୍ତୁ l ସାଧାରଣତଃ ଏକର ପିଛା ୨୦୦୦ଟି ବଡ଼ ଯାଆଁଳ ଛଡ଼ାଗଲେ ଏହା ଭଲ ବୃଦ୍ଧି ହୋଇଥାଏ । ଏହି ସବୁ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦେଇ ପୋଖରୀର ଯତ୍ନ ନେଲେ ନିଶ୍ଚିତ ଭାବରେ ମାଛଚାଷୀ ମାନେ ଲାଭବାନ ହୋଇପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments