1. ମତ୍ସ୍ୟ ଓ ପଶୁ ପାଳନ

ଗାଈଙ୍କୁ ଦିଅନ୍ତୁ ଏହି ଘାସ ଖାଇବାକୁ, ବଢ଼ିବ ଦୁଗ୍ଧ ଉତ୍ପାଦନ

ଏହି ଘାସ ଚାଷ କରିବା ଦ୍ୱାରା ଚାଷୀଙ୍କୁ ମିଳିବ ଅଧିକ ଲାଭ l କାରଣ ଏହି ଘାସ କମ ସମୟରେ ଅଧିକ ଉତ୍ପାଦନ ଏବଂ ବର୍ଷସାରା ଲାଭ ଦେବ l ଏହି ଘାସ ଗାଈଙ୍କୁ ଖାଇବାକୁ ଦେଲେ ଅଧିକ କ୍ଷୀର ଉତ୍ପାଦନ ହେବା l

Tanushree Mahapatra
Tanushree Mahapatra
Milk production will increase , image source - pexels.com

Milk production will increase , image source - pexels.com

ଶୀତ ଦିନ ଚାଲିଛି ଯାହାଦ୍ୱାରା ପଶୁଙ୍କ ଯତ୍ନ ନେବା ଅଧିକ ଜରୁରୀ l କାରଣ ଏହି ସମୟରେ ପଶୁ ରୋଗରେ ଅଧିକ ଅସୁରକ୍ଷିତ ହୁଅନ୍ତି | ସେମାନଙ୍କୁ ଏହି ସମସ୍ତ ରୋଗରୁ ରକ୍ଷା କରିବା ପାଇଁ ସେମାନଙ୍କୁ ଭଲ ଖାଇବାକୁ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ  | ଭଲ ଖାଇବାକୁ ଦେବା ଏକ ପ୍ରକାର କ୍ଷୀର ଉତ୍ପାଦନରେ ମଧ୍ୟ ଉନ୍ନତି ଆଣିବାରେ ସହାୟକ l 

ଶୀତଦିନରେ ସବୁଜଚାରା ଅଧିକ ଆବଶ୍ୟକ ହୋଇଥାଏ ଚାଷୀଙ୍କୁ | ଏପରି କିଛି ସବୁଜ ଘାସ ରହିଛି ଯାହାଦ୍ୱାରା ଗାଈଙ୍କୁ ଖାଇବାକୁ ଦେଲେ ସେମାନେ ଅଧିକ କ୍ଷୀର ପ୍ରଦାନ କରିବେ l ତେବେ ଆଜି ଆମେ ଏହି ଆର୍ଟିକଲରେ ଏପରି ଏକ ଘାସ ଚାଷ କରିବା ଯାହା ଆମକୁ ଅଧିକ ଲାଭ ପ୍ରଦାନ କରିବ l ଏହି ଘାସ ଗାଈଙ୍କୁ ଖାଇବାକୁ ଦେଲେ ସେମାନେ ଭଲ କ୍ଷୀରଦେବେ l

ଏହି ଘସର ନାମ ହେଉଛି ମକ୍ଖାନା ଘାସ ଯାହା ଖାଇବାକୁ ଦେଲେ ଗାଈ ୨୦ ରୁ ୨୫ ପ୍ରତିଶତ ଅଧିକ କ୍ଷୀର ପ୍ରଦାନ କରିବ l ଯଦିଓ କୃଷକମାନେ ସେମାନଙ୍କ ପଶୁମାନଙ୍କୁ ଖାଇବାକୁ ଦିଅନ୍ତି ତେବେ ଏହା ଖୁବ ଲାଭ ପ୍ରଦାନ କରିବ l ଏହି ପ୍ରଜାତି ଘାସ ହେଉଛି ଉଚ୍ଚ ପୁଷ୍ଟିକର ମଲ୍ଟି କଟ୍ ବାର୍ଷିକ ଲାଭ ପ୍ରଦାନ କରୁଥିବା ଘାସ |  ଅତ୍ୟଧିକ ସୁଗନ୍ଧିତ ଏବଂ ଅଧିକ ପୁଷ୍ଟିକର ମଧ୍ୟ | ଏହି ଘାସ ଖାଇବା କ୍ଷୀର ଉତ୍ପାଦନରେ ଉନ୍ନତି ଆସିବ ଏବଂ କ୍ଷୀରର ମାନ ମଧ୍ୟ ଅଧିକ ଭଲ ରହିବ l ପାହାଡ ଏବଂ ନିମ୍ନ ତାପମାତ୍ରା କ୍ଷେତ୍ର ପାଇଁ ଅତ୍ୟନ୍ତ ଉପଯୁକ୍ତ ଏହି ଘାସ ଚାଷ କରିବା l ଏହି ଘାସସହସ କରିବା ପାଇଁ ଅଧିକ ଶ୍ରମ ମଧ୍ୟ ଆବଶ୍ୟକ ନାହିଁ l

