1. ମତ୍ସ୍ୟ ଓ ପଶୁ ପାଳନ

ଚାଲନ୍ତୁ ବୁଲି ଆସିବା ଚିଲିକା !

ଚାଲନ୍ତୁ ବୁଲି ଆସିବା ଚିଲିକା !

KJ Staff
KJ Staff

ରବି ଋତୁ ର ଆଗମନ ରେ କେଉଁ ଦୂର ଦୁରନ୍ତ ରୁ ବିହଙ୍ଗ ମାନେ ଆସି ଚିଲିକା ରେ ଆଶ୍ରୟ ନେଇଛନ୍ତି |ଅତ୍ୟଧିକ ଶୀତ ରୁ ସୁରକ୍ଷା ପାଇଁ ନିୟନ୍ତ୍ରିତ ପାଣିପାଗ ରେ କିଛି ଦିନ ଅତିବାହିତ କରିବା ସହ ପ୍ରଜନନ କରି ଅଣ୍ଡା ଦେବା ପରେ ,ସମସ୍ତ ପରିବାର ବର୍ଗ ସହ ପୁନର୍ବାର ନିଜ ଦେଶ କୁ ଫେରି ଯାନ୍ତି |

ପ୍ରତି ବର୍ଷ ବହୁ ସଂଖ୍ୟା ରେ ବିଭିନ୍ନ ପ୍ରଜାତି ର ଚଢେଇ ମାନେ ଚିଲିକା ରେ ପର୍ଯ୍ୟଟକ କୁ ଆକୃଷ୍ଟ କରିଥାନ୍ତି|ଏହି କାରଣରୁ ଚିଲିକା କୁ ଏସିଆ ମହାଦେଶର ସବୁଠାରୁ ବଡ ପ୍ରଜନନ ସ୍ଥଳୀ ବୋଲି କୁହାଯାଏ
"ହାରାହାରି ଏହି ସମୟ ରେ ଚିଲିକା ରେ ଲକ୍ଷାଧିକ ସଂଖ୍ୟା ର ବିହଙ୍ଗ ମାନେ ଆଶ୍ରୟ ନିୟନ୍ତି |ଏବେ ମଧ୍ୟ ଚିଲିକା ର ବହୁ ସ୍ଥାନରେ ପାଣି ଜମି ରହିଥିବାରୁ ଚଢେଇ ମାନେ କେବଳ ଉପରେ ଉଡୁଛନ୍ତି ମାତ୍ର ତଳକୁ ଆସୁନାହାନ୍ତି |ପାଣି କମିଲା ମାତ୍ରକେ ସେମାନେ ନିଶ୍ଚିନ୍ତ ତଳକୁ ଆସି ବସା ବାନ୍ଧିବେ ବୋଲି ମତ ଦେଇଛନ୍ତି ,"ଚିଲିକା ବିକାଶ ସଂସ୍ଥାନ ର ସି.ଏ.ଓ ସୁଶାନ୍ତ ନନ୍ଦ |

ପ୍ରତି ବର୍ଷ ଚିଲିକା ରେ ହାରାହାରି ୧୦ ଲକ୍ଷ ଚଢେଇ ,ଏବଂ ୨୩୦ ଚଢେଇ ପ୍ରଜାତି ଆସି ବସା ବାନ୍ଧିଥାନ୍ତି ଯେଉଁଥିରୁ ୯୭ ଟି ପ୍ରଜାତି ଆର୍ଟିକ ଏବଂ ଇଉରୋପ ରୁ ଆସିଥାନ୍ତି |
ଚିଲିକା ହ୍ରଦ କୁ ରାମସର ସାଇଟ ର ଉପାଧି ୧୯୮୧ ମସିହା ରୁ ଦିଆଯାଇଛି ଏବଂ ଶୀତ ଋତୁ ରେ ପର୍ଯ୍ୟନ୍ତକ ଙ୍କ ଲାଗି ଏହା ଏକ ବେଶ ଅନୁରୂପ ଆକର୍ଷଣ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments