ନଦୀ, ପୋଖରୀର ପାଣି ଚାଷୀ ଭାଇମାନଙ୍କ କ୍ଷେତରେ ଅଧିକ ଉତ୍ପାଦନ ପାଇଁ ପାଣିର ଅଭାବକୁ ପୂରଣ କରିଥାଏ,। ଏହିସବୁ ଗଡିଆ ପୋଖରୀରେ ଚାଷୀ ଭାଇମାନେ ମାଛ ଛାଡି ମାଛ ପାଳନ କରିଥାନ୍ତି । ଆଜିକାଲି ମତ୍ସ୍ୟ ପାଳନ ଆର୍ଥିକ ଲାଭର ଏକ ଭଲ ବାଟ ହେଇଗଲାଣି । ପରିଣାମ ସ୍ୱରୂପ ଚାଷୀ ଓ ପଶୁପାଳକମାନଙ୍କ ମାଛ ଚାଷ ପ୍ରତି ଧୀରେ ଧୀରେ ଆଗ୍ରହ ବଢୁଛି । ଜଣାଯାଇଛି ଯେ ଭାରତ ହେଉଛି ଆକ୍ଵାକଲଚର ଦ୍ଵାରା ମାଛ ଉତ୍ପାଦନ କରୁଥିବା ବିଶ୍ଵର ଦିତୀୟ ଦେଶ । ଏହା ସହିତ ଭାରତ ମାଛ ରପ୍ତାନିରେ ବିଶ୍ଵର 4ର୍ଥ ସ୍ଥାନରେ ରହିଛି, କାରଣ ଭାରତ ବିଶ୍ଵର ମାଛ ଉତ୍ପାଦନରେ ୭.୭ %ର ଯୋଗଦାନ ଦେଇଥାଏ l ମାଛ ଚାଷ ଏବଂ ଆକ୍ଵାକଲଚର ଦ୍ଵାରା ମାଛ ଉତ୍ପାଦନରେ ଭାରତ GDPରେ ୧% ଏବଂ କୃଷିରେ GDP ୫% ପ୍ରଦାନ କରେ l ଏହି କ୍ଷେତ୍ରରେ ଭାରତରେ ହାରାହାରି ୨୮ ଲକ୍ଷ ଲୋକ ରୋଜଗାରକ୍ଷମ ହେଇପାରିଛନ୍ତି ।
କେନ୍ଦ୍ରୀୟ ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂହଙ୍କ ଦ୍ଵାରା ଗୋଟିଏ ମୋବାଇଲ ଆପ୍ ପ୍ରସ୍ତୁତ ହୋଇଛି, ଯାହାକୁ ମତ୍ସ୍ୟ ସେତୁ ଆପ୍ ନାମ ଦିଆଯାଇଛି । ଏହି ଆପ୍ ମାଧ୍ୟମରେ ମାଛ ଚାଷ ବିଷୟରେ ଆଧୁନିକ ଜ୍ଞାନ କୌଶଳ ମିଳିପାରିବ ଯେ କିପରି ସ୍ବଚ୍ଛ ଜଳରେ ମାଛ ଚାଷ ଇତ୍ୟାଦି l ଏହି ମୋବାଇଲ ଆପ୍କୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ( Indian Council of Agriculture Research ) ଏବଂ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥାନ ( Central Institute Of Freshwater Aquaculture ) ଭୁବନେଶ୍ୱର ଦ୍ଵାରା ବିକାଶ କରାଯାଇଛି । ଏହା ଛଡା ଏଥି ପାଇଁ (NFDB) ତରଫରୁ ଆର୍ଥିକ ସହାୟତା ମିଳୁଛି ତେଣୁ ଆସନ୍ତୁ ଏହି ଲେଖା ମାଧ୍ୟମରେ ମାଛ ଚାଷୀମାନଙ୍କୁ ଏହି ( Matsya Setu APP ) ମତ୍ସ୍ୟ ସେତୁ ଆପ୍ପ ବିଷୟରେ ବିସ୍ତାର ଭାବରେ ଜଣାଇଦେବା l
ମତ୍ସ୍ୟ ସେତୁ ଆପର ବୈଶିଷ୍ଟ୍ୟ
-
ଏହି ମୋବାଇଲ ଆପରେ ମାଛମାନଙ୍କ ଅଲଗା ଅଲଗା ପ୍ରଜାତି ବିଷୟରେ ଜାଣିବା ପାଇଁ ଅନଲାଇନ ସେଲ୍ଫ-ଲର୍ନିଂର ସୁବିଧା କରାଯାଇଛି ।
-
ଏହା ସହିତ ବିଶେଷଜ୍ଞମାନଙ୍କ ଦ୍ଵାରା ମାଛମାନଙ୍କ ପ୍ରଜନନ, ଜାଆଁଳ ଉତ୍ପାଦନ ଏବଂ ଗ୍ରୋ-ଆଉଟ ଉପରେ କଥା କୁହାଯାଇଛି ।
-
ଏହି ଆପ୍ ମାଧ୍ୟମରେ ମାଛପାଳକ ମାନେ ଛୋଟ ଛୋଟ ଭିଡିଓ ଦେଖିପାରିବେ । ଏହି ଭିଡିଓ ମାଟି ଓ ପାଣିରେ ଗୁଣବତ୍ତା ଉପକୁ ସ୍ଥିର ରଖିବା ବିଷୟରେ କୁହାଯାଇଛି ।
-
ଏହି ଆପ୍ ମାଧ୍ୟମରେ ମାଛ ସବୁ ଯେମିତି କି – କାର୍ପ, କ୍ୟାଟଫିଶ, ଅର୍ନ।ମେଣ୍ଟାଲ ଫିଶ ଏବଂ ପର୍ଲ ଫିଶିଙ୍ଗର ଆର୍ଥିକ ମହତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି।
-
ଏହାସହିତ ମାଛମାନଙ୍କ ଖାଦ୍ୟର ବ୍ୟବସ୍ଥା ଏବଂ ଏମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କିପରି ଏମାନଙ୍କୁ ଠିକ ରଖିବା, ସେସବୁ ବିଷୟରେ କୁହାଯାଇଛି ।
-
ମାଛ ଚାଷୀମାନେ ଏହି ଆପ୍ ମାଧ୍ୟମରେ ମଧ୍ୟ ନିଜ ନିଜର ପ୍ରଶ୍ନ ପଚାରିପାରିବେ ଏବଂ ବିଶେଷଜ୍ଞମାନଙ୍କ ଠାରୁ ବିଶେଷ ଜ୍ଞାନ ପାଇପାରିବେ ।
Share your comments