ଏହି ଘାସ ଚାଷ କରିବା ପାଇଁ କୃଷି ମୃତ୍ତିକା ସାଧାରଣ PH - 6.5 ରୁ 7 ସହିତ ଉପଯୁକ୍ତ ରହିବା ଆବଶ୍ୟକ l ଏହି ଘାସ ଏକ ଶୀତକାଳୀନ ଖାଇବା ଫସଲ ଏବଂ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବୁଣିବା ପାଇଁ ଉପଯୁକ୍ତ ହୋଇଥାଏ | ଚାଷୀ ଏହି ସମୟରେ ଏହି ଘାସ ଚାଷ କରିବା ଉଚିତ l

ଯେହେତୁ ମଖାନ ଘାସ ଓଜନରେ ଅତି ହାଲୁକା, ବିହନ ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ | ସମଗ୍ର ଜମିରେ ଅତି ସମାନ ସ୍ତର ସହିତ ଜମି ପ୍ରସ୍ତୁତ କରନ୍ତୁ ଏବଂ ବୁଣିବା ପରେ ପାଣି ଅତି ଯତ୍ନର ସହିତ ସିଞ୍ଚନ କରନ୍ତୁ  | ପ୍ରଥମ ଜଳସେଚନ ବୁଣିବା ପରେ ଏବଂ ଦ୍ୱିତୀୟ ଜଳସେଚନ ବୁଣିବାର ପ୍ରାୟ ୫ ରୁ ୬ ଦିନ ହେବ ଆବଶ୍ୟକ  | ପରେ ୧୦ ଦିନ ବ୍ୟବଧାନରେ, କିମ୍ବା ଆବଶ୍ୟକତା ଅନୁଯାୟୀ ପାଣି ଦିଅନ୍ତୁ |

ବୀଜ ଗୁଡିକ ବଢ଼ିବା ପାଇଁ ବିହନ ଆର୍ଦ୍ର ରଖନ୍ତୁ କିଛିଦିନ ପର୍ଯ୍ୟନ୍ତ  | ଅଙ୍କୁର ହେବା ପରେ ୧୦ ରୁ ୧୪ ଦିନ ମଧ୍ୟରେ ଆରମ୍ଭ ହେବ ଘାସ ବଢ଼ିବା ଏବଂ ୧୮ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଅଂକୁର  | ୪ ରୁ ୬ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଘାସ ଗୁଡିକ ବଡ଼ ବଡ଼ ହୋଇପାରିବ l ଯଦି ବୃକ୍ଷ ରୋପଣ ଋତୁରେ ମଧ୍ୟ ଆପଣ ଏହି ଘାସ ଚାଷ କରିପାରିବେ l ପ୍ରଥମ କାଟିବା ୫୦ -୬୦ cm ଉଚ୍ଚତା କିମ୍ବା ବୁଣିବାର ୫୦ ରୁ ୬୦ ଦିନ ଉପରେ ନିର୍ଭର | ଅଭିବୃଦ୍ଧି ଉପରେ ନିର୍ଭର କରି ପରବର୍ତ୍ତୀ କାଟିବା ୨୫ ରୁ ୩୦ ଦିନ ବ୍ୟବଧାନରେ ରହିବା ନେଇ ଧ୍ୟାନ ଦେବା ଉଚିତ |

ତେବେ ଚାଷୀ ଏହିପରି ବିଭିନ୍ନ ଘାସ ଚାଷକରି ଲାଭ କମାଇପାରିବ l ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଇ ଘାସ ଚାଷ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଘାସ ଚାଷକରି ଲାଭବାନ ହୁଅନ୍ତୁ l ଯାହା ଆପଣଙ୍କୁ ବର୍ଷସାରା ଫାଇଦା ପ୍ରଦାନ କରିବ l ଏହି ଘାସ ପଶୁପାଳକଙ୍କୁ ଆପଣ ବିକ୍ରି ମଧ୍ୟ କରିପାରିବେ କାରଣ ଏବିଭଳି ଗହଵାସ ଖାଇବା ଦ୍ୱାରା ଗାଈ ଅଧିକ କ୍ଷୀର ପ୍ରଦାନ କରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